
Health Tips-ସେଓ (Apple) ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ ଗଂଭୀର ରୋଗ ହୋଇପାରେ |
ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ। ଯାହାର ସେବନ ଦ୍ୱାରା ଆମ ଶରୀର ରେ ଶକ୍ତି ଆସିଥାଏ। ଏବଂ ବହୁ ରୋଡ଼ ଠାରୁ ଆମେ ମୁକ୍ତି ପାଇଥାଉ। ସେଓ ର ସେବନ ପରେ କିଛି ଏମିତି ଜିନିସ ଅଛି ଯାହାର ସେବନ କରିବା ଉଚିତ ନୁହଁ। ନହେଲେ ଆମକୁ ଭୟଙ୍କର ରୋଗ ହୋଇପାରେ। ସେଓ ରୁ ମିଳୁଥିବା ଲାଭ ଗୁଡିକ ମୋଟାପା କୁ କମ କରିଥାଏ। ମୋଟା ବ୍ୟକ୍ତି ମାନଙ୍କୁ ବହୁ ପ୍ରକାର ର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଯେମିତିକି ହୃଦ ରୋଗ ଡାଇଭେଟିସ ଇତ୍ୟାଦି ରୋଗ ହୋଇଥାଏ। ସେଓ ରେ ମିଳୁଥିବା ଫାଇବାର ମୋଟା କୁ କମ କରିବାରେ ସାହାଯ୍ୟ କରିଥାଏ।
ଆପଣ ଯଦି ଗ୍ୟାସ ସମସ୍ୟା ରେ ପୀଡିତ ଅଛନ୍ତି ତାହାଲେ ଏହା ର ସେବନ ଆପଣ ଙ୍କ ପାଇଁ ଲାଭ ଦାୟକ ଅଟେ। ଦାନ୍ତ ଗୁଡିକୁ ମଧ୍ୟ ସୁସ୍ଥ ରଖିଥାଏ। ସେଓ ରେ ଫାଇବାର ଥିବାରୁ ଦାନ୍ତ ସୁସ୍ଥ ରଖିଥାଏ। ସେଓ ର ସେବନ ବ୍ୟାକ୍ଟେରିଆ ଠୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ହାଡ କୁ ଶକ୍ତ କରିଥାଏ। ସେଓ ର ପ୍ରଚୁର ମାତ୍ର ରେ କେଲସିଆମ ରହିଥାଏ। ତେଣୁ ପ୍ରତିଦିନ ସେଓ ର ସେବନ କରିବା ଉଚିତ। ସେଓ ର ଯୁସ ପିଇବା ଦ୍ୱାରା ହାଡ ସୁସ୍ଥ ରହିଥାଏ। ଆସ୍ଥାମା ରୋଗୀ ମାନଙ୍କ ପାଇଁ ସେଓ ଭଲ ଅଟେ। ସେଓ ଏହି ରୋଗରୁ ଆରାମ ଦେଇଥାଏ।
ପାଚନ ତନ୍ତ୍ର କୁ ମଜବୁତ ସେଓ କରିଥାଏ। ସେଓ ରୁ ମିଳୁଥିବା ପୁଷ୍ଟିକ ତତ୍ୱ ଲିଭର କୁ ସୁସ୍ଥ ରଖେ। ଶରୀର ର PH କୁ ନିୟନ୍ତ୍ରଣ କରିଥାଏ। ସେଓ କିମ୍ବା ସେଓ ର ଜୁସ ପିଇବା ଦ୍ୱାରା କଲିଷ୍ଟରଲ କୁ କମ କରିଥାଏ। ସେଓ ଖାଇବା ଦ୍ୱାରା ମୁହଁ ର ଦାଗ କମ ହୋଇଥାଏ। ଏହା ଖାଇବା ଦ୍ୱାରା ମୁହଁ ସୁନ୍ଦର ଦେଖାଯାଏ।
ସେଓ ଖାଇବା ପରେ କେଉଁ ଜିନିସ ଖାଇବା ଉଚିତ ନୁହଁ ଆସନ୍ତୁ ଜାଣିବା। ଯେଉଁ ବ୍ୟକ୍ତି ପ୍ରତ୍ୟକ ଦିନ ଗୋଟିଏ ସେଓ ର ସେବନ କରିଥାଏ। ତାକୁ କେବେ ରୋଗ ହୋଇ ନଥାଏ। କିନ୍ତୁ ବେଳେ ବେଳେ ଏହା ଆମ ଶରୀର କୁ କ୍ଷତି ପହଂଚାଇଁ ଥାଏ। ସେଓ ଖାଇବା ପରେ ତିନୋଟି ଜିନିସ ଖାଇବା ଉଚିତ ନୁହଁ। ନହେଲେ ଶରୀର ଉପରେ ଖରାପ ପ୍ରଭଵ ପକାଇ ଥାଏ।
ପ୍ରଥମରେ ହେଉଛି ପାଣି। ସେଓ ଖାଇବା ପରେ କେବେବି ପାଣି ପିଇବା ଉଚିତ ନୁହଁ। ଯେଉଁ ମାନେ ସେଓ ଖାଇବା ପରେ ପାଣି ପିଇଥାନ୍ତି ସେମାନେ ଯନ୍ତ୍ରଣା ପାଇଥାନ୍ତି। ତେଣୁ ସେଓ ଖାଇବା ର 30 ମିନିଟ ପରେ ପାଣି ପିଅନ୍ତୁ।
ଦ୍ୱିତୀୟ ରେ ହେଉଛି ମୂଳା। ଆପଣ ସେଓ ଖାଇବା ପରେ ମୂଳା ଖାନ୍ତୁ ନାହିଁ ଏବଂ ମୂଳା ଖାଇବା ପରେ ସେଓ ଖାନ୍ତୁ ନାହିଁ। ଅର୍ଥାତ ଏହି ଦୁଇଟି ଜିନିଷକୁ କେବେବି ମିଶାଇ ଖାନ୍ତୁ ନାହିଁ। ଏହା ଖାଇବା ଦ୍ୱାରା ଶରୀର ରେ ଧଳା ଦାଗ ସବୁ ହୋଇ ଯାଇଥାଏ।
ତୃତୀୟରେ ହେଉଛି ସେଓ ଖାଇସାରିବା ପରେ କ୍ଷୀର ଖାନ୍ତୁ ନାହିଁ। ସେଓ ଖାଇବା ପରେ କ୍ଷୀର ପିଇଲେ ଏହା ଆମର ପେଟ ସମସ୍ୟା ବୃଦ୍ଧି କରିଥାଏ। ତେଣୁ ଏପରି ଖାଇବା ଉଚିତ ନୁହଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।