ସବୁ ସମୟ ଖବର ସାଥିରେ

(Video) ପୁଅ ସାମ୍ନାରେ ୭୯ ଦିନ ଧରି ଦୁଷ୍କର୍ମ କଲା ଭଣ୍ଡ ତାନ୍ତ୍ରିକ : “ବୋହୁକୁ ଭଣ୍ଡ ଗୁଣିଆ ହାତକୁ ଟେକିଦେଲା ଶାଶୁ” କ୍ୟାମେରା ଆଗରେ ମହିଳା ଯାହା କହିଲେ କାନରୁ ରକ୍ତ ବାହାରିଯିବ

0 13

ଧୀରେ ଧୀରେ ଦେଶ ଦୁନିଆ ଯେତେ ଆଗକୁ ଉନ୍ନତି ପଥରେ ପ୍ରଗତି କରିବାରେ ଲାଗିଛି ସେହି ଅନୁସାରେ ଦୁନିଆରେ ଅପରାଧର ମାତ୍ର ବଡିବାରେ ଲାଗିଛି ।କେତେବେଳେ କେଉଁ ବ୍ୟକ୍ତି ଆମ ପାଖରେ କେଉଁ ରୂପରେ ଓ କେଉଁ ଉଦେଶ୍ୟ ରଖି ଆସି ପହଁଚିଥାଏ ତାହା ଜାଣି ହୁଏ ନାହିଁ ।ତେବେ ଆମ ଦେଶରେ ପ୍ରତ୍ୟେକ ଲୋକ ପୂଜା ବାର ବ୍ରତ ଓ ଭଗବାନଙ୍କୁ ଖୁବ ବିଶ୍ୱାସ ରଖିଥାନ୍ତି ଆଉ ଏମିତି ଲୋକମାନେ ଥାଆନ୍ତି ଯେଉଁ ମାନେ ସେହି ନିରୀହ ଲୋକ ମାଆଙ୍କର ବିଶ୍ୱାସ ର ଖୁବ ଫାଇଦା ଉଠେଇ ଥାଆନ୍ତି ।

କିଛି ଲୋକ ନିଜର ଇଚ୍ଛା ପୂରଣ ପାଇଁ ନିଜକୁ ସିଦ୍ଧ ପୁରୁଷ ଓ ବାବା ବୋଲି ପରିଚୟ ଦେଇଥାନ୍ତି ଆଉ ପରବର୍ତ୍ତୀ ସମୟରେ ନିରୀହ ଲୋକଙ୍କ ପାଖରେ କିଛି ମିଛ ସତ କହି ତାଙ୍କର ସବୁକିଛି ଲୁଟି ନେଇଥାନ୍ତି ।

ତେବେ ବହୁତ ସମୟରେ ଏହି ଭଣ୍ଡ ବାବା ମାନେ ଧରା ବି ପଡ଼ନ୍ତି କିନ୍ତୁ ତା ଆଗରୁ ସେମାନେ ବହୁତ ଜୀବନ ନଷ୍ଟ କରି ସାରିଥାନ୍ତି ।ତେବେ ଆଜିର ଏହି ଘଟଣାରେ ଟିକେ ନଜର ଦେଉ ନାହାନ୍ତି ଯାହା ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ କାରଣ ଏଠାରେ ଜଣେ ନିରୀହ ମହିଳା କେମିତି ଜଣେ ଭଣ୍ଡ ବାବା ପାଖରେ ରହି ନିଜ ପୁଅ ଆଗରେ 79 ଦିନ ଧରି ଦୁଷ୍କର୍ମ ର ଶିକାର ହେଇଛନ୍ତି ।

ତେବେ ଏହି କଥା ଶୁଣିଲା ପରେ ରାଗ ଆସୁଥିବ ତେବେ ସମ୍ପୂର୍ଣ୍ଣ ଘଟଣା କଣ ତାହା ଜାଣିଲେ ତ ଆପଣଙ୍କ ମୁଣ୍ଡ ବିନ୍ଧି ଯିବ ।ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ ଯେଉଁଠାରେ ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁଷ୍କର୍ମ କରିଛି ଜଣେ ଭଣ୍ଡ ତାନ୍ତ୍ରିକ ।ତେବେ ପୋଲିସ ର କହିବା ଅନୁସାରେ ଶୁକ୍ରବାର ଦିନ ଏକ ବନ୍ଦ କଠୋରୀ ଭିତରୁ ଜଣେ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି କିନ୍ତୁ ସେହି ଭଣ୍ଡ ତାନ୍ତ୍ରିକ ଘଟଣା ସ୍ଥାନରୁ ଖସି ଯାଇଛି ।ତାପରେ ସେହି ମହିଳା ତାଙ୍କ ସହିତ ସବୁ ଘଟଣା ବିଷୟରେ ଜଣେଇ ଥିଲେ ।

ତେବେ ମହିଳା ଜଣଙ୍କ ୨୦୧୭ ମସିହାରେ ବିବାହ କରିଥିଲେ କିନ୍ତୁ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ ।ତେବେ ପରେ ତାଙ୍କ ଶାଶୁ ସେହି ତାନ୍ତ୍ରିକ ସହ କଥା ହେଇଥିଲେ ଆଉ ସେ କହିଥିଲେ ଯଦି ମୋ ସହ ସେ ଏକ ମାସ ରହିବ ତେବେ ସମସ୍ତ ଝଗଡ଼ା ଦୂରେଇ ଯିବ ।କିନ୍ତୁ ମହିଳା କଣ କରିବାରୁ ଶାଶୁ ତାଙ୍କୁ ନିଶା ଦେଇ ବେହସ କରି ତାନ୍ତ୍ରିକ ପାଖରେ ଛାଡି ଦେଇଥିଲେ ।ଆଉ ସେ ନିଜକୁ ଆଉ ତାଙ୍କ ପୁଅକୁ ତାନ୍ତ୍ରିକ ରୁମରେ ପାଇଥିଲେ ।ତାପରେ ସେହି ତାନ୍ତ୍ରିକ ଜଣକ ମହିଳାଙ୍କୁ ଗତ ୭୯ଦିନ ଧରି ଦୁଷ୍କର୍ମ କରିଥିଲା ।

ତେବେ ଭାଗ୍ୟକୁ ଦିନେ ମହିଳା ଥରେ ସେହି ବାବାର ମୋବାଇଲ ରୁ ନିଜ ପରିବାରକୁ ଫୋନ କରି ସବୁକଥା କହିଥିଲେ ।ତାପରେ ପୋଲିସ ସେହି ଜାଗାକୁ ଯାଇ ସେହି ମହିଳା ଓ ତାଙ୍କ ପିଲାକୁ ଉଦ୍ଧାର କରିଥିଲେ ।କିନ୍ତୁ ସେହି ଭଣ୍ଡ ବାବାକୁ କୁ ଧରି ପରି ନଥିଲେ ପୋଲିସ କିନ୍ତୁ ଥାନାରେ ମହିଳାଙ୍କ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଇଛି ।କିଂତ୍ଜ ଘଟଣାର କିଛି ନିଷ୍ପତ୍ତି ଏତେ ଯାଏ ହେଇ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।