ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ରାସ୍ତାକଡରେ ଗୀତ ଗାଉଥିବା ଏହି ଭିକ୍ଷୁକ .. ଥରେ ଶୁଣନ୍ତୁ ରାସ୍ତାକଡ ରୁ ଶୁଭିଲା ” ଅବ୍ କି ସାବନ ମୈଁ ଗୀତ…ଦୟାକରି ଏହି ଗୀତ ଶୁଣନ୍ତୁ

0 105

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି।

ଗୀତ ଶୁଣିବାକୁ ବା ଗାଇବାକୁ ତ ଆପଣ ନିଶ୍ଚିତ ଭଲ ପାଉଥିବେ। ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେଣୁ ଯେତେବେଳେ ବି କେହି ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ଟିକିଏ ହେଲେ ମଧ୍ୟ ଦେଖିବା ପାଇଁ ଇଛା ହୋଇଥାଏ। ଏହା ଏକ ଭିନ୍ନ ଖୁସି ଦେଇଥାଏ।


ତେବେ କେତେବେଳେ କେଉଁ ଘଟଣା ଦେଖା ଦେଇଥାଏ ତାହା କେହି ବି କଳ୍ପନା କରି ପାରି ନଥାନ୍ତି। ଦୁନିଆ କୁ ଆସିବା ପୂର୍ବରୁ ଭଗବାନ ସମସ୍ତଙ୍କ ପାଖରେ କିଛି ନା କିଛି କଳା ବା ପ୍ରତିଭା ଦେଇକି ପଠେଇ ଥାଆନ୍ତି। ସେ ଗରିବ ହେଉ ବା ଧନୀ, ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ତେବେ କିଛି ତାଙ୍କର ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି, ଆଉ କିଛି ଅଛନ୍ତି ଯେଉଁମାନେ ତାଙ୍କର ପରିସ୍ଥିତି ଅନୁଯାୟୀ ତାଙ୍କର ପ୍ରତିଭା କୁ ନିଜ ଭିତରେ ଲୁଚି ରଖିଥାନ୍ତି।

ତେବେ ସେହିଭଳି ଏକ ରାସ୍ତା କଡ଼ରେ ବସିଥିବା ଜଣେ ଲୋକ ତାଙ୍କ ନିଜ ଅନ୍ଦାଜ ରେ ଏକ ଗୀତ ଟିକୁ ଗାଉଛନ୍ତି। ତେବେ ଆପଣ ମାନେ ଥରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡ଼ିଆରେ ଏହି ବ୍ଯକ୍ତି ଙ୍କର ଭିଡିଓ ଖୁବ୍ ଭାଇରାଲ ହେଉଛି। ହାତରେ ଧରିଥିବା ଦାସକାଠିଆ ବଜେଇ ପୁରା ଏକ ଲୟ ଓ ସ୍ୱର ରେ ଗୀତ ଗାଉଛନ୍ତି।

ପୁରୁଣା ମଳିଆ ଡ୍ରେସ୍ ପିନ୍ଧି ରାସ୍ତା କଡ଼ରେ ବସି ଗୀତ ଗାଉଛନ୍ତି। ବ୍ୟକ୍ତି ଜଣଙ୍କ ଅବ୍ କି ସାବନ ମେଁ ଗୀତ ଟି ଗାଉଛନ୍ତି। ଏବେ ତାଙ୍କ ସ୍ୱର ଇଣ୍ଟରନେଟ ରେ ଖେଳି ଯାଇଛି। ଅନେକ ଲୋକ ଏହି ଭିଡିଓ ଟିକୁ ପସନ୍ଦ କରିବା ସହିତ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଇଛନ୍ତି। ଭିଡିଓ ଟି ଦେଖିବା ପରେ ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଆଉ ଭିଡିଓ ଟିକୁ ବହୁତ ମାତ୍ରାରେ ସେୟାର କରାଯାଇଥିବା ଦେଖିବାକୁ ମଧ୍ୟ ମିଳିଛି।

 

ଭାଇରାଲ୍ ଭିଡିଓ ରେ ଅନେକ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି। କିଛି କହିଛନ୍ତି ଏଭଳି ଦକ୍ଷତାଙ୍କୁ ବଡ଼ ପ୍ଲାଟଫର୍ମ ଦରକାର ବୋଲି କହିଛନ୍ତି, ଆଉ କିଛି ଲୋକ ବଲିଉଡ୍ ର ବଡ଼ ସଙ୍ଗୀତ ନିର୍ଦ୍ଦେଶକ ବୃଦ୍ଧ ଙ୍କୁ ସୁଯୋଗ ଦେବା ଦରକାର ବୋଲି କମେଣ୍ଟ କରିଛନ୍ତି। ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଆଖପାଖରେ ଅନେକ ପ୍ରତିଭା ଅଛନ୍ତି। ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ପ୍ରତିଭାଶାଳୀ ବ୍ୟକ୍ତି ସାମ୍ନାକୁ ଆସି ପାରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।