
ଦେଖନ୍ତୁ video ଏତେ ଦିନ ପରେ ମାନସିକ ପୂଜା ପାଇଁ ମନ୍ଦିର ଗଲେ ସାଇ ଏବଂ ସାରା…ଦେଖନ୍ତୁ full video….
ଆମେ ଆମର ବ୍ୟସ୍ତ ବହୁଳ ଜୀବନରେ ଟେନସନରୁ ମୁକ୍ତ ରହିବା ପାଇଁ ଟେଲି୍ଭିସନରେ ଆମେ କେତେ କଣ ଦେଖି ମନରଞ୍ଜନ କରି ଥାଉ | ଏବଂ ଏହି ସବୁ ର ଶ୍ରେୟ କେବଳ କଳାକାର ମାନଙ୍କୁ ଯାଇ ଥାଏ | କାରଣ ସେମାନଙ୍କର ଅଭିନୟର ଚାତୁରୀ ସମସ୍ତଙ୍କୁ ଆକୃଷ୍ଟ କରି ଥାଏ | ସେଗୁଡିକ ସିନେ ଜଗତ ହେଉ କି ସିରିଏଲ ଅଥବା ଯାତ୍ରା ଜଗତ | ସେମାନେ ନିଜର କଳା ଓ ମଧୁର୍ଯ୍ୟର ଚାତୁରୀରେ ସମସ୍ତଙ୍କୁ ହସାଇ ପାରି ଥାନ୍ତି ଓ ଲୋକ ପ୍ରିୟତା ହାସଲ କରିଥାନ୍ତି| ଆଜି ଆମେ ଆପଣଙ୍କୁ ଜଣେ କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଅଛୁ | ସେ ହେଉଛନ୍ତି ସୁମନ ମହାରଣା ଓର ଅଫ ମିଲନ ମହାରଣା |
ତରଙ୍ଗ ଟିଭିରେ ପ୍ରସାରିତ ମେଗା ଧାରାବାହିକ କୁଆଁରୀ ବୋହୂରେ ମିଲନ ମହାରଣା ସାଇ ଚରିତ୍ରରେ ଅଭିନୟ କରି ଥିଲେ ଏବଂ ଦର୍ଶକ ମାନେ ମଧ୍ୟ ତାଙ୍କ ଚରିତ୍ରକୁ ବେଶ ପସନ୍ଦ ମଧ୍ୟ କରି ଥିଲେ | ଏହି ସିରିଏଲଟି ମଧ୍ୟ ଘରେ ଘରେ ପରିଚିତ ହୋଇ ପାରି ଥିଲା | ହେଲେ ଏହି ସିରିଏଲ ପରେ ସେ ଆଉ କୌଣସି ସିରିଏଲରେ କାମ କରୁ ନାହାନ୍ତି |
କିଛି ଦିନ ପୂର୍ବରୁ ଆପଣ ମାନେ ଗଣ ମାଧ୍ୟମର ଜରିଆରେ ଦେଖିବାକୁ ପାଇ ଥିବେ ଯେ ମିଲନ ମହାରଣାଙ୍କ ଗର୍ଲ ଫ୍ରେଣ୍ଡ ତାଙ୍କ ନାମରେ ଥାନାରେ ଅଭିଯୋଗ ଆଣି ଥିଲେ | ସେ କିଛି ବର୍ଷ ପୂର୍ବରୁ ଏକ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ | ଏହି ଯୁବତୀ ଜଣଙ୍କ ମଧ୍ୟ ଟିଭି ସିରିଏଲରେ କାର୍ଯ୍ୟ କରନ୍ତି | ଏବଂ ସେମାନେ ଦୀର୍ଘ ଦୁଇ ବର୍ଷ ହେଲାଣି ସମ୍ପର୍କରେ ରହୁଥିଲେ | ସେ ତାଙ୍କ ଠାରୁ କିଛି ପଇସା ଆଣି ବୁଲେଟ ଆଣି ଥିବାର କଥା ତାଙ୍କ ଗର୍ଲ ଫ୍ରେଣ୍ଡ କହି ଥିଲେ | ସେମାନେ ଲିଭ ଇନ ରିଲେସନସିପରେ ମଧ୍ୟ ରହି ଥିଲେ |
କିନ୍ତୁ କିଛି ଦିନ ଧରି ମିଲନ ତାଙ୍କ ସହ କଥା ବାର୍ତା ବନ୍ଦ କରି ଦେଇ ଥିବାରୁ ସେ ଜାଣିବାକୁ ପାଇ ଥିଲେ ଯେ ତାଙ୍କର ଅନ୍ୟତ୍ର ଅଫେୟାର୍ସ ଚାଲିଛି ବୋଲି | ଏଥି ପାଇଁ ସେ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇ ଥିଲେ |ମିଲନ ଓର ଅଫ ସାଇଙ୍କ ବିରୁଦ୍ଧରେ ଏହି ଘଟଣା ସମସ୍ତଙ୍କୁ ବ୍ୟଥିତ କରି ଥିଲା |
କିନ୍ତୁ ସେ ଜେଲରୁ ଆସି ନିଜ ଗର୍ଲ ଫ୍ରେଣ୍ଡକୁ ସାରାଙ୍କୁ ବିବାହ କରି ଥିଲେ | ଏବଂ ଏହା ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇ ଥିଲେ | ଆଜି ଆମେ ସେମାନଙ୍କର ଏକ ଭିଡିଓ ବିଷୟରେ ଆପଣ ମାନଙ୍କୁ ଜଣାଇ ବାକୁ ଚାହୁଁଚୁ ଯୋଉଁଥିରେ ସେମାନେ ଦୁଇ ଜଣ ସାଙ୍ଗରେ ନଜର ଆସି ଥିବାର ଦେଖିବାକୁ ମିଳିଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ବିବାହ ପରେ ଦୁଇ ଜଣ ବେଶ ଖୁସିରେ ଥିବାର ବିଭିନ୍ନ ଫୋଟୋ ଦେଖିବାକୁ ମିଳି ଥିଲା | ହେଲେ ଗତ କାଲି ସେମାନେ ନିଜର ମାନସିକ ପାଇଁ ଏକ ମନ୍ଦିରକୁ ଯାଇ ପୂଜା କରିବାର କିଛି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି | ବାହାଘର ପରେ ସେମାନେ ଦୁଇ ଜଣ ବହୁତ ଖୁସିରେ ଥିବାର ଦେଖିବାକୁ ମିଳିଛି ଏବଂ ବହୁତ ଜାଗାରେ ବୁଲାବୁଲି କରିବାର ଫୋଟୋ ମଧ୍ୟ ଦେଖିବାକୁ ମିଳୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।