
EXCLUSIVE :ଭିଡ଼ିଓ କଲରେ ମୋ ସ୍ତ୍ରୀକୁ ଶାଢ଼ୀ ଖୋଲିବାକୁ କହୁଥିଲା ମୋ ସାଙ୍ଗ, ଆଜି ତାକୁ ସବୁଦିନ ପାଇଁ ଶୁଆଇ..ଦେଖନ୍ତୁ ଭିଡ଼ିଓ ..
ଆଜି କାଲି ସୋସିଆଲ ମିଡିଆରେ ସମାଜରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | କେତେବେଳେ କୋଉଠି ହତ୍ୟା, ଗଣ ଦୁଷ୍କର୍ମ ଓ ଚୋରି ଡକାୟତି ତ କେତେବେଳେ ପରକିଆ ପ୍ରୀତିକୁ ନେଇ ହେଇ ଯାଉଛି ହତ୍ୟା | ସେତେବେଳେ ସେମାନେ ନିଜର ସମ୍ପର୍କକୁ ଭୁଲି ଯାଉଛନ୍ତି |ଏମିତି ଏକ ନିର୍ମମ ହତ୍ୟା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ସୂଚନା ଅନୁଯାୟୀ ପରକିଆ ପ୍ରୀତିକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବହୁତ ଦିନରୁ କାଲି କଜିଆ ଲାଗି ରହୁଥିଲା |ଶେଷରେ ସାଙ୍ଗ ନେଇଛି ସାଙ୍ଗର ଜୀବନ | ଏହି ଦୁଇ ସାଙ୍ଗ ଖୋର୍ଦ୍ଧା ଜିଲ୍ଲାର ଯୋଙ୍ଗିଆ ଅଞ୍ଚଳର | ମୃତକ ହେଉଛନ୍ତି ଅକ୍ଷୟ ସାମନ୍ତରାୟ | ଅକ୍ଷୟଙ୍କର ଦୀର୍ଘ ଦିନ ଧରି ନିଜ ସାଙ୍ଗଙ୍କ ସ୍ତ୍ରୀ ସହ ପରକିଆ ପ୍ରୀତି ରହିଥିଲା |ଆଉ ଏହି କାରଣରୁ ତାଙ୍କ ସାଙ୍ଗ ମାରିଥିବା ଅଭିଯୋଗ ଆଣିଛନ୍ତି ଅକ୍ଷୟଙ୍କ ସ୍ତ୍ରୀ |ପରିବାର ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଦୁଇ ସାଙ୍ଗଅକ୍ଷୟ ଓ ଗୁଡ଼ୁ ଜାତୀୟ ରାଜପଥ ଗୁଳିପୋଡ଼ା ନିକଟରେ ଏକ ଢ଼ାବା କରିଥିଲେ |
ଧୀରେ ଧୀରେ ଉଭୟ ପରିବାର ମଧ୍ୟରେ ସମ୍ପର୍କ ବଢ଼ିବାରୁ ଦୁଇ ସ୍ତ୍ରୀ ମାନେ ମଧ୍ୟ ଭଲ ଭାବରେ କଥା ବାର୍ତା ହେଉଥାନ୍ତି |ଗତକାଲି ଉଭୟଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା ଓ ଅକ୍ଷୟ ରାତିରେ ଛାତ ଉପରେ ଶୋଇଥିବା ବେଳେ ହତ୍ୟା କରାଯାଇଛି |ଖବର ପାଇ ଯୋଙ୍ଗିଆଥାନା ପୋଲିସ ତଦନ୍ତ ଆରମ୍ଭ କରିଛି |
ଅକ୍ଷୟଙ୍କ ସ୍ତ୍ରୀ କହିଛନ୍ତି ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ସ୍ୱାମୀ ତାଙ୍କ ଶୋଇବା ସ୍ଥାନରେ ନ ଥିଲେ ଓ ତାଙ୍କ ଫୋନ ବାଜୁଥିଲା | ଅକ୍ଷୟଙ୍କର ଗୁଡୁଙ୍କ ସ୍ତ୍ରୀଙ୍କ ସହ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି | ସେ ମନା କଲେ ସେ ଶୁଣନ୍ତି ନାହିଁ | ତାଙ୍କୁ ମାଡ଼ ମାରନ୍ତି |ଗୁଡ଼ୁ ହତ୍ୟା କରିଛନ୍ତି ବୋଲି ସେ ସନ୍ଦେହ କରୁଛନ୍ତି |ଗୁଡ଼ୁ କଣ କହିଛନ୍ତି ଆସନ୍ତୁ ଜାଣିବା |
ମୋ ସାଙ୍ଗ ମୋତେ ଧୋକା ଦେଲା |ମୁଁ ତାକୁ ବହୁତ ବିଶ୍ୱାସ କରିଥିଲି ହେଲେ ସେ ମୋ ବିଶ୍ୱାସରେ ବିଷ ଦେଲା |ମୋ ସାଙ୍ଗ ମୋ ସ୍ତ୍ରୀକୁ ପ୍ରେମ କଲା | ଏବେ ଭିଡିଓ କଲରେ ମୋ ସ୍ତ୍ରୀକୁ କହୁଛି ଶାଡୀ ଖୋଲ |ମୋ ସାଙ୍ଗ ମୋ ସ୍ତ୍ରୀ ସହ ଖରାପ ସମ୍ପର୍କ ରଖୁଥିଲା |ମୁଁ ନ ଥିବା ବେଳେ ମୋ ଘରକୁ ଆସୁଥିଲା | ଘଣ୍ଟା ଘଣ୍ଟା ଧରି ଫୋନରେ ଗପୁଥିଲା | ମୁଁ ତାକୁ ମନା ବି କଲି ମୋ ସ୍ତ୍ରୀ ସହ ନ ମିଶିବାକୁ ହେଲେ ମୋ କଥା ଶୁଣିଲାନି | ହଁ ମୋ ସ୍ତ୍ରୀ ଆଉ ମୋ ସାଙ୍ଗ ଭିତରେ ଥିଲା ପ୍ରେମ ସମ୍ପର୍କ |
ଏକାଠି ବି ଦୁଇ ଜଣକୁ ଦେଖିଥିଲି |ଅଟେ ସବୁ ପରେ ବି କେହି ମୋ କଥା ଶୁଣିଲେନି |ମୁଁ କଣ ବା କରିଥାନ୍ତି, ଆଉ କେତେ ବା ସହିଥାନ୍ତି | ମୋ ସ୍ତ୍ରୀ ଓ ମୋ ସାଙ୍ଗ ମୋ ସହ ଯାହା କଲେ ତାକୁ ମୁଁ ସାହି ପାରିଲିନି |ସ୍ତ୍ରୀକୁ ତ ମାରି ପାରିବିନି | କାହିଁକି ନା ତାକୁ ସାତ ଜନ୍ମ ପାଇଁ ସାଥି କରିଛି |ହେଲେ ମୁଁ ମୋ ସାଙ୍ଗକୁ ମାରିଦେଲି |ମୋ ସ୍ତ୍ରୀ ସହ ଶୋଉଥିଲା ହେଲେ ମୁଁ ଆଜି ତାକୁ ସବୁ ଦିନ ପାଇଁ ଶୁଆଇ ଦେଲି |