ସବୁ ସମୟ ଖବର ସାଥିରେ

କୋଲେଷ୍ଟେରୋଲ (Cholesterol ) କେମିତି କମିବ?ଜାଣନ୍ତୁ ଏହାର ଚିକିତ୍ସା..Dr Sorojiniamma

0 13

କଲେଷ୍ଟରଲ ଆମ ଶରୀର ପାଇଁ ବିଶେଷ ଭାବରେ ଦରକାର ହୋଇଥାଏ | ଶରୀରରେ ଇମ୍ମ୍ୟୁନିଟି ଗଠନ ଓ ହର୍ମୋନର କ୍ଷରଣ ପାଇଁ କଲେଷ୍ଟରଲ ନିହାତି ଭାବରେ ଦରକାର ହୋଇଥାଏ | କଲେଷ୍ଟରଲ ଶରୀର ପାଇଁ ଖରାପ ନୁହେଁ କିନ୍ତୁ ଏହାର ମାତ୍ରା ବଢ଼ି ଗଲେ ଏହା ଖରାପ କରିଥାଏ | ଏହା ହେଉଛି ଆମ ରକ୍ତରେ ଥିବା ଏକ ଚର୍ବି ଜାତୀୟ ଜିନିଷ ଏବଂ ଏହା ବିଶେଷ କରି ଲିଭରରୁ କ୍ଷରଣ ହୋଇଥାଏ | ଏହା ଆମ ମେଟାବୋଲିଯିମରେ ସହାୟକ ହୋଇଥାଏ | ଏହାର ମାତ୍ର ଅଧିକ ହେଲେ ଏହା ରକ୍ତ ନଳୀରେ ଜମା ହୋଇ ଯାଇଥାଏ ଯାହା ଷ୍ଟ୍ରୋକର କାରଣ ହୋଇଥାଏ |
ଏହା ଲିପିଡ଼ ପ୍ରୋଫାଇଲ ଟେଷ୍ଟ ଦ୍ୱାରା ଜଣା ପଡିଥାଏ | ବିଭିନ୍ନ ପ୍ରକାରର କଲେଷ୍ଟରଲ ରହିଥାଏ କିନ୍ତୁ ତାହା ଭିତରୁ ଏଚ ଡି ଏଲ କଲେଷ୍ଟରଲ ଭଲ ହୋଇଥାଏ | ଏହାର ପରିମାଣ ସତୁରି ରୁ ଅଶୀ ଭିତରେ ରହିଥାଏ | ଏହାଠୁ କମିଗଲେ ଏହା ଶରୀର ପାଇଁ ଖରାପ କରିଥାଏ | ଏହା ଛଡା ଏଲ ଡି ଏଲ ଏବଂ ଟ୍ରାଇ ଗ୍ଲୀସେରାଇଡର ପରିମାଣ ବଢିଗଲେ ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ | ଏହାର ମାତ୍ର ଶହେରୁ ବେଶୀ ବା ଶହେ ତିରିଶରୁ ବେଶୀ ହେଲେ ଏହା ବହୁତ କ୍ଷତି କରିଥାଏ |

ପ୍ରଥମ ଅବସ୍ଥାରେ ଏହା ବିଶେଷ କ୍ଷତି କରି ଣା ଥାଏ କିନ୍ତୁ ଏହାର ମାତ୍ରା ଅଧିକ ହେଲେ ଏହା ଧମନୀରେ ଜମା ହୋଇଥାଏ ଯାହା ଫଳରେ ରକ୍ତ ସଂଚାଳନ ସଠିକ ରୂପେ ହୋଇ ପାରି ନଥାଏ | ଯାହା ଫଳରେ ବ୍ରେନ ଷ୍ଟ୍ରୋକ, ହାର୍ଟ ଷ୍ଟ୍ରୋକ ଏବଂ ଅନ୍ୟ ଅଙ୍ଗ ଗୁଡିକର କ୍ଷତି ହୋଇଥାଏ |

