
breacking news – ମେ ୭ ମାଡିଆସୁଛି ଭୟଙ୍କର ବାତ୍ୟା ସତର୍କ କଲା ପାଣି ପାଗ ବିଭାଗ,ଏହି ସ୍ଥାନରେ ହେବ ମାଡ ଜଲ୍ଦି ଦେଖନ୍ତୁ ….
ମେ ମାସରେ ଓଡ଼ିଶାକୁ ବାତ୍ୟା ଭୟ। ପାଣିପାଗ ବିଶେଷଜ୍ଞଙ୍କ ମତରେ ଏହି ମାସକୁ ବାତ୍ୟାର ମାସ ବୋଲି କୁହାଯାଏ। ଲୋକଙ୍କ ମନରେ ବାତ୍ୟାକୁ ନେଇ ଏକ ପ୍ରକାର ଛନକା ପଶି ଯାଇଛି। କାହିଁକିନି ଗତ କିଛି ବର୍ଷ ହେଲା ପ୍ରକୃତି ଅଦିନିଆ ଯେଉଁ ତାଣ୍ଡବ ରଚି ଚାଲିଛି ତାହାକୁ ନେଇ ଖୁବ ଭୟବିତ ଉପକୂଳ ବାସୀ। ମେ ମାସରେ ବାତ୍ୟାକୁ ନେଇ ଉପକୂଳ ବାସୀଙ୍କ ମନରେ ପଶି ଯାଇଛି ଛନକା।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ମନ୍ତବ୍ୟ ସମ୍ଭାବ୍ୟ ବାତ୍ୟାର ସଂକେତ ଦେଉଛି। ଆଇଏମଡି ର ଆକଳନ ଅନୁସାରେ ଏହି ସପ୍ତାହରେ ଆସିବାକୁ ଯାଉଛି ବାତ୍ୟା।ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଲୋକଙ୍କ ମନରେ ଏକପ୍ରକାର ଭୟ ଖେଳିଯାଇଛି । କାହିଁକିନା ଗତ କିଛି ବର୍ଷ ହେବ ମେ’ ମାସରେ ବତ୍ୟା ହେଉଥିବା ଦେଖାଯାଇଛି । ବର୍ତ୍ତମାନ ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଜାରି ରହିଛି। ଏହା କେତେ ଘନୀଭୂତ ହେବ, ଏହାର ତୀବ୍ରତା କ’ଣ ରହିବ ତଥା ଏହା କେଉଁ ଉପକୂଳକୁ ଯିବ ଏନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ନାହିଁ।
ଲଘୁଚାପ ସୃଷ୍ଟି ପରେ ହିଁ ଏହାର ଗତିପଥ ଓ ତୀବ୍ରତାକୁ ନେଇ ସଠିକ୍ ତଥ୍ୟ ମିଳିପାରିବ।ଜଡ଼ି ଏହି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।ଆଉ ବାତ୍ୟା କଥା ଶୁଣିଲେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗୁଛି।
ତେବେ ମେ ମାସରେ କାହିଁକି ହୁଏ ବାତ୍ୟା। ମେ ମାସ ଆସିଲେ ଓଡ଼ିଶା ଉପକୂଳ ବାସୀଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହେଉଛି। କାରଣ ଲଗାତାର ତିନି ବର୍ଷ ଧରି ଓଡ଼ିଶାକୁ ବାତ୍ୟାର ସାମ୍ନା କରିବାକୁ ପଡ଼ୁଛି। ବଙ୍ଗୋପସାଗର ଓ ଆରବ ସାଗରରେ ପ୍ରତି ବର୍ଷ ଦୁଇଟି ଋତୁରେ ବାତ୍ୟା ସୃଷ୍ଟି ହେବାରେ ଲାଗିଛି। ଗୋଟିଏ ଏପ୍ରିଲ ମାସରୁ ଜୁନରେ ହେଉଥିବା ବେଳେ ଅନ୍ୟଟି ଅକ୍ଟୋବର ମାସରୁ ଡିସେମ୍ବର ମାସ ମଧ୍ୟରେ ସୃଷ୍ଟି ହେଉଛି।
୨୦୧୯ ମେ ତିନି ତାରିଖରେ ବାତ୍ୟା ଫନି ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ଯେଉଁ ଭଳି ତାଣ୍ଡବ ରଚିଥିଲା ତାର ପ୍ରକୋପ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଇନାହିଁ।୧୯୯୯ ପରେ ଏହା ଥିଲା ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା। ୨୦୨୦ ମେ ୨୦ରେ ଆମ୍ଫନ୍ ପଶ୍ଚିମବଙ୍ଗରେ ଲାଣ୍ଡଫଲ କରିଥିଲେ ବି ଏହା ବାଲେଶ୍ଵର ଭଦ୍ରକ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି କରିଥିଲା।
ତେବେ ପାଣିପାଗ ବିଶେଷଜ୍ଞଙ୍କ ମତରେ ମୌସୁମୀ ଆସିବା ପୁର୍ବରୁ ଓ ତା ପରେ ଅଧିକ ବାତ୍ୟା ହେବାର ସମ୍ଭାବନା ରହିଥାଏ। ସେପ୍ଟେମ୍ବର ମାସ ଓ ଅକ୍ଟୋବର ମାସରେ ହେଉଥିବା ବାତ୍ୟା ଅଧିକ ଘନୀଭୂତ ହେଉଥିବାରୁ ଅଧିକ ଶକ୍ତିଶାଳୀ ହୋଇଥାଏ। କୁନ୍ତୁ ଗତ କିଛି ବର୍ଷ ହେଲା ମେ ମାସରେ ବଡ ବଡ ବାତ୍ୟାର ସାମ୍ନା କରିବାକୁ ପଡ଼ୁଛି ଏହାର କାରଣ ରହିଛି ଜଳବାୟୁ ପରିବର୍ତ୍ତନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।