
ଆସିଲା ବଡ ଭୟଙ୍କର ଖବର,ଶେଷ ହେଉଛି କଳିଯୁଗ , ନିର୍ଦ୍ଦେଶ ଦେଉଛନ୍ତି ଜଗନ୍ନାଥ !ହଟାତ ଅରୁଣ ସ୍ତମ୍ଭରେ ଫାଟ…ଦେଖନ୍ତୁ ଛାତିଥରା Video ..
ସମାଜରେ ଅସାମାଜିକତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି | ମାଡ଼ ଗୋଳ, ହିଂସା, ଦୁଷ୍କର୍ମ ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି | ଲୋକ ମାନଙ୍କ ଭିତରେ ବନ୍ଧୁତ୍ୱ ଭାବ ନ ରହି ଶତ୍ରୁତା ଭାବ ଦେଖିବାକୁ ମିଳୁଛି | ହତ୍ୟାର ପ୍ରଭାବ ବଢ଼ି ବଢ଼ି ଚାଲିଛି | ଲୋକ ମାନେ ଟଙ୍କା ପାଇଁ ନିଜର ମାନସିକ ସନ୍ତୁଳନ ହରାଇ କଣ କରୁଛନ୍ତି ଜାଣି ପାରୁ ନାହାନ୍ତି | ସବୁ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି | ବାପା ପୁଅ, ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଭାବ, ପ୍ରେମ ସମ୍ପର୍କ ନାହିଁ | ଗୁରୁଜନ ମାନଙ୍କୁ ଭକ୍ତି ଓ ସମ୍ମାନ କେହି ଦେଉ ନାହାନ୍ତି | ଅବୈଧ ସମ୍ପର୍କ ଓ ପରକିଆ ପ୍ରୀତିର ପରିମାଣ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି |
ନିଜର ସ୍ୱାମୀଙ୍କୁ ଭଲ ନ ପାଇଁ ପର ପୁରୁଷ ସହିତ ସମ୍ପର୍କରେ ଲିପ୍ତ ରହୁଛନ୍ତି ମହିଳା ମାନେ | ନିଜର ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଇ ପାଶ୍ଚାତ୍ୟ ପରମ୍ପରାକୁ ଆଦରି ନେଉଛନ୍ତି |ଏହି ସବୁ କାର୍ଯ୍ୟ ଗୁଡିକ ଦେଖି ଜଣା ପଡୁଛି କି ମାଳିକାରେ ଲେଖା ଯାଇ ଥିବା ସମସ୍ତ କଥା ସତ୍ୟ ହେବାକୁ ଯାଉଅଛି | ଯେତେବେଳେ ବାଇଶି ପାହାଚରେ ମୀନ ଓ ଶ୍ରୀ ମନ୍ଦିରରୁ ପଥର ଖସି ବାରେ ଲାଗିବ ସେତେବେଳେ କଳି ଯୁଗର ଶେଷ ବୋଲି ଲେଖା ଯାଇଛି ଏବଂ କଳିର ପ୍ରଭାବ ବଢିଲେ କଳ୍କୀ ରୂପରେ ଜଗନ୍ନାଥ ପାପୀ ମାନଙ୍କୁ ସଂହାର କରିବେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆମ ଓଡ଼ିଆ ମାନଙ୍କର ମଉଡମଣୀ ଶ୍ରୀ ଜଗନ୍ନାଥଙ୍କୁ ଆମେ ସମସ୍ତେ ଭକ୍ତି କରି ଥାଉ | କାରଣ ସେ ହିଁ ସାରା ପୃଥିବୀର ଦୈବ ବିଧାତା | ସେ ପ୍ରତ୍ୟେକ ଜୀବ ଜଗତକୁ ରକ୍ଷା କରୁ ଥିବା ବେଳେ ଏବେ ତାଙ୍କ ଉପରେ ବିପଦ ଆସିଛି |ବିଭିନ୍ନ ଅଘଟଣ ଦେଖିବାକୁ ମିଳୁଛି ଶ୍ରୀ ମନ୍ଦିରରେ | ଗତ କିଛି ଦିନ ତଳେ ଶ୍ରୀ ମନ୍ଦିରର କୌଣସି ଏକ ଫାଟ ଦେଇ ପାଣି ବାହାରୁ ଥିବାରୁ ବାଇଶି ପାହାଚ ବୁଡି ଯାଇଥିଲା |
ମନ୍ଦିରର ପ୍ରାଚୀରରୁ ଜଣେ କିନ୍ନର ଢ଼େଇଁ ପଡି ଥିବାରୁ ମନ୍ଦିର ଆଗରେ ରକ୍ତର ଚିତା ଲାଗିଥିଲା |
ଗତକାଲି ଶ୍ରୀ ମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ସୃଷ୍ଟି ହେବାର ଦେଖିବାକୁ ମିଳିଥିଲା | ଆଶ୍ଚର୍ଯ୍ୟ ଜନକ କଥା ଏହା କି ତେତିଶ ଫୁଟ ଆଠ ଇଞ୍ଚ ବିଶିଷ୍ଟ ଏହି କଳା ମୁଗୁନି ପଥରରେ କେମିତି ଫାଟ ସୃଷ୍ଟି ହେଲା | ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରା ଯାଉଛି |
କିଛି ଦିନ ପୂର୍ବରୁ ରତ୍ନ ସିଂହାସନ ଉପରୁ ପଥର ଖସିଲା ଏବଂ ଶ୍ରୀମନ୍ଦିରର ଦଧିନଉତି ଉପରେ ଚିଲ ବୁଲୁଥିଲେ | ପୂରୀ ସମୁଦ୍ରରେ ଖଣ୍ଡିଆ ଭୁତ ବୁଲିଥିଲା | ମନ୍ଦିରର ସର ଘରେ ଅଗ୍ନି କାଣ୍ଡ ଘଟି କିଛି ସାମଗ୍ରୀ ପୋଡି ଯାଇଥିଲା | କେହି ଜଣେ ଦୁର୍ବୁତ୍ତ ରଷେଇ ଘରେ ଚୁଲି ଭାଙ୍ଗି ଦେଇଥିଲା | ଏହି ସବୁ ଦେଖିଲା ବେଳକୁ ଜଣା ପଡି ଯାଉଛି ଯେ ପୃଥିବୀ ଧ୍ବଂସ ପାଇଁ ଆଉ ବେଶୀ ଦିନ ନୁହେଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।