
ବଦହଜମି ( Indigestion ) ରୋଗର କାରଣ ,ଲକ୍ଷଣ ଓ ଚିକିତ୍ସାର ଘରୋଇ ଉପଚାର | Dr.Geena Benjamin
ଅଧିକାଂଶ ଲୋକଙ୍କ ଠାରେ ଆଜିକାଲି ଦେଖା ଯାଉଛି ବଦହଜମି | ଯୋଉଁଥିରେ କୌଣସି ଲୋକ ଯଦି ଠାରେ ପୀଡିତ ହୋଇଛନ୍ତି ତାହେଲେ ବହୁତ କଷ୍ଟ ଦାୟକ ଜୀବନ ଭିତରେ ଗତି କରିଥାନ୍ତି | ବିଭିନ୍ନ ସମୟରେ ଅଧିକ ଖାଦ୍ୟ ଖାଇ ଦେଲେ ବଦହଜମି ହୋଇଥାଏ | ଆଜି ଆମେ ଆପଣଙ୍କୁ ବଦହଜମିର କାରଣ ଓ ଏହାର ନିରାକାରଣ ବିଷୟରେ ଜଣାଇବୁ |
ବଦହଜମି ହେଉଛି ବହୁତ ସାରା ରୋଗର ଲକ୍ଷଣ |ବଦହଜମିରେ ବିଶେଷ କରି ପେଟ ଉପରେ ସମସ୍ତ ଲକ୍ଷଣ ଦେଖାଯିବ |ଏହା ସହିତ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଅସୁବିଧା ହୋଇପାରେ କାରଣ ଏହି ସମୟରେ ଭିଟାମିନ, ମିନେରାଲ, କ୍ୟାଲସିୟମ ଆଦି ଠିକ ଭାବେ ଯାଇ ପାରି ନ ଥାଏ |
ବଦ ହଜମିର ଲକ୍ଷଣ :-ଏହାର ଲକ୍ଷଣ ଗୁଡିକ ହେଲା ପେଟ ଭାରି ଭାରି ଲାଗିବ ଓ କଷ୍ଠକାଠିନ୍ୟ ହେବା ସହ କେତେ ଜଣଙ୍କୁ ଝାଡା ଲାଗିଥାଏ | କେତେଜଣଙ୍କୁ ବାନ୍ତି ଲାଗିବା ସହ ବାୟୁ ମଧ୍ୟ ବାହାରିଥାଏ |ବେଳେ ବେଳେ ଦଶରୁ ପନ୍ଦର ଥର ପତଳା ଝାଡା ହୋଇଥାଏ | ଶରୀର ବାହାରେ ମଧ୍ୟ କିଛି ଲକ୍ଷଣ ଦେଖା ଯାଇଥାଏ ଯେମିତି କି ଓଜନ କମିବ ଏବଂ ତ ସହିତ ବ୍ଲଡ଼ କମିଯିବ | ବ୍ଲଡ଼ କମିଯିବ ହେତୁ ପାଦ ଫୁଲି ଯାଇଥାଏ | ଯଦି ଆପଣଙ୍କର ଫେଟ ଇନଡ଼ାଇଯେସନ ହେଉଛି ତାହେଲେ ଆପଣଙ୍କ ସ୍କିନରେ କଳା ଦାଗ ଦେଖାଯିବ ଏବଂ ପ୍ଲାଟିଲେଟର ଲେଭେଲ କମିଯିବ |
ଦରକାର ଠାରୁ ଅଧିକ ଖାଇବା ଅବା ଶୀଘ୍ରଶୀଘ୍ର ଖାଇବା ଅଭ୍ୟାସ କିମ୍ବା ଅଧିକ ଦିନ ଧରି ମସଲା ଯୁକ୍ତ ଖାଦ୍ୟ ଖାଇଲେ ବଦହଜମି ହୋଇଥାଏ |ଏହା ସହିତ ଅଧିକ ମଦ, ଚକଲେଟ ବା କାର୍ବୋନେଟଡ଼ ପାଣି ଅଧିକ ପିଇଲେ ମଧ୍ୟ ହୋଇଥାଏ | ଧୁମ୍ରପାନ କରିବା, ଆଣ୍ଟିବାଓଟିକସ ଏବଂ ପେନ କିଲ୍ଲର ଇତ୍ୟାଦି ଔଷଧ ସେବନ କରିବା ଦ୍ୱାରା ବା ଅଧିକ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ମଧ୍ୟ ବଦହଜମି ହୋଇଥାଏ |
ବଦହଜମିର ଚିକିତ୍ସା :-ଆପଣ ଏହା ପାଇଁ ଘରୋଇ ଉପଚାରରେ ମଧ୍ୟ କିଛି ଚିକିତ୍ସା କରି ପାରିବେ |ପ୍ରତ୍ୟେକ ଦିନ କାକୁଡି, ତରଭୁଜ, କଦଳୀ ଆଦି ଫଳ ଗୁଡିକ ଖାଇଲେ ବେଶ ଉପଶମ ମିଳିଥାଏ |ତରଭୁଜ ଜୁସ ପେଟ ପାଇଁ ସବୁଠାରୁ ଉପାଦେୟ | ତ ଛଡା କିଛି ପୋଦିନା ପତ୍ରକୁ ପାଣିରେ ସିଝାଇ ତାର ରସକୁ ପିଇଲେ ବଦ ହଜମିରୁ ମୁକ୍ତି ମିଳିଥାଏ |
ପେଟକୁ ଆମର ଦ୍ୱିତୀୟ ବ୍ରେନ ବୋଲି କୁହା ଯାଇଥାଏ |କାରଣ ପେଟ ଭିତରେ ବହୁତ ସାରା ନର୍ଭ ଅଛି ଯାହାକୁ ମୋର୍ଟିଲିଟି ଡ଼ିଜଅର୍ଡର କୁହା ଯାଉଛି ଯୋଉଁଥିରେ ଆପଣଙ୍କ ଷ୍ଟୋ୍ମକ ଠିକ ଅଛି କିନ୍ତୁ ଖାଦ୍ୟ ହଜମ ହୋଇ ପାରୁ ନ ଥିବ, ଏହା ବିଶେଷ କରି ନର୍ଭର ପ୍ରୋବ୍ଲେମ ପାଇଁ ହୋଇଥାଏ |ଯଦି ଆପଣଙ୍କର ଷ୍ଟୋ୍ମକ, ଲିଭର ଠିକ ଅଛି ତାପରେ ବି ଖାଦ୍ୟ ହଜମ ନା ହୋଇ ବଦହଜମି ହେଉଛି ତାହେଲେ ସେହି କ୍ଷେତ୍ରରେ ଆପଣଙ୍କର ଇନଟେସଷ୍ଟାଇନର ଅସୁବିଧା ହେଉଅଛି |ଏହି ସବୁ ଅସୁବିଧା ଦେଖା ଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।