ସବୁ ସମୟ ଖବର ସାଥିରେ

Breaking News – ସୁଟିଂ ବେଳେ ଅଭିନେତ୍ରୀ Riya ଙ୍କ ସହିତ ଘଟିଲା ଅଘଟଣ… ଦେଖନ୍ତୁ viral Video…

0 40

ସୁଟିଂ ସେଟରେ ଘଟିଛି ଏକ ବଡ ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ ଓଲିଉଡ ଅଭିନେତ୍ରୀ ରିୟା ଦେ ଏଥିରେ ଆହତ ହୋଇଛନ୍ତି। ପଥର ଉପରୁ ଖସି ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଛି। ଯାହା ବର୍ତ୍ତମାନ ସମୟରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ରିୟା ତାଙ୍କ ଆଗାମୀ ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ଶିମିଳିପାଳ ଜୁଲୁମକୁ ଯାଇଥିଲେ।ତେବେ ସେଠାରେ ସୁଟିଂରେ ଅଭିନେତ୍ରୀ ରିୟା ଦେ ତାଙ୍କ ଟିମ ମେମ୍ବରମାନଙ୍କ ସହିତ ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ହଠାତ୍ ପଥର ଉପରୁ ତାଙ୍କର ଗୋଡ଼ ତଳକୁ ଖସି ଯାଇଥିଲା।

ଏହା ପରେ ରିୟାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ପଥର ଉପରେ ଏକ ସିନ ଚାଲିଥିବା ବେଳେ ପଥର ଉପରୁ ତଳକୁ ଖସି ପଡ଼ିଥିଲେ ରିୟା। ତେବେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦାର ହସ୍ପିଟାଲକୁ ଅଣା ଯାଇଛି। ତେବେ ଏହି ଦୁର୍ଘଟଣାରେ ଅଭିନେତ୍ରୀ ରିୟା ଦେଙ୍କ ବାମ ଗୋଡ ଭାଙ୍ଗି ଯାଇଥିବାର ସୂଚନା ମିଳୁଛି।

ତେବେ ରିୟା ଦେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଏକ ଜଣାଶୁଣା ସଫଳ ନାୟିକା। ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି। ଏହି ଅଭିନେତ୍ରୀ ଖୁବ୍ କମ୍ ଦିନ ମଧ୍ୟରେ ଓଡ଼ିଶାବାସୀଙ୍କ ହୃଦୟ ଜିଣିବା ସକ୍ଷମ ହୋଇଥିଲେ।

ଅଭିନେତ୍ରୀ ରିୟା ଦେଙ୍କ ଷ୍ଟାଇଲ ସାଙ୍ଗକୁ ତାଙ୍କର ଲୁକ୍ ର ଦିୱାନା ହୋଇଥାନ୍ତି ଦର୍ଶକ ମାନେ। ସୁନ୍ଦର୍ ଅଭିନୟ ସାଙ୍ଗକୁ ଅତି ସୁନ୍ଦର ଡାନ୍ସ ମଧ୍ୟ କରିଥାନ୍ତି ଦର୍ଶକ। ଓଡ଼ିଆ ସିନେମା ଜଗତର ସବୁ ନାୟକଙ୍କ ନାୟିକା ସାଜି ପାରିଛନ୍ତି ଏହି ଅଭିନେତ୍ରୀ ଜଣକ।

ତେବେ ରିୟା ଦେ ପ୍ରଥମ ଥର ପାଇଁ ବାବୁଶାନଙ୍କ ବିପକ୍ଷରେ “ପ୍ରେମ ଅଢ଼େଇ ଅକ୍ଷର” ସିନେମାରେ ମୁଖ୍ୟ ନାୟିକା ସାଜିଥିଲେ। ଏହା ଥିଲା ଅଭିନେତ୍ରୀ ରିୟା ଦେଙ୍କ ପ୍ରଥମ ସିନେମା। ଏଥିରେ ରିୟା ଙ୍କ ଅଭିନୟକୁ ବହୁ ମାତ୍ରାରେ ପସନ୍ଦ କରିଥିଲେ ଦର୍ଶକ। ଏହାପରେ ରିୟା ଦେ ଗୋଟିଏ ପରେ ଗୋଟିଏ ସୁପରହିଟ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି।

ତାଙ୍କ ଅଭିନୀତ ସିନେମା ମଧ୍ୟରୁ ରହିଛି କ୍ରିମିନାଲ, ଇଡିଅଟ, ହରି ଓମ୍ ହରି, ପ୍ରେମ ପାଇଁ ମହାଭାରତ, ଗୋଲାପି ଗୋଲାପି, ଗୋଲାପି ଗୋଲାପି ୨, ତୁ ମୋ ଦେହର ଛାଇ, ଦିୱାନା ହେଲି ତୋ ପାଇଁ, ପାଗଳ କରିଛୁ ତୁ, ରଘୁପତି ରାଘବ ରାଜାରାମ, କଲେଜ ଟାଇମ, କଳକୀ ଇତ୍ୟାଦି।

ତେବେ ବର୍ତ୍ତମାନ ସମୟରେ ରିୟା ତାଙ୍କର ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଘଟି ଯାଇଛି ଏପରି ଏକ ଅଘଟଣ। ପଥର ଉପରୁ ତଳକୁ ଖସି ପଡି ରିୟା ଦେଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିବା ପରେ ଏହା ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ତେବେ ରିୟା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ରିୟାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ସିନେମାର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।