
viral ଭିଡ଼ିଓ -ବୋଉର ସ୍ନେହ ଦେଉଛନ୍ତି ସ୍କୁଲ ଗୁରୁମା !ଏହାକୁ ଦେଖି ଗାଁ ଲୋକ କହିଲେ ଏମିତି….ଯାହାକୁ ଶୁଣିଲେ ଆପଣ ହୋସ ଉଡିଯିବ
ଏହି ବିଚିତ୍ର ମୟ ଦୁନିଆରେ ମାଆ ହେଉଛି ଭଗବାନଙ୍କର ସୃଷ୍ଟି ସ୍ୱରୂପ | ଶାସ୍ତ୍ରରେ ଅଛି ପୁତ୍ର ବରଂ କୁପୁତ୍ର ହୋଇ ପାରେ ହେଲେ ମାଆ କେବେ ହେଲେ ବଦଳି ପାରେ ନାହିଁ | ହେଲେ ଏହି ଉକ୍ତିର ଅର୍ଥ କେତେକାଂଶରେ ଆଜିର ସମାଜରେ ଭୁଲ ହେବାକୁ ବସିଲାଣି | ଆଜିର ଆଧୁନିକ ନାରୀ ମାନେ ନିଜର ସନ୍ତାନ କଥା ଭୁଲି ଯାଉଛନ୍ତି | ନିଜର ସ୍ୱାର୍ଥ, କାମନା, ବାସନା ପାଇଁ କେତେ ମାଆ ମାନେ ଅନ୍ଧ ହୋଇ ଗଲେଣି | ଜନ୍ମ କଲା ପିଲାକୁ ମଧ୍ୟ ନିଜର ସଂକୀର୍ଣ୍ଣ ମାନ ଭାବ ପାଇଁ ଅନ୍ୟ କାହା ହାତକୁ ଟେକି ଦେବାକୁ ପଛଉ ନାହାନ୍ତି | ନିଜର ଭୁଲର ଶାସ୍ତି ତାଙ୍କ ପିଲାକୁ ଦେଉଛନ୍ତି | ସେହି ପରି ମାଆ ମାନଙ୍କ ପାଇଁ ଉଦାହରଣ ପାଲଟି ଛନ୍ତି ଗୋଟିଏ ସ୍କୁଲ ର ଶିକ୍ଷୟିତ୍ରୀ |
ସେହିପରି ଜଣେ ପ୍ରେମମୟୀ ଓ କରୁଣା ମୟୀ ମାଆଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଅଛୁ | ଯିଏକି ନିଜର ବାତ୍ସଲ୍ୟ ମମତାରେ କୁନି କୁନି ପିଲାଙ୍କୁ ସ୍ନେହରେ ବାନ୍ଧି ରଖି ଅଛନ୍ତି | ନିଜ ମାଆ ନ ହୋଇ ମଧ୍ୟ ନିଜର ମମତା ଦେବାରେ ତିଳେ ହେଲେ ବି ଅବହେଳା କରିନି | ସୋସିଆଲ ମିଡିଆରେ ଆଜି ଏକ ସୁନ୍ଦର ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି ଯୋଉଁ ଥିରେ ଦେଖିବାକୁ ମିଳୁଛି ଜଣେ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ନିଜ ଡିଉଟିରେ ଥିବା ସମୟରେ ମଧ୍ୟ ଭୁଲି ନାହାନ୍ତି ଜଣେ ମାଆର ପିଲା ମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ | ଆସନ୍ତୁ ଜାଣିବା ସେ ବିଷୟରେ |
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଗୁରୁମା ମଧ୍ୟାହ୍ନ ଭୋଜନ ସମୟରେ କୁନି କୁନି ପିଲା ମାନଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି | ଛୋଟ ପିଲା ମାନେ ନିଜ ହାତରେ ଖାଇବା ପାଇଁ ଠିକ ରୂପେ ଜାଣି ନ ଥିବା ବେଳେ ଏହି ଗୁରୁମା ଜଣଙ୍କ ନିଜ ମାଆ ଭଳି ଭାତ ତରକାରୀକୁ ଭଲ ଭାବେ ଗୋଳାଇ ପିଲାଙ୍କୁ ଆଦରର ସହକାରେ ଖୁଆଇ ଦେଉଛନ୍ତି |
ମାଆ ନ ହୋଇ ମଧ୍ୟ ଦିଦିଙ୍କର ସେହି ଅନାବିଳ ପ୍ରେମ ଓ ସେହି ନିସ୍ଵାର୍ଥପର ଭଲ ପାଇବାରେ ଏହି ନିଷ୍ପାପ ଶିଶୁ ଗୁଡିକ ଯେମିତି ବାନ୍ଧି ହୋଇ ଯାଇଛନ୍ତି | ଏହି ଭିଡିଓ ଦେଖିଲେ ଲାଗୁନି କି ଏହା ଶିକ୍ଷକ ଓ ଛାତ୍ରର ସମ୍ପର୍କ | ଯେ କେହି ବି ଦେଖିଲେ କହିବ ଏହା ମାଆ ପୁଅର ସମ୍ପର୍କ | ଏଠାରେ ଦିଦି ଜଣଙ୍କ ତଳେ ପିଲା ମାନଙ୍କ ସହିତ ବାସି ପିଲା ମାନଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି ଏବଂ ଏହି ମୁହୂର୍ତଟି ବହୁତ ହୃଦୟସ୍ପର୍ଶୀ |
ଏହି ଭିଡିଓଟି ଆପଣ ମାନେ ଦେଖିଲେ ମଧ୍ୟ ବୁଝି ପାରିବେ ଏହି ଦିଦିଙ୍କର ପିଲା ମାନଙ୍କ ପ୍ରତି ଥିବା ଅନାବିଳ ପ୍ରେମ | ଏହି ଦିଦିଙ୍କର ଏମିତି କାର୍ଯ୍ୟ ଦେଖି ପ୍ରଶଂସା ନ କରି ରହି ହେବ ନାହିଁ | ଯୋଉଁଥି ପ୍ରତ୍ୟେକ ଦିନ ସ୍କୁଲ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଖରାପ ଖବର ଆସୁଛି ସେଇଥି ଏହି ଶିକ୍ଷୟିତ୍ରୀ ଜଣଙ୍କ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟି ଛନ୍ତି |