ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – କିଳା ଦେଲା ନିବିଡ଼ ପ୍ରେମ ସମ୍ପର୍କ , ପ୍ରେମିକ କଥାରେ ପଡ଼ି କଲେଜର ଟଙ୍କାକୁ ସର୍ବଶାନ୍ତ କଲେ ପ୍ରେମିକା ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 81

ତମାଣ୍ଡୋ ନିକଟବର୍ତ୍ତୀ ଏକ ଘୋରୋଇ ବିଶ୍ଵ ବିଦ୍ୟାଳୟର ସହକାରୀ ଆକାଉଣ୍ଟାଣ୍ଟ ପାୟଲଙ୍କ ସହିତ ସେହି କଲେଜରେ ପଢୁଥିବା ଜଣେ ଛାତ୍ର ବିକାଶଙ୍କ ସହିତ ପ୍ରେମ ଗଢ଼ି ଉଠିଥିଲା। କଲେଜରେ ଦେଖା ସାକ୍ଷାତ ପରେ ନମ୍ବର ଦିଆ ନିଆ। ଏହା ପରେ ଆରମ୍ଭ ହୋଇଥିଲା ପ୍ରେମ ବାର୍ତ୍ତାଳାପ।ଦୁହେଁ ପ୍ରେମ ପକ୍ଷୀ ସାଜି ଉଡି ବୁଲୁଥିଲେ। ଅଏସ ଆରାମ କରୁଥିଲେ। କଉଥିରେ କମି ନଥିଲା। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ। ପ୍ରେମ ସମ୍ପର୍କ ଖୁବ୍ ଭଲ ଚାଲିଥିଲା। ପାର୍କ ବୁଲା ସାଙ୍ଗକୁ ଚାଲିଥିଲା ଭଲ ଭଲ ହୋଟେଲରେ ଖିଆ ପିଆ।

ପ୍ରେମିକ ବିକାଶ ଯାହା କହୁଥିଲା ପ୍ରେମିକା ପାୟଲ ତାହା କରୁଥିଲା। କହିବାକୁ ଗଲେ ପ୍ରେମିକ ବିକାଶଙ୍କୁ କୁଆଡେ ବହୁତ୍ ଭଲ ପାଉଥିଲେ ପ୍ରେମିକା ପାୟଲ। କାରଣ ସେ ପରା ତାଙ୍କୁ ଟଙ୍କା ଦେଇ ଦେଇ ଧନୀ କରି ଦେଇଥିଲେ। ଯାହା ଏବେ ସବୁଠି ଚର୍ଚ୍ଚା।

 ବିନା ଚାକିରୀରେ ମାଲାମାଲ ହେଉଥିଲେ ପ୍ରେମିକ। ପାୟଲ ସେହି କଲେଜର ଆକାଉଂଣ୍ଟାଟ ଥିଲେ ଏବଂ ବିକାଶ ସେହି କଲେଜର ପୂର୍ବତନ ଛାତ୍ର ଥିଲେ। ବିକାଶଙ୍କ ପାଠ ପଢା ସରିବା ପରେ ସେ ନିଜ ଘର ଝାଡ଼ଖଣ୍ଡକୁ ପଳାଇ ଥିଲେ। କିନ୍ତୁ ଫୋନରେ ବାର୍ତ୍ତାଳାପ ଲାଗି ରହିଥିଲା।

ତେବେ ଏହାର ସୁଯୋଗ ନେଇ ବିକାଶ ତାର ରଙ୍ଗ ବଦଳି ଚାଲିଥିଲା। ପ୍ରେମିକା ପାୟଲ ବିକାଶ କଥାରେ ଉଠୁଥିଲା ବସୁଥିଲା। ବାସ୍ ଏହାର ଫାଇଦା ଉଠାଇ ଚାଲିଥିଲା ପ୍ରେମିକ ବିକାଶ। ବିକାଶକୁ ଅନ୍ଧ ଭଳି ଭଲ ପାଉଥିବା ପାୟଲ ମଧ୍ୟ କରିଦେଲେ ବଡ ଭୁଲ।

ଏମିତି ସେମିତି ଭୁଲ ନୁହେଁ ଆଜ୍ଞା ଯେଉଁଠି ଚାକିରୀ କରିଥିଲେ ସେଇଟି ବୁଲାଇଲେ କଳାକନା। ବିକାଶ ବାହାନା କରି ମାଗିଚାଲିଲା ଟଙ୍କା ଆଉ ପାୟଲ କିଛି ଭାବିବା ବୁଝିବା ଆଗରୁ ଦେଇ ଚାଲିଲା ପୁଳାପୁଳା ଟଙ୍କା। ପାୟଲ ଏମିତି ଟଙ୍କା ଦେଇ ଚାଲିଲେ ଯେ କଲେଜର ଆକାଉଣ୍ଟ ଖାଲିହୋଇ ଚାଲିଲା ଓ ପ୍ରେମିକର ଆକାଉଣ୍ଟ ଫୁଲ ହୋଇ ଚାଲିଲା।

ବିକାଶ ବିଭିନ୍ନ ଆଳ ଦେଖାଇ ୯୭ ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏମିତିକି ହଡ଼ପ ଟଙ୍କାରୁ ବିକାଶ ୫୦ ଲକ୍ଷ ଟଙ୍କାର ଜୁଆ ଖେଳିଥିବାର ଜଣା ପଡ଼ିଛି। କଲେଜ ଆକାଉଣ୍ଟରୁ ଟଙ୍କା ଗାଏବ ହେବା ପରେ ଆକାଉଣ୍ଟାଣ୍ଟ ପାୟଲଙ୍କ କଳା କାରନାମା ପଦାକୁ ଆସିଥିଲା। ତମାଣ୍ଡୋ ନିକଟବର୍ତ୍ତୀ ଏକ ଘରୋଇ ବିଶ୍ଵ ବିଦ୍ୟାଳୟର ସହକାରୀ ଆକାଉଣ୍ଟାଣ୍ଟ ଭାବରେ କାମ କରୁଥିଲେ ପାୟଲ ମହାପାତ୍ର।

ସେ କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଖରୁ ଟିଉସନ୍ ଓ ହଷ୍ଟେଲ ଫି ଆଦାୟ କରୁଥିଲେ।୨୦୨୧ ମସିହାରେ ଛାତ୍ର ଛାତ୍ରୀଙ୍କ ଠାରୁ ଆଦାୟ କରିଥିବା ଟଙ୍କାକୁ ପାୟଲ କଲେଜ ଆକାଉଣ୍ଟରେ ଜମା ନକରି ପ୍ରେମିକ ଆକାଉଣ୍ଟରେ ଜମା କରୁଥିଲେ।

ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପାୟଲଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା ଏହା ପରେ ଜଣା ପଡ଼ିଥିଲା ପାୟାଲ ଯେଉଁଟି ଚାକିରୀ କରୁଥିଲେ ସେଇଟି କଳକନା ବୁଲାଇ ଥିଲେ। ପୂର୍ବରୁ ପାୟାଲ ପୋଲିସ ହେପାଜତରେ ଥିବା ବେଳେ ବର୍ତମାନ ପ୍ରେମିକ ବିକାଶଙ୍କୁ ଗିରଫ କରିଛି ପୋଲିସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।