
shocking ଭିଡ଼ିଓ – ମହିଳାଙ୍କୁ ଉଦ୍ଧାର କଲେ ହନୁମାନ…ନିଜ ସାଇକେଲକୁ ସାଇଡ କରି ତଳେ ପଡିଥିବା ଆମ୍ବକୁ ଉଠେଇବାରେ ସାହାଯ୍ୟ କଲେ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜିର ଯୁବ ପିଢ଼ି ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆ ସହିତ ଏକ୍ଟିଭ ରହୁଛନ୍ତି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି।ତେବେ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ଖୁବ୍ ହୃଦୟସ୍ପର୍ଶୀ।
ସାହାଯ୍ୟ କେତେବେଳେ ନା କେତେବେଳେ ସମସ୍ତଙ୍କୁ ଦରକାର ପଡ଼ିଥାଏ। ତେବେ ବର୍ତ୍ତମାନ ଯେଉଁ ଚିତ୍ର ସାମ୍ନାକୁ ଆସିଛି ଆପଣ ସେଥିରେ ଦେଖିବାକୁ ପାଇବେ ଜଣେ ମହିଳା ହାତରେ ଡ଼ାଲା ନେଇ ଯାଉଛି।
ହେଲେ ମହିଳା ଜଣକ କିଛି ରାସ୍ତା ଅତିକ୍ରମ କରି ଆସିବା ପରେ ହଠାତ୍ ତଳେ ପଡ଼ି ଯାଉଛନ୍ତି। ବୋଧୁଏ ମହିଳା ଜଣକ ମୁଣ୍ଡ ବୁଲେଇ ଦେଲା। ମହିଳା ଜଣକ ତଳେ ପଡ଼ି ଯିବା ସହିତ ସେ ମୁଣ୍ଡେଇ ଥିବା ଡ଼ାଲା ମଧ୍ୟ ଓଲଟି ପଡ଼ି ଡାଲାରେ ଥିବା ସବୁ ଆମ୍ବ ଗୁଡିକ ତଳେ ବୁଣି ହୋଇ ପଡ଼ି ଯାଇଛି।
ରାସ୍ତାରେ ସମସ୍ତେ ଯାଉଛନ୍ତି ମହିଳା ଜଣକୁ ଦେଖୁଛନ୍ତି ମଧ୍ୟ କିନ୍ତୁ କେହି ଜଣେ ହେଲେ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆସୁ ନାହାଁନ୍ତି । ଶେଷରେ ବାଧ୍ୟ ହୋଇ ମହିଳା ଜଣକ ନିଜେ ଆମ୍ବ ଗୁଡିକ ଗୋଟାଇବାରେ ଲାଗି ପଡିଛନ୍ତି।
ଏତିକି ବେଳେ ସାଇକେଲରେ ଜଣେ ବ୍ୟକ୍ତି ଆସୁଛନ୍ତି। ଯିଏକି ପବନ ପୁତ୍ର ହନୁମାନଙ୍କ ବେଶରେ ଅଛନ୍ତି। ହାତରେ ଗଦା ମଧ୍ୟ ଧରିଛନ୍ତି।ସେ ଆସି ମହିଳାଙ୍କୁ ଦେଖି ସେଠାରେ ଅଟକି ଯାଇଛନ୍ତି। ଏହା ପରେ ସେ ନିଜ ସାଇକେଲକୁ ସାଇଡରେ ରଖି ଆସୁଛନ୍ତି ମହିଳାଙ୍କ ପାଖକୁ।
ଏହାପରେ ହନୁମାନଙ୍କ ବେଶରେ ରହିଥିବା ବ୍ୟକ୍ତି ଜଣକ ତାଙ୍କ ଗଦାକୁ ତଳେ ରଖି ମହିଳା ଜଣକର ତଳେ ପଡି ଯାଇଥିବା ଆମ୍ବ ସବୁକୁ ଗୋଟାଇ ମହିଳାଙ୍କ ଡ଼ାଲାରେ ରଖି ଦେଉଛନ୍ତି। ଏହି ଦୃଶ୍ୟକୁ ପାଖରେ ଛିଡା ହୋଇଥିବା ଲୋକ ମାନେ ମଧ୍ୟ ଦେଖୁଛନ୍ତି କିନ୍ତୁ ସାହାଯ୍ୟ କରିବା ପାଇଁ କେହି ପାଖକୁ ଆସୁ ନାହାଁନ୍ତି। ସତେ ଯେମିତି ସେମାନେ ଏହି ଦୃଶ୍ୟର ମଜା ନେଉଛନ୍ତି।
ଏହାପରେ ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକୁ ମହିଳା ଜଣକ ହାତ ଯୋଡି ଧନ୍ୟବାଦ୍ ଦେଉଛନ୍ତି। ମହିଳା ଜଣକ ବ୍ୟକ୍ତି ଜଣକୁ ଏକ ଆମ୍ବ ମଧ୍ୟ ଖାଇବା ପାଇଁ ଦେଉଛନ୍ତି। କିନ୍ତୁ ବ୍ୟକ୍ତି ଜଣକ ଆମ୍ବ ନେବା ପାଇଁ ମନା କରି ଦେଉଛନ୍ତି। ତେବେ ମହିଳା ଜଣକ ବ୍ୟକ୍ତି ଜଣକୁ ବାଧ୍ୟ କରୁଛନ୍ତି ଆମ୍ବ ନେବା ପାଇଁ। ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି ସମୟ ଧରି ବାର୍ତ୍ତାଳାପ ଚାଲିଛି।
ବାର୍ତ୍ତାଳାପ ଚାଲିବା ପରେ ବ୍ୟକ୍ତି ଜଣକ ମହିଳାଙ୍କ ଠାରୁ ଆମ୍ବ ନେଉଛନ୍ତି। ତେବେ ଏ ସବୁ ଘଟଣାର ଦୃଶ୍ୟ ପାଖରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା। ଯାହା ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର୍ସ ମାନେ ଏହି ଦୃଶ୍ୟକୁ ଦେଖିବା ପରେ ଖୁବ୍ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ କଣ୍ଟେଣ୍ଟ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।