
ଉଚ୍ଚ ରକ୍ତ ଚାପକୁ{ High Blood Pressure } କେମିତେ ନିୟନ୍ତ୍ରଣ କରିବେ