
viral ଭିଡ଼ିଓ -ପୋଲିସ ବାବୁଙ୍କୁ ମାମୁଁ ଡାକିବା ପଡ଼ିଲା ମହଙ୍ଗା, ଗାଡିରୁ ଓହ୍ଲାଇ ସେକି ଦେଇ ଗଲେ କୁନି ପୁଅକୁ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଛୋଟ ପିଲା ମାନଙ୍କ ବୁଦ୍ଧି ବା କେତେ। ସେମାନେ ଯାହା ଦେଖିବେ ଯାହା ବୁଝିବେ ତାକୁ କରି ପକାଇବେ। ଆଗ ପଛ ବିଚାର କରିବାର ବୟସ ଛୋଟ ପିଲା ମାନଙ୍କ ପାଖରେ ଖୁବ୍ ଅଭାବ ରହିଥାଏ। କେଉଁ କାର୍ଯ୍ୟରେ କାହାକୁ କ୍ଷତି ପହଞ୍ଚାଇବ ଓ କେଉଁ କଥା କହିଲେ ଅନ୍ୟକୁ ଖରାପ ଲାଗିବ ଛୋଟ ପିଲା ମାନଙ୍କୁ ଟିକେ ବି ଜ୍ଞାତ ନଥାଏ। ସେମାନେ ଯାହା ବୁଝନ୍ତି ଯଥା ଶୀଘ୍ର ସେଇ କାମ କରି ପକାନ୍ତି।
ଏକଥା ଆମେ ଆପଣଙ୍କୁ ଏଥି ପାଇଁ କହୁଚୁ ଜଣେ କୁନି ପିଲା ସ୍କୁଲ ଯିବା ସମୟରେ ଏମିତି କିଛି କହିପକାଇଚି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ପିଲାକୁ ଖୁବ୍ ମାହାଙ୍ଗା ସାଜିଛି। ଜଣେ କୁନି ପିଲା ସ୍କୁଲ ଯିବା ସମୟରେ ପୋଲିସ ବାବୁକୁ ମାମୁଁ ଡାକି ଦେଇଥିଲେ। ଯାହା ତାଙ୍କ ପାଇଁ ପଡ଼ିଲା ମାହାଙ୍ଗା।
ଜାଣତରେ ହେଉ କି ଅଜାଣତରେ ଜିପରୁ ଓହ୍ଲାଇ ପୋଲିସ୍ କର୍ମଚାରୀ ଜଣକ ପିଲାଟିର ଚୁଟିକୁ ଘୋଷାରି ମାଡ ମାରିଛନ୍ତି। କେବଳ ଏତିକି ନୁହେଁ ପିଲାଟିକୁ ତାଙ୍କ ଗୋଡ଼ ତଳେ ପକାଇ ଭୁଲ ମଧ୍ୟ ମଗାଇ ଛନ୍ତି। ଏଥି ସହିତ ପିଲାକୁ ଶିକ୍ଷା ଦିକ୍ଷା ଉପରେ ଖୁବ୍ ଖରାପ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ମଧ୍ୟ ମାରିଛନ୍ତି।
କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ପଣସ ପଡିଆ ଠାରେ ଏହି ଘଟଣା ଘଟିଛି ବୋଲି କୁହା ଯାଉଛି। ପିଲାଟି ରାସ୍ତାରେ ସ୍କୁଲ ଯିବା ସମୟରେ ପୋଲିସ ଗାଡ଼ି ଆସୁଥିଲା। ତେବେ ଛୋଟ ପିଲାଟି ତାର ପିଲାଲିଆମି ବୁଦ୍ଧିରେ ଉଚ୍ଚ ସ୍ବରରେ ପୋଲିସ ବାବୁଙ୍କୁ ମାମୁଁ ବୋଲି ଡାକି ଦେଇଛି। ତା ପରେ ପୋଲିସ ବାବୁ ଜଣକ ଜିପ୍ ଅଟକାଇ ଗାଡିରୁ ଓହ୍ଲାଇ ପିଲାର ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି।
ଏହା ପରେ ପିଲାକୁ ଗୋଡ଼ ତଳେ ପଡିବାକୁ ମଧ୍ୟ କହିଛନ୍ତି । ପିଲାଟି ପୋଲିସ ବାବୁଙ୍କ ଗୋଡ଼ ତଳେ ମଧ୍ୟ ପଡିଛି। ତେବେ ଏତିକିରେ ପୋଲିସ ବାବୁଙ୍କ ରାଗ ଶାନ୍ତ ହୋଇନାହିଁ। ଛୋଟ ପିଲାଟିକୁ ଖୁବ୍ ଖରାପ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ଓ ମାଡ ମାରିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠିଛି ପୋଲିସ କର୍ମଚାରୀଙ୍କ ମାନବିକତା ଉପରେ। ଯଦି ଛୋଟ ପିଲାଟି ଭୁଲ କରି ପକେଇଛି ତେବେ ପୋଲିସ କର୍ମଚାରୀ ଜଣକ ପିଲାକୁ ବୁଝାଇବାର ଥିଲା। ଏମିତି ମାଡ ମାରିବା ପୋଲିସ ବାବୁଙ୍କ ତରଫରୁ ବହୁତ ବଡ ଭୁଲ ହୋଇଛି ବୋଲି ପିଲାର ସମ୍ପର୍କୀୟ ମାନେ କହିଛନ୍ତି। ତେବେ ଏ ନେଇ କୁନି ପିଲାର ସମ୍ପର୍କୀୟ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ସେମାନେ ଚାହୁଁଛନ୍ତି ଯେ ଯେଉଁ ପୋଲିସ ପିଲାକୁ ମାଡ ମାରିଛନ୍ତି ସେ ଆସି ତାଙ୍କର ଭୁଲ ସ୍ୱୀକାର କରନ୍ତୁ। ତେବେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରେ ଜଳା ପୋଡ଼ା ଆରମ୍ଭ କରିଥିଲେ। ପରେ ପୋଲିସ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।