
ମାତ୍ର ୧୫ ଦିନରେ ଥରେ ପିଅନ୍ତୁ, Kidney ସର୍ବଦା ସୁସ୍ଥ ରହିବ, କିଡ୍ନୀର ସମସ୍ତ ଆବର୍ଜନା ବାହାରିଯିବ,୧୦୦% ଗ୍ୟାରେଣ୍ଟି….
ପରିବେଶର ପରିବର୍ତ୍ତନ ଓ ନିଜର ଖାଦ୍ୟର ପରିବର୍ତ୍ତନ କାରଣରୁ ଆଜିକାଲି ବିଭିନ୍ନ ନୂଆ ରୋଗର ଆବିଷ୍କାର ହେଉଛି | ଯୋଉଁ ରୋଗ ଗୁଡିକ ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା ତାହା ଏବେ ଦେଖିବାକୁ ମିଳୁଛି | କାରଣ ଆମର ସମସ୍ତ ଖାଦ୍ୟରେ ରାସାୟନିକ ସାର ବ୍ୟବହାର କରା ଯାଉଛି | ପ୍ରତ୍ୟେକ ଖାଦ୍ୟ ପଦାର୍ଥ ବା ପାନୀୟରେ ବିଭିନ୍ନ ପ୍ରକାର ପ୍ରିଜୋରଭେଟିଭ ଓ ପେଷ୍ଟିସାଇଡସ ବ୍ୟବହାର କରା ଯାଉଛି |
ଆମର କିଡ଼ନୀ ଶରୀରରେ ଥିବା ବିଭିନ୍ନ ପ୍ରକାର ଆବର୍ଜନାକୁ ବାହାର କରିଥାଏ | ଏହି ସବୁ ବ୍ୟବହାର କରିବା ଦ୍ୱାରା କିଡ୍ନୀର ଏଫିସିଏନସି କମିବାରେ ଲାଗିଛି | ଯୋଉଁଥି ପାଇଁ ଆମ କିଡ଼ନୀ ବହୁତ କମ ଦିନରେ ଖରାପ ହେବାରେ ଲାଗିଛି | ଶରୀରରେ କ୍ରିଏଟିନିନର ପରିମାଣ ବଢ଼ିବାରେ ଲାଗିଛି | କିଡ଼ନୀରେ ଷ୍ଟୋନ ହେବାକୁ ଲାଗିଥାଏ |
ଶରୀରରେ ୟୁରିକ ଏସିଡ ବଢିବା କାରଣରୁ ଗୋଡ ଫୁଲିବାକୁ ଲାଗିଥାଏ | ଏଥି ପାଇଁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଘରୋଇ ଉପଚାର ବିଷୟରେ ଜଣାଇବାକୁ ଯାଉଅଛୁ କି ଯାହାକୁ ଆପଣ ପନ୍ଦର ଦିନରେ ଠାରେ ମାତ୍ର ବ୍ୟବହାର କଲେ ଆପଣ ସବୁଦିନ ପାଇଁ ଆପଣଙ୍କ କିଡ଼ନୀକୁ ସୁସ୍ଥ ରଖି ପାରିବେ |
ପ୍ରଥମ ଉପଚାର ପାଇଁ ଆବଶ୍ୟକ ଉପକରଣ :-
1. ଧନିଆ ପତ୍ର
2. ଲେମ୍ବୁ
3.ଜିରା
ପ୍ରସ୍ତୁତ ପ୍ରଣାଳୀ :-ଆପଣ ଏକ ପାତ୍ରରେ ଦୁଇ ଗ୍ଲାସ ଗରମ ପାଣି ନିଅନ୍ତୁ | ଏହାକୁ ଗରମ କରି ଏଥିରେ ଆଠରୁ ଦଶଟି ଧନିଆ ଗଛକୁ ପରିଷ୍କାର କରି ପକାନ୍ତୁ | ଏକ ଫାଳ ଲେମ୍ବୁକୁ ନ ଚିପୁଡ଼ି ଫାଙ୍କ ସହ ପକାନ୍ତୁ | ଏକ ଚାମଚ ଜିରାକୁ ଏହି ପାଣିରେ ପକାନ୍ତୁ | ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାଇବେ ଯେତେ ପର୍ଯ୍ୟନ୍ତ ଆଜି ପାଣି ଫୁଟି ଏକ ଗ୍ଲାସ ହୋଇ ନ ଯାଏ | ଏବେ ଏହି ପାଣିକୁ ଏକ ଗ୍ଲାସକୁ ଛାଣି ରଖନ୍ତୁ |
ଦ୍ୱିତୀୟ ଉପଚାର ପାଇଁ ଆବଶ୍ୟକ ଉପକରଣ :-
1. ମକା ଚୁଟି
2. ଲେମ୍ବୁ
ପ୍ରସ୍ତୁତ ପ୍ରଣାଳୀ :-ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନେଇ ଗରମ କରନ୍ତୁ | ଗରମ ହେଲା ପରେ ଏଥିରେ ମକା ଚୁଟିକୁ ପକାନ୍ତୁ | କିଛି ସମୟ ପରେ ଏକ ଫାଳ ଲେମ୍ବୁକୁ ନ ଚିପୁଡ଼ି ଫାଙ୍କ ଭାବେ କାଟି ପକାନ୍ତୁ | ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାଇବେ ଯେତେ ପର୍ଯ୍ୟନ୍ତ ଆଜି ପାଣି ଫୁଟି ଏକ ଗ୍ଲାସ ହୋଇ ନ ଯାଏ | ଏହା ପରେ ଏହାକୁ ଏକ ଗ୍ଲାସକୁ ଛାଣି ରଖନ୍ତୁ |
ବ୍ୟବହାର :-ଏହି ଉପଚାର ଗୁଡିକ ସପ୍ତାହ ଅନୁସାରେ ଉଷୁମ ଅବସ୍ଥାରେ ସକାଳେ ଖାଲି ପେଟରେ ସେବନ କରିବେ | ପ୍ରଥମ ସପ୍ତାହରେ ପ୍ରଥମ ରେମେଡିଟି ବ୍ୟବହାର କରି ସାରିଲା ପରେ ପର ସପ୍ତାହରେ ଦ୍ୱିତୀୟ ରେମେଡି ଟିକୁ ବ୍ୟବହାର କରିବେ | ଏହାକୁ ମାତ୍ର ଏକ ମାସ ବ୍ୟବହାର କଲା ପରେ ଆପଣ ଏହାର ଉପକାରିତା ଜାଣି ପାରିବେ |
ଏହି ଉପଚାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ କିଡ୍ନୀର ଏଫିସିଏନସି ବଢ଼ିବାରେ ଲାଗିବ | ପରିସ୍ରା ଠିକ ଭାବରେ ହେବାକୁ ଲାଗିବ ଓ କିଡ୍ନୀର ଶକ୍ତି ବଢିବ | ଟୋକ୍ସଇନ ବାହାରକୁ ବାହାରିବା ସହିତ କିଡ଼ନୀରେ ଥିବା ନେଫରନର କ୍ଷମତା ବଢାଇବ | ଆପଣଙ୍କ କିଡ଼ନୀ ଫିଲଟରସନ ଭଲ ହେବ ଫଳରେ ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥ ସବୁ ବାହାରକୁ ବାହାରିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।