ଯଦି ଆପଣ ଅନ୍ୟ କୌଣସି ରୋଗରେ ଯେମିତି କି ହାର୍ଟ ପ୍ରୋବ୍ଲେମ, ଥାଇରୋଏଡ଼, ଡାଇବେଟିସ, ଅବେସିଟି ଇତ୍ୟାଦି ରୋଗରେ ପୀଡିତ ଅଛନ୍ତି ତାହେଲେ ଡାକ୍ତର ମାନେ ରୋଗ ଅନୁସାରେ ଏହାର ମାତ୍ରାକୁ ମେଣ୍ଟେନ କରିଥାନ୍ତି | ଟ୍ରାଇ ଗ୍ଲୀସେରାଇଡର ପରିମାଣ ଦେଢ ଶହରୁ ବେଶୀ ରହିଲେ ଏହା ଖରାପ କରିଥାଏ |ଏହାଛଡ଼ ଏହା ଯଦି ଆପଣଙ୍କର ପୂର୍ବ ପୁରୁଷ ମାନଙ୍କୁ କଲେଷ୍ଟରଲ ହୋଇଥାଏ ତାହେଲେ ମଧ୍ୟ ଆପଣଙ୍କ ରହିବାର ସମ୍ଭାବନା ରହିଛି | ତେଣୁ ୩୫ ବର୍ଷରୁ ଉର୍ଦ୍ଧ ହେଲେ ୩ ମାସକୁ କଲେଷ୍ଟରଲ ଚେକ କରନ୍ତୁ |
ଲକ୍ଷଣ :-କଲେଷ୍ଟରଲର ମାତ୍ରା ବଢିଲେ ଆଖି ତଳେ ଏବଂ ଆଣ୍ଠୁରେ ଧଳା ଦାଗ ଅଧିକାଂଶ ଲୋକଙ୍କ ଠାରେ ଦେଖା ଯାଏ | ଆଖିରେ ଧଳା ପରସ୍ତ ଦେଖା ଯାଇଥାଏ | ଏହା ଛଡା ଦେହ ଯନ୍ତ୍ରଣା ହେବ, ଦୁର୍ବଳ ଲାଗିବା, କମ ଚାଲିଲେ ଧଇଁସଇଁ ଲାଗିବା ଏବଂ ମସଲ କଣ୍ଟ୍ରାକ୍ସନ ମଧ୍ୟ ହୋଇଥାଏ | ଏହା ସହ ଯଦି ଆପଣଙ୍କର ଅନ୍ୟ କୌଣସି ରୋଗ ରହିଛି ତାର ଲକ୍ଷଣ ଗୁଡିକ ବେଶୀ ମାତ୍ରାରେ ଦେଖା ଯାଇଥାଏ | ଏହି ସବୁ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଲିପିଡ଼ ପ୍ରୋଫାଇଲ ଟେଷ୍ଟ କରନ୍ତୁ |
ଚିକିତ୍ସା :-ନିଜର ଖାଦ୍ୟରେ ସଚୁରଟେଡ଼ ଫେଟ କମ ଖାଇବା ସହ କମ କଲୋରୀ ଯୁକ୍ତ ଖାଦ୍ୟ ଖାନ୍ତୁ | ଠିକ ସମୟରେ ଖାଦ୍ୟ ଖାଇବା ସହ ଠିକ ସମୟରେ ଶୁଅନ୍ତୁ | ପ୍ରତିଦିନ ଏକ ଘଣ୍ଟା ବ୍ୟାୟାମ କରନ୍ତୁ |ମାନସିକ ଚାପ ବେଶୀ ନିଅନ୍ତୁ ନାହିଁ | ଯଦି ଆପଣଙ୍କର କଲେଷ୍ଟରଲ ସହିତ ଅନ୍ୟ କୌଣସି ରୋଗ ରହିଛି ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ଖାନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।