ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – OMG ! ଭାଇରାଲ ହେଉଛି ରାସ୍ତା କଡ଼ରେ ଭିକାରିଙ୍କ ମ୍ୟାଜିକ,ଯାହାକୁ 55 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

0 25

ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ ଯାହାକି ଖୁବ୍ ଅଜବ ଲାଗେ। ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ସହିତ ନୂଆ ନୂଆ ପ୍ରତିଭା ଗୁଡ଼ିକ ସାମ୍ନାକୁ ଆସିଥାଏ। ଲୁଚି ରହିଥିବା ପ୍ରତିଭା ସାମ୍ନାକୁ ଆଣିବା ପାଇଁ ସୋସିଆଲ ମିଡିଆରେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବର୍ତ୍ତମାନ ସମୟରେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରତିଭା ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ପ୍ରଶଂସା କରିବାକୁ ବାଧ୍ୟ ହେବେ।

କଥାରେ ରହିଛି ବଣମଲ୍ଲି ବଣରେ ଫୁଟି ଝଡିଯାଏ। ବଣ ମଲ୍ଲିର ସୁଗନ୍ଧିତ ମହକ କେବଳ ବଣ ମଧ୍ୟରେ ହିଁ ସୀମିତ ହୋଇ ରହିଥାଏ। ଠିକ୍ ସେହିପରି ବଣର ମଲ୍ଲି ବଣରେ ଫୁଟି ଝଡି ପଡ଼ିଲା ପରି ବେଳେବେଳେ କିଛି ବ୍ୟକ୍ତିବିଶେଷଙ୍କ ପାଖରେ ବହୁ ପ୍ରତିଭା ରହି ମଧ୍ୟ ଲୋକଲୋଚନକୁ ଆସିପାରେ ନାହିଁ। ଏହାର ଅନେକ କାରଣ ଥାଇ ପାରେ। କାହା ପାଖରେ ହୁଏତ ଅର୍ଥର ଅଭାବ ରହିଥାଏ ନଚେତ୍ କାହାକୁ ଉପଯୁକ୍ତ ସୁଯୋଗ ମିଳି ପାରି ନଥାଏ। କିନ୍ତୁ ବେଳେବେଳେ ଭାଗ୍ୟର ସାଥ ମିଳିଲେ ଭିକାରି ବି ରାଜା ପାଲଟି ଯାଇଥାଏ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓଟି ହେଉଛି ରାସ୍ତା କଡ଼ରେ ଛିଡ଼ାହୋଇ ଭିକ ମଗୁଥିବା ଏକ ଭିକାରିଙ୍କର। ଭିଡିଓ ରେ ଦେଖିବାକୁ ମିଳୁ ଥିବା ଭିକାରିଙ୍କ ଟେଲେଣ୍ଟ ଦେଖିଲେ ଯିଏ କେହିବି ତାଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବ।

ଭିଡିଓରେ ଭିକାରି ଜଣକ ରାସ୍ତା କଡ଼ରେ ମ୍ୟାଜିକ କରି ଦେଖାଉ ଥିବାର ନଜର ଆସୁଛନ୍ତି। ଭିକାରି ଜଣକ ଏଭଳି ମ୍ୟାଜିକ କରି ଦେଖାଉ ଛନ୍ତି ଯେ ଦେଖିବା ମାତ୍ରେ ଆଖି ଲାଖି ହୋଇ ରହିଯିବ। ଭିକାର ଜଣକ ପ୍ରଥମେ ୩ ଟି ବଡ ବିଅର ବୋତକୁ ଧରିଛନ୍ତି। ଏହା ପରେ ଏକା ସହିତ ୩ଟି ବୋତଲକୁ ବାଲାନ୍ସ କରି ଖେଳ ଦେଖାଉଛନ୍ତି।


ଏହା ପରେ ଭିକାରୀ ଜଣକ ଦୌଡ଼ି ଯାଇ ୩ ଥଳିଆ ନେଇ ମ୍ୟାଜିକ ଦେଖାଉଛନ୍ତି। ଗୋଟିଏ ଥାଳିକୁ ଗୋଟିଏ ହାତରେ ଗୋଟିଏ ଲାଠି ସାହାଯ୍ୟ ବାଲାନ୍ସ କରୁଛନ୍ତି। ଏବଂ ଅନ୍ୟ ଦୁଇ ଥାଳିକୁ ଅନ୍ୟ ଏକ ହାତରେ ବାଲାନ୍ସ କରୁଛନ୍ତି। ଏହା ପରେ ୩ ଟି ଥାଳିକୁ ଏକା ସହିତ ନିୟନ୍ତ୍ରଣ କରୁଛନ୍ତି।

ଏହାପରେ ଭିଡିଓରେ ଦେଖିବାକୁ ମିଳୁଛି ଭିକାରି ଜଣକ ଏକ ବଲକୁ ନେଇ ତାଙ୍କ ପାଟିରେ ଏକ ଲାଠି ରଖି ବଲକୁ ନିୟନ୍ତ୍ରଣ କରୁଛନ୍ତି। ପୁଣି ୩ ଟି ବଲ୍ କୁ ନେଇ ହାତରେ ଧରି ବଲକୁ ବାଲାନ୍ସ କରୁଛନ୍ତି।

ବର୍ତ୍ତମାନ ସମୟରେ ଭିଡିଓରେ ଭିକାରି ଜଣକ କରି ହେଖାଉଥିବା ମ୍ୟାଜିକ ବହୁତ ଭାଇରାଲ ହେବାରେ ଲାଗିଛି ରାସ୍ତା କଡ଼ରେ ଏହି ଭିକାରି କରି ଦେଖାଉ ଥିବା ମ୍ୟାଜିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।