
Akshaya Tritiya – ଆଜି ପବିତ୍ର ଅକ୍ଷୟ ତୃତୀୟା ଘରକୁ ଆଣନ୍ତୁ ଏହି ଜିନିଷ ଧନର ଅଭାବ କେବେ ହେବନି ଜାଣନ୍ତୁ କେଉଁ କେଉଁ ଜିନିଷ ଗୁଡିକ…..
ବୈଶାଖ ଶୁକ୍ଳ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହା ଯାଇଥାଏ। ଏହି ତିଥି ବା ଦିନକୁ ଖୁବ ଶୁଭ ବୋଲି ମାନ ଯାଇଥାଏ। ଏହି ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ, ଶ୍ରାଦ୍ଧ କାର୍ଯ୍ୟ, ଗାଡ଼ି କିଣିବା ସୁନା କିଣିବା ପ୍ରଭୃତି ଶୁଭକର୍ମ ମଧ୍ୟ ହୁଏ। ଅକ୍ଷୟର ଅର୍ଥ ଯାହା କେବେ କ୍ଷୟ ହୁଏ ନାହିଁ ଯାହା କେବେ ସରେ ନାହିଁ ଯାହା ଅନନ୍ତ ଫଳ ଦେଇଥାଏ। ତୃତୀୟା ଅର୍ଥାତ୍ ଏହା ମାସର ତୃତୀୟ ତିଥି ଅଟେ ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଛି।
ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଅନୁକୂଳ କରା ଯାଇଥାଏ। ଏହି ଦିନ ଚାଷୀ ମାନେ କ୍ଷେତର ପୂଜା ପାଠ କରି ଭୋଗ ଲଗାଇ ହାତରେ ଶସ୍ୟମୁଠା ଧରି ବୁଣାଇ ଥାଆନ୍ତି। ତେଣୁ ଏହାର ନାମ ଅକ୍ଷିମୁଠି ବୋଲି ରହିଛି।
ଏହି ଦିନ ଓଡ଼ିଶାର ପୁରପଲ୍ଲୀରେ ଖୁବ ସୁନ୍ଦର ଭାବରେ ଏହି ଦିନକୁ ପାଳିତ କରାଯାଏ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବା ଜୀବନରେ ଉନ୍ନତି ଆଣିବା ପାଇଁ ଧନ ବୈଭବ ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରା ଯାଇଥାଏ।
ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହିତ ଧନ ଓ ଐଶ୍ୱର୍ଯ୍ୟର ବୃଦ୍ଧି ପାଇଥାଏ। ତେବେ ଏହି ଦିନ ଏମିତି କିଛି ଜିନିଷ ଘରକୁ ନେଇ ଆସନ୍ତୁ ଯାହା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଅକ୍ଷୟ ତୃତୀୟା ଦିନ ଘରକୁ ଏମିତି କେଉଁ ଜିନିଷ ଆଣିଲେ ମାତା ଲକ୍ଷ୍ମୀଙ୍କ ବିଶେଷ କରୁଣା ପ୍ରାପ୍ତ ହେବ।
୧. ଚରଣ ପାଦୁକା:-
ଅକ୍ଷୟ ତୃତୀୟା ଦିନ ଘରକୁ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ନେଇ ଆସନ୍ତୁ। ସୁନା କିମ୍ବା ରୂପାର ପାଦୁକା ମା ଲକ୍ଷ୍ମୀଙ୍କ ପାଇଁ ଆଣିବା ପ୍ରଥା ରହିଛି।
୨. କଉଡ଼ି:-
ଏହି ଦିନ ଘରକୁ କଉଡ଼ି ଆଣିବା ଖୁବ୍ ଶୁଭ ହୋଇଥାଏ। ଏହା ମାତା ଲକ୍ଷ୍ମୀଙ୍କ ଖୁବ ପ୍ରିୟ ହୋଇଥାଏ। ଏହି ଦିନ ଘରକୁ କଉଡ଼ି ଆଣି ହଳଦୀ ଏବଂ କେଶର ଗୋଳାଇ ବିଶେଷ ଭାବେ ପୂଜା ଅର୍ଚ୍ଚନା କରନ୍ତୁ।
୩. ନଡ଼ିଆ:-
ଏକ ଅଖିଆ ନଡ଼ିଆ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଏହକୁ ପୂଜା ସ୍ଥାନରେ ରଖି ବିଧି ବିଧାନ ସହିତ ନିୟମିତ ପୂଜା କରନ୍ତୁ।
୪.ପ୍ରତିମା:-
ଏହି ଦିନ ମା ଲକ୍ଷ୍ମୀଙ୍କ ପ୍ରତିମା ଏବଂ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ବା ଫୋଟ ଗୃହରେ ସ୍ଥାପନ କରି ପୂଜାର୍ଚ୍ଚନା କରିବା ଖୁବ ଶୁଭ ହୋଇଥାଏ।
ଏଥି ସହିତ ଏହି ଦିନ ଘରକୁ ଶଙ୍ଖ, ଗହମ, ଧାତୁ ନିର୍ମିତ କଇଁଛ, ଲକ୍ଷ୍ମୀଯନ୍ତ୍ର ଆଦି ଘରକୁ ଆଣିବା ଖୁବ୍ ଶୁଭ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।