ସବୁ ସମୟ ଖବର ସାଥିରେ

ମୁଁ ସଞ୍ଜୟ କୁ ଛାଡିବିନି…ସେ ମୋ ଭାବନା ସହିତ ଫୁଟବଲ ପରି ଖେଳିଦେଲା, ବାହା ହବ କହି ମୋ ସହ ଶାରୀରିକ ସମ୍ପର୍କ ରଖିଲା ଆଉ ଏବେ … ଦେଖନ୍ତୁ Video

0 11

ଏବେ ବହୁତ ସ୍ଥାନରେ ମହିଳା ମାନଙ୍କର ଶାଶୁ ଘର ଆଗରେ ବହୂର ମାନ୍ୟତା ପାଇଁ ବହୁତ ଖବର ପ୍ରସାରଣ ହେବାରେ ଲାଗିଛି | ପୁଣି ସାମ୍ନାକୁ ଆସିଛି ପ୍ରେମିକାଙ୍କର ପ୍ରେମିକଙ୍କ ଘର ଆଗରେ ଧାରଣା ଦେବାର ଖବର | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକଙ୍କ ଘର ଦୁଆରରେ ଧାରଣା ଦେଇଛନ୍ତି ପ୍ରେମିକା | ପ୍ରେମିକା ଜଣଙ୍କ ଗଣ ମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କ ପ୍ରେମରେ ସଢ଼ି ସଢ଼ି ମରି ସାରିଲେଣି ସେ | ସେ ଜେଲରେ ଥିବା ସମୟରେ ସେ ନିଜେ ଜଣେ ସରଳ ଝିଅ ହୋଇ ଥିବାରୁ ମମତା ଦେଖାଇ ତାଙ୍କୁ ବହୁତ ଟଙ୍କା ଖର୍ଚ କରି ଜେଲରୁ ମୁକୁଳାଇ ଥିଲେ | ଜୀବନ ଦେଇ ଯୁବତୀ ଜଣଙ୍କ ଭଲ ପାଇ ଥିଲେ ଓ ନିଜ ହୃଦୟ ଦେଇ ଭଲ ପାଇ ଥିଲେ | ତାଙ୍କ ସହ ସଂସାର ଗଢି ତୋଳିବା ପାଇଁ କେତେ କଣ ସ୍ୱପ୍ନ ଦେଖି ଥିଲେ | ସେ ଆଜି ତାଙ୍କ ମନକୁ ଛାରଖାର କରି ଦେଇଛି |
ଖେଳନା ଭାବି ତାଙ୍କ ସହ ଖେଳ ଖେଳିଛନ୍ତି ପ୍ରେମିକ ଜଣଙ୍କ | କଣ୍ଢେଇ ଭାବି ନେଇଛି | ରାସ୍ତାରେ ତାଙ୍କୁ ଗୋଡେଇ ଗୋଡେଇ ପିଟି ଛନ୍ତି ତାଙ୍କୁ | ତାଙ୍କ ଇଜ୍ଜତ ସହିତ ଖେଳି ଛନ୍ତି | ତାଙ୍କ ଦେହରୁ କପଡା ଉତାରି ଦେଇଛନ୍ତି | ସମାଜରେ ତାଙ୍କ ସମ୍ମାନ ସେ ରଖି ନାହାନ୍ତି | ନେଟରେ ତାଙ୍କ ଜୀବନ ଉଡେଇ ଦେଇଛି | ଜଳି ଜଳି ସେ ଜୀବନ ସାରା ମରୁଛନ୍ତି | ବଞ୍ଚି ରହି ମଧ୍ୟ ସେ ଶବ ଭଳି ପଡି ରହିଛନ୍ତି |ଏମିତି କିଛି କଥା କହି ବାହୁନି ବାହୁନି କାନ୍ଦୁଛନ୍ତି ଏହି ପ୍ରେମିକା ଜଣଙ୍କ ନିଜ ପ୍ରେମିକଙ୍କ ଘର ଆଗରେ |

ବିବାହ ପାଇଁ ପ୍ରେମିକ ପ୍ରତାରଣା କରି ଥିବାରୁ ଦୁଇ ଦିନ ହେଲା ଏମିତି ବସି ରହିଛନ୍ତି ଏହି ଯୁବତୀ ଜଣଙ୍କ | ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର | ଏହି ଗ୍ରାମର ସଞ୍ଜୟ ସାହୁ ନାମକ ଏକ ଯୁବକଙ୍କ ଘର ସାମ୍ନାରେ ବସିଛନ୍ତି ତାଙ୍କ ପ୍ରେମିକା | ଯାହାଙ୍କ ଠାରୁ ସଞ୍ଜୟ ୬ ରୁ ୭ ଲକ୍ଷ ଟଙ୍କା ସହିତ ବହୁତ ସୁନା ଗହଣା ସହିତ ଗାଡି ମଧ୍ୟ ଆଣିଛନ୍ତି | ଯାହାର ପ୍ରମାଣ ପ୍ରେମିକା ଜଣଙ୍କ ଦେଖାଇ ଛନ୍ତି | ଏବଂ ବାହା ହେବାର ପ୍ରତିଶୃତି ଦେଇ ଠକି ଦେଇଛନ୍ତି |

ପ୍ରେମିକା ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟି ଥାନା ଅନ୍ତର୍ଗତ ପୀଟସାରା ଗ୍ରାମର ନୀଳମଣି ସାହୁଙ୍କ ଝିଅ ଅଲି ସାହୁ | ବିବାହ ପାଇଁ ସଞ୍ଜୟ ରାଜି ନ ହେଲାରୁ ତାଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି ଅଲି | ଗତ କାଲି ଉପର ବେଳାରେ ଅଲି ନିଜ ଭାଉଜ ଓ ସମ୍ପର୍କୀୟ ମାନଙ୍କ ସହ ବାବରାକୋଟ ଗ୍ରାମର ସଞ୍ଜୟଙ୍କ ଘରକୁ ଆସି ତାଙ୍କ ମାଙ୍କୁ ବହୂର ମାନ୍ୟତା ଦେବାକୁ ଅନୁରୋଧ କରି ଥିଲେ |

କିନ୍ତୁ ସେମାନେ ରାଜି ନ ହେଲାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ଥିଲା | ସେଠାରୁ ସଞ୍ଜୟ ଦୌଡ଼ି ପଳାଇବା ସହ ଆଜି ପର୍ଯ୍ୟନ୍ତ ଘରକୁ ଆସି ନାହାନ୍ତି | ପୋଲିସ ଆସି ବୁଝା ସୁଝା କରି ଥିଲେ ମଧ୍ୟ ଅଲି ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେଠାରୁ ଉଠିବେନି ବୋଲି କହିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।