ସବୁ ସମୟ ଖବର ସାଥିରେ

ଓଃ କି ଡ୍ୟାନ୍ସ ! ପୁଣି ମାର୍କେଟ କୁ ଆସିଲା Naveen ଙ୍କ ନୂଆ Video Song…. ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇ ରାଲ….

0 25

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଆପଣ ମାନେ ଦେଖିବାକୁ ପାଇଥିବେ। ସୋସିଆଲ ମିଡିଆ ଏ ଭଳି ଏକ ମାଧ୍ୟମ ପାଲଟିଛି ଯାହା ଦ୍ଵାରା କେଉଁଠି କେତେ ବେଳେ କେଉଁ ଘଟଣା ଦୁର୍ଘଟଣା ଘଟି ଚାଲିଚି ସେ ବାବଦରେ ଆମେ ଅତି ସହଜରେ ଜାଣି ପାରୁଛୁ। ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ର ଭିଡିଓ ଦେଖିବାକୁ ମିଳି ଥାଏ। ଏଥି ମଧ୍ୟରୁ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଥିବା ଭିଡିଓ ମଧ୍ୟରେ ରହିଛି ମ୍ୟୁଜିକ୍ ଭିଡିଓ। ତେବେ ନିକଟରେ ଏକ ମ୍ୟୁଜିକ୍ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ମ୍ୟୁଜିକ୍ ଭିଡିଓଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ କରା ଯାଇଛି।
ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜ ରାଜନୀତି ଜୀବନ ହେଉ କିମ୍ବା ନିଜର ସରଳ ଜୀବନ ଶୈଳୀକୁ ନେଇ ହେଉ ସବୁ ବେଳେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ସାଢେ଼ ଚାରି କୋଟି ଓଡ଼ିଶା ବାସୀଙ୍କ ପ୍ରିୟ ନେତା ଭାବରେ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ଶାସନ ଭାରକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି। ୧୬ ଅକ୍ଟୋବର ୧୯୪୬ ମସିହାରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ତେବେ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ। ଆଉ କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ଶାସନ ଭାରକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି। ତେବେ ନବୀନ ପଟ୍ଟନାୟକ କେବଳ ଓଡ଼ିଶାର ନୁହଁନ୍ତି ବରଂ ସାରା ବିଶ୍ବରେ ପରିଚିତ। ଓଡ଼ିଶାକୁ ବିଶ୍ଵ ସ୍ତରରେ ପହଁଚାଇବା ପାଇଁ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ।

ତେବେ ବର୍ତ୍ତମାନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହି ଗୀତଟି ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଦର୍ଶକ ଏହି ଗୀତକୁ ଖୁବ୍ ପସନ୍ଦ କରିଛନ୍ତି। ଗୀତଟି ହେଉଛି ‘ଆସୁଛି ନବୀନ ରଜା’ ଯାହାକୁ ଗାଇଛନ୍ତି ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣ। ଆଉ ଏହି ଗୀତରେ ଅଭିନୟ କରିଛନ୍ତି ଓଲିଉଡ଼ ଲୋକପ୍ରିୟ ଅଭିନେତା ଆକାଶ ଦାସ, ମ୍ୟୁଜିକ ଡାଇରେକ୍ଟର ଜାପାନୀ ଭାଇ, ତାରିଣୀ ପ୍ରସାଦ ନାୟକ, ରକି, ରାଜା ଓ ଅନ୍ୟମାନେ। ଖୁବ୍ ସୁନ୍ଦର ଭାବରେ ଏହି ଗୀତର କୋରିୟଗ୍ରାଫି କରା ଯାଇଛି। ଏବଂ ଏହି ଗୀତ ଟିକୁ ଖୁବ୍ ସୁନ୍ଦର ଭାବରେ ସ୍ଵରରେ ସଜାଇଛନ୍ତି ମ୍ୟୁଜିକ ଡାଇରେକ୍ଟର ବିବେକ କୁମାର।

ତେବେ ବର୍ତ୍ତମାନ ସମୟରେ ଏହି ଗୀତଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଯାହାକୁ ଏ ପର୍ଯ୍ୟନ୍ତ ସାଢେ଼ ଛଅ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ବା ସହିତ ଲାଇକ ମଧ୍ୟ କରିଛନ୍ତି।ଗୀତଟି ଖୁବ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।