ସବୁ ସମୟ ଖବର ସାଥିରେ

ଭାଇରାଲ ହେଉଛି ବୁଢୀ ମାଉସୀଙ୍କ ଭିଡିଓ – ମାତ୍ର 2ହଜାର ଟଙ୍କା ପାଇଁ ବୋହୂକୁ ବିଧବା କରିଦେଲେ …ଦୟାକରି ଦେଖନ୍ତୁ ଭିଡିଓ ଅନ୍ୟମାନଙ୍କୁ ସେୟାର କରନ୍ତୁ

0 11

ଧୀରେ ଧୀରେ ଆମ ସମାଜ ରେ ସରକାରୀ ଚାକିରିଆ ଙ୍କର ମନମାନି ବଢ଼ିବାରେ ଲାଗିଛି। ଲୋକଙ୍କ ସେବା କରିବା ପାଇଁ ଏହି ସରକାରୀ ଚାକିରୀଆ ବାବୁ ମାନେ ପାଠ ପଢି ଚାକିରୀ କରୁଛନ୍ତି ମାତ୍ର ପରେ ଶିକ୍ଷା ର ପ୍ରକୃତ ମୁଲ୍ୟ କୁ ଭୁଲିଯାଇ ଏହିପରି ସବୁ କଳଙ୍କିତ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି ଯେ ତାହା ଆପଣ ବିଶ୍ୱାସ କରି ପାରିବେ ନାହିଁ। ସରକାର ଏମାନ ଙ୍କୁ ଚାକିରୀ ବାବଦରେ ଉଚିତ ଟଙ୍କା ଦେବା ପରେ ମଧ୍ୟ ସ୍ୱାର୍ଥ ଓ ଲୋଭ ର ବଶବର୍ତ୍ତୀ ହୋଇ କିଛି ଟଙ୍କା ପାଇଁ ସାଧାରଣ ଲୋକଙ୍କ ସହ ଖେଳିବାକୁ ଏମାନେ ପଛ ଘୁଞ୍ଚା ଦେଉ ନାହାନ୍ତି।

ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ରେ , ଯେଉଁ ଠାରେ ମାତ୍ର ୨୦୦୦ ଟଙ୍କା ପାଇଁ ଜୀବିତ ଥିବା ଲୋକ ଙ୍କୁ ମୃତ ଘୋଷଣା କରିଛନ୍ତି ସରକାରୀ ବାବୁ ମାନେ।

ଆଉ ସରକାର ଙ୍କର ହରିସଚନ୍ଦ୍ର ଯୋଜନା ର ଟଙ୍କା ବି ନିଜେ ଉଠେଇ ନେଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏହିପରି ଭବରେ ଗୋଟିଏ ପଂଚାୟତ ର ପ୍ରାୟ ୧୧ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ସରକାରୀ ବାବୁ ମାନେ। ଯାହାକୁ ନେଇ ଲୋକମାନେ ବର୍ତ୍ତମାନ ଅଭିଯୋଗ କରିଛନ୍ତି ।ତେବେ ସସ୍ମିତା ନାମକ ଜଣେ ମହିଳା କହିଛନ୍ତି କି ମୋ ସ୍ୱାମୀ ବଞ୍ଚିଛନ୍ତି ମୁଁ ଶୋଧବା ଅଟେ କିନ୍ତୁ ସରକାରୀ କାଗଜ ରେ ରହିଛି କି ମୋ ସ୍ୱାମୀ ମରୀ ଯାଇଛନ୍ତି ବୋଲି।

ଆଉ ତାଙ୍କ ମୃତ ର ଟଙ୍କା ମଧ୍ୟ ହରିସଚନ୍ଦ୍ର ଯୋଜନା ରୁ ଉଠା ଶରିଛି। ସରକାରୀ କାଗଜ ରେ ଏହିପରି ରହିଛି କିନ୍ତୁ ପ୍ରକୃତ ରେ ଆମେ କେହି ସେ ଟଙ୍କା ଆଣି ନାହୁଁ କିମ୍ବା ଦସଖସ୍ତ ବି ଦେଇ ନାହୁଁ ତେବେ ସେହି ଟଙ୍କା କିଏ ନେଲା। ଅନ୍ୟ ଜଣେ ବୃଦ୍ଧ ବ୍ୟକ୍ତି କହିଛନ୍ତି କି ମୁଁ ବଂଚିଛି ମାତ୍ର ସରକାରୀ କାଗଜ ରେ ମୁଁ ୨୨ ଜାନୁୟାରୀ ୨୦୨୨ ରେ ମରୀ ସାରିଛି। ଆଉ ଏହା ମଧ୍ୟ ଲେଖା ହୋଇଛି କି ମୋ ପୁଅ ହରିସଚନ୍ଦ୍ର ଟଙ୍କା ଉଠାଇ ଆଣିଛନ୍ତି ବୋଲି କିନ୍ତୁ ଆମ ଘରେ ଏହା କେହି ଜାଣି ନାହାଁନ୍ତି।

ତେବେ ଏ ବିଷୟ ରେ ପଚାରିବା ରୁ BDO କହୁଛନ୍ତି କି ଆମେ ତ ଜାଣି ନାହୁଁ ଏହିପରି କେମିତି ହୋଇଛି ,ବଧେ କେହି ଆମ କମ୍ପୁଟର କୁ ହ୍ୟାକ କରି ପାସୱାଡ଼ ଚଳେଇ ନେଇ ଏହିଭଳି ସବୁ କାର୍ଯ୍ୟ କରିଛି ବୋଲି। ମାତ୍ର ଏହା କୁ ବିଶ୍ୱାସ କରିବା ଟିକିଏ କଷ୍ଟକର ଅଟେ କାରଣ ସରକାରୀ ଅଫିସ ରୁ ଏହିପରି କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେବେ ଲୋକମାନେ କିନ୍ତୁ ଯିଏ ଏହି କାମ କରିଛନ୍ତି ତାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। କାରଣ ବଞ୍ଚିଥାଉ ଥାଉ ମାତ୍ର ୨୦୦୦ ଟଙ୍କା ପାଇଁ ସେ ଜୀବିତ ଲୋକଙ୍କୁ ମାରି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।