
ସୁପରଷ୍ଟାର ସିଙ୍ଗର Asima Panda & Arpita Choudhury ଗାଇଲେ ଏମିତି ଗୀତ ” ଆଲୋ କଳା ଶାରୀ “… ମାତ୍ର 4 ଘଣ୍ଟାରେ 2646k ରୁ ଅଧିକ ଲୋକ ଦେଖି ସାରିଲେଣି…
ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ଼ ପର୍ଯ୍ୟନ୍ତ ସବୁଠି ଏବେ ଦେଖିବାକୁ ମିଳୁଛି ପୁରୁଣା ଗୀତର ନୂଆ ଛୁଙ୍କ।ପ୍ରତିଟି ପୁରୁଣା ଗୀତକୁ ନୂଆ ଢଙ୍ଗରେ ନୂଆ ରୂପରେ ଶ୍ରୋତାଙ୍କ ସାମ୍ନାରେ ରଖା ଯାଉଛି। ଶ୍ରୋତା ମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଆପଣ ମାନେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ରର ‘ସଂସାର’ ର “ଆଲୋ କଳା ଶାରୀ, କିଏ ତୋର ଶୁଆ.. ଆହା ବର ସେ ତ କଲିକତିଆ ବର ସେ ତ କଲିକତିଆ” ଗୀତଟି ଶୁଣିବାକୁ ପାଇଥିବେ।ଏହି ଗୀତ ଯେତିକି ପୁରୁଣା ସେତିକି ମନ ଛୁଆଁ ଓ ହୃଦୟ ସ୍ପର୍ଶି ମଧ୍ୟ। ସେତେ ବେଳେ ଏହି ଗୀତଟି ଖୁବ୍ ଲୋକପ୍ରିୟ ହୋଇ ପାରିଥିଲା ଏହି ପୁରୁଣା ଗୀତଟିକୁ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତୁପ୍ତି ଦାସ ଓ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଯାହାକୁ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା।
ତେବେ ପୁଣି ଥରେ ଏହି ପୁରୁଣା ସୁପରହିଟ ଗୀତଟିକୁ ନୂଆ କଣ୍ଠରେ ଶୁଣିବାକୁ ମିଳିଛି। ଯାହା ମଧ୍ୟ ବେଶ ମନଛୁଆଁ ହୋଇ ପାରିଛି। ତେବେ ଏହି ଗୀତକୁ ନୂଆ ରୂପରେ ଗାଇଛନ୍ତି ଓଡ଼ିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ। ତେବେ ଆପଣ ମାନେ ତ ଆପଣ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।
ଏହି ଦୁଇ କଣ୍ଠଶିଳ୍ପୀ ଓଡିଶାର ଜଣେ ଆଗ ଧାଡିର କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରେ ଅନ୍ୟତମ।ସେମାନଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ନିଜର ଜବରଦସ୍ତି ଗାଇକିର ଯାଦୁ ରେ ସାରା ଓଡିଶା ବାସୀଙ୍କ ମନରେ ସ୍ଵତନ୍ତ୍ର ଜାଗା ତିଆରି କରି ପାରିଛନ୍ତି ଏହି ଦୁଇ କଣ୍ଠଶିଳ୍ପୀ।ଓଡ଼ିଶାର ଅଗଣିତ ଶ୍ରୋତାଗଣ ଏହି ଦୁଇ କଣ୍ଠଶିଳ୍ପୀଙ୍କ କଣ୍ଠର ସୁମଧୁର ଗୀତକୁ ଶୁଣିବାକୁ ବେଶ୍ ପସନ୍ଦ କରନ୍ତି।
ତେବେ ପୁଣିଥରେ ନୂଆ କଣ୍ଠରେ ସାମ୍ନାକୁ ଆସିଛି ଓଡ଼ିଆ କଥାଚିତ୍ର ସୁପରହିଟ ଗୀତ “ଆଲୋ କଳା ଶାରୀ, କିଏ ତୋର ଶୁଆ.. ଆହା ବର ସେ ତ କଲିକତିଆ ବର ସେ ତ କଲିକତିଆ”।ଏହି ସୁପରହିଟ ଗୀତକୁ ଗାଇଛନ୍ତି ଓଡ଼ିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏବଂ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଖୁବ୍ ସୁନ୍ଦର ଭାବରେ ଗାଇଛନ୍ତି। ତେବେ ଦର୍ଶକ ମାନେ ମଧ୍ୟ ଏହି ଗୀତକୁ ପୁଣି ଥରେ ନୂଆ କଣ୍ଠରେ ଖୁବ୍ ପସନ୍ଦ କରୁଛନ୍ତି।
ଏହି ଗୀତଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ସାଢେ଼ ୧୨ ଲକ୍ଷ ଦର୍ଶକ ଦେଖି ସାରିଲେଣି। ଏହି ଗୀତର ନିର୍ଦ୍ଦେଶନା ଏବଂ ସ୍ଵର ସଂଯୋଜନା ବହୁତ୍ ସୁନ୍ଦର୍ ଏବଂ ମନକୁ ଛୁଇଁଲା ଭଳି ଅଟେ। ଆପଣ ଏହି ଗୀତଟିକୁ ଥରେ ଶୁଣିଲେ ନିଶ୍ଚିତ ଖୁସି ହେବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।