ସବୁ ସମୟ ଖବର ସାଥିରେ

Vastu Shastra – ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି ୨ ଟି ଶବ୍ଦ ବିନା ପୂଜାରେ ହେବ ମନସ୍କାମନା ପୂର୍ଣ୍ଣ |

0 61

ଆମେ ମଣିଷ ଜୀବନ ଯେତେ ବେଳେ ପାଇଛନ୍ତି ସୁଖ ଦୁଃଖ କଷ୍ଟ ଆଦି ତ ଲାଗି ରହିବ, କାରଣ ଆମେ ଯଦି ସବୁବେଳେ ଖୁସି ଖୋଜିବା ତେବେ ପାଇବା ନାହିଁ, କିନ୍ତୁ ମଣିଷ ଜୀବନ ରେ ଦୁଃଖ କଷ୍ଟ ମଧ୍ୟ ନିହାତି ଜରୁରୀ କାରଣ ଏହା ଠାରୁ ହିଁ ମଣିଷ ଶିକ୍ଷା ପାଇ ଥାଏ | କିନ୍ତୁ କିଛି ଏପରି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ଅନେକ ସମୟ ଧରି ଦୁଃଖ କଷ୍ଟ ଆଦି ଲାଗି ରହିଥାଏ ଏବଂ ସେମାନଙ୍କର କୌଣସି ମନସ୍କାମନା ପୂରଣ ହୋଇ ନଥାଏ |

ଜୀବନ ରେ ଯେତେ ପରିଶ୍ରମ କଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ର ସଫଳ ମିଳି ନଥାଏ | କିନ୍ତୁ ଯଦି ଆପଣ ସକାଳ ସମୟ କୁ ଭଲ କରି ଆରମ୍ଭ କରିବେ ତେବେ ଆପଣର ପୁରା ଦିନ ଟି ଭଲ କଟିବ ବୋଲି ମାନା ଯାଇ ଥାଏ | କିଛି ମନ୍ତ୍ର ମଧ୍ୟ ରହିଛି ଯଦି ସକାଳୁ ଉଠି ଆପଣ ଏହି ମନ୍ତ୍ର କୁ ଜପ କରିବେ ତେବେ ଆପଣଙ୍କର ଦରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ, ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ଟି କଣ ଅଟେ |

ଆପଣ ସକାଳୁ ଉଠି ଆପଣଙ୍କର ମୁହଁକୁ ଉତ୍ତର ଦିଗ କରି ବସି ଯାଆନ୍ତୁ ଏବଂ ଏହାପରେ ହନୁମାନ ଚାଳିଶାକୁ ଗୋଟିଏ ଥର ଜପ କରନ୍ତୁ , ଯେକୌଣସି ଭକ୍ତ ସକାଳେ ଉଠି ଗୋଟିଏ ଥର ହନୁମାନ ଚାଳିଶା ଜପ କରି ଦେଲେ ସେହି ଭକ୍ତ ଙ୍କର ଜୀବନରେ କୌଣସି ପ୍ରକାର ଦୁଃଖ ରହିବ ନାହିଁ | ସର୍ବ ପ୍ରଥମେ ସକାଳୁ ଉଠି ଭୋଳାନାଥ ଙ୍କର ଅବତାର ହନୁମାନ ଙ୍କ ମନ୍ତ୍ର ପଢିବା ଉଚିତ |

ଏହି ମନ୍ତ୍ର କୁ ଉଚ୍ଚାରଣ କରିବା ଦ୍ୱାରା ଆମର ଜ୍ଞାନେନ୍ଦ୍ରୀୟ ଓ ଆମର ମାଂସପେଶୀ ଖୋଲି ଯାଏ | ଏହା ସହିତ ଏହି ମନ୍ତ୍ର କୁ ଜପ କଲେ ଭଗବାନ କୌଣସି ରୂପ ରେ ମଧ୍ୟ ଆପଣଙ୍କ ନିକଟକୁ ଆସି ଆପଣଙ୍କ ର ସମସ୍ତ ସମସ୍ୟା ଦୂର କରି ଦେବେ ଏବଂ ଆପଣ ଙ୍କୁ ଆଉ କୌଣସି ବିପଦ ଛୁଇଁ ପାରିବ ନାହିଁ | ଆଉ ଯିଏ ଆପଣଙ୍କ ର ଅନିଷ୍ଟ ଚିନ୍ତା କରିବ ତାହାର ପରିଣାମ ସେମାନେ ନିଶ୍ଚିତ ଭାବରେ ଭୋଗିବେ |

 


ଏହା ସହିତ ସକାଳେ ଉଠି ଆଉ ଏକ ମହାଦେବ ଙ୍କର ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ, ଏହା ମାତ୍ର 3 ଟି ପଦ କିନ୍ତୁ ଏହି ଓଁ ମନ୍ତ୍ର ରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର 3 ଜଣଙ୍କର ଶକ୍ତି ରହିଛି | ତେଣୁ ସକାଳେ ଉଠି ହାତ ଯୋଡ଼ି ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ | ଆଉ ଏକ ଶେଷ ମନ୍ତ୍ର ଯାହାକୁ ଯଦି ଆପଣ ସକାଳେ ଉଚ୍ଚାରଣ କରିବେ ତେବେ କୌଣସି ପ୍ରକାର ର ନକାରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସି ପାରିବ ନାହିଁ | ସେହି ମନ୍ତ୍ର ଟି ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର, ଓଁ ତ୍ରୟମ ବକମ୍ ୟଜା ମହେ ସୁଗନ୍ଧିମ ପୁଷ୍ଟିବର୍ଦ୍ଧନମ , ଉର୍ବାରୁକ ମିବବନ୍ଧନାତ୍ ମୃତ୍ୟୁମୁଖ୍ୟ ୟମାବୃତା | ତେଣୁ ଏହି ସବୁ ମନ୍ତ୍ର ଉଚ୍ଚାରଣ କରି ଆପଣଙ୍କ ର ଏହି ଶୁଭ ଦିନଟିକୁ ଆରମ୍ଭ କରନ୍ତୁ |