ସବୁ ସମୟ ଖବର ସାଥିରେ

Breaking News- ଧୋକା ଓ ପ୍ରତାରଣାକୁ ସହି ନପାରି ପୁଣି ଚାଲିଗଲା ଆଉ ଏକ ସୌମ୍ୟଙ୍କ ଜୀବନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 190

ପୁଣି ଧୋକା ପୁଣି ପ୍ରତାରଣା। ପ୍ରେମରେ ଧୋକା ଓ ପ୍ରତାରଣାକୁ ସହି ନ ପାରି ଜୀବନ ହାରିଲେ ଆଉ ଏକ ସୌମ୍ୟ। ବାରମ୍ବାର ଏମିତି ଘଟଣା ଏବେ ସମ୍ନାକୁ ଆସିବାକୁ ଲାଗିଛି। ଆଜିର ଯୁବ ପିଢ଼ି ପ୍ରେମକୁ ଯେଉଁ ଭଳି ଭାବରେ ଗ୍ରହଣ କରୁଛନ୍ତି ତାହା କାହାକୁ ବି ଅଛପା ନାହିଁ। ପ୍ରେମରେ ପଡ଼ୁଛନ୍ତି ସତ କିନ୍ତୁ ପ୍ରେମରେ ହରିଯାଉଥିବା ପ୍ରେମ ପଥିକ ମାନେ ଯେଉଁ ଭଳି ଭାବରେ ଭୁଲ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଅତି ଚିନ୍ତାର ବିଷୟ ପାଲଟି ଗଲାଣି। ପ୍ରେମ ପାଇଁ ବିଭିନ୍ନ ସମୟରେ ହତ୍ୟା ଠାରୁ ଆତ୍ମହତ୍ୟା ଭଳି ଅଭିଯୋଗ ଆସୁଥିବାର ଦେଖିବାକୁ ମିଳୁଛି।

ତେବେ ପ୍ରେମରେ ଧୋକା ଓ ପ୍ରତାରଣାର ଶୀକାର ହୋଇ ପୁଣି ଏକ ସୌମ୍ୟ ଜୀବନ ହାରିଛନ୍ତି। ଗୋଟିଏ ଝିଅ ଗୋଟିଏ ପୁଅକୁ ମିଛି ମିଛିକା ଭଲ ପାଇବାର ନାଟକ କରି ତା ପାଖରୁ ସବୁ କିଛି ଲୁଟି ସାରିବା ପରେ ହସି ହସି ଆଉ ଜଣକୁ ବେଦୀରେ ବସି ବାହା ହୋଇ ଯାଉଛି।

ତେବେ ନିଜ ପ୍ରେମକୁ ଆଉ କାହାର ହେବାର ଦୁଃଖ ସହି ନପାରି ବିଚରା ପ୍ରେମିକଟି ଏଠି ଜୀବନ ହାରି ଦେଉଛି। ପୁଣି ଥରେ ପ୍ରେମ ଓ ପ୍ରତାରଣାର ଖବର ଆସିଛି ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ମାଳନ୍ତି ପଞ୍ଚାୟତ ଜଂଘିଆ ଗ୍ରାମରୁ।

ଜଂଘିଆ ଗ୍ରାମ ରତ୍ନାକର ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକ ଗୁଜୁରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ତାଙ୍କ ଗାଁର ଏକ ଯୁବତୀକୁ ହୃଦୟ ଦେଇ ଭଲ ପାଉଥିଲେ।୩-୪ ଦିନ ପୂର୍ବରୁ ସେ ଯେତେବେଳେ ଶୁଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକାଙ୍କ ବାହାଘର ସ୍ଥିର ହୋଇ ସାରିଛି ସେ ସେତେବେଳେ ଘରକୁ ଫେରି ଆସିଥିଲେ। ଏବଂ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସଫଳ ହୋଇ ପାରି ନଥିଲେ। ତେଣୁ ପ୍ରଦୀପ ବହୁତ ବିଚଳିତ ହୋଇ ପଡ଼ିଥିଲେ।


ଶେଷରେ ବୁଧବାର ରାତିରେ ଯେତେବେଳେ ପ୍ରେମିକାର ବିବାହ ସରି ଯାଇଥିଲା ଠିକ ସେତିକି ବେଳେ ପ୍ରଦୀର ପାଦ ତଳୁ ମାଟି ଖସି ଯାଇଥିଲା। ସାରା ଦୁନିଆରେ ତାକୁ ଯେମିତି ଆଉ କେହି ଦେଖା ଯାଉନଥିଲା। ପ୍ରେମରେ ଧୋକା ପ୍ରଦୀପଙ୍କୁ ଏତେ ମାତ୍ରାରେ ଆଘାତ କରିଥିଲା ଯେ ମାନସିକ ଭାରସାମ୍ୟ ହରାଇ ବସିଥିଲେ।

ଏହା ପରେ ଜୀବନ ହାରିବା ଭଳି ଏକ ବଡ ନିଷ୍ପତି ନେଇଥିଲେ ପ୍ରଦୀପ। ହତାରେ ମଦ ବୋତଲ ଆଉ ଏକ ରସି ଧରି ଗାଁ ଠାରୁ କିଛି ଦୂରରେ ନିଛାଟିଆ ସ୍ଥାନରେ ଏକ ଗଛରେ ରସି ବାନ୍ଧି ଜୀବନ ହାରି ଦେଲେ ପ୍ରଦୀପ। ଯାହାକୁ ଦେଖି ସାରିବା ପରେ ପରିବାର ଲୋକେ ପ୍ରଦୀପଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଦୀପକୁ ମୃତ ଘୋଷଣା କରିଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଏହାକୁ ଏକ ଅପମୃତ୍ୟୁ ଭାବେ ମାମଲା ରୁଜୁ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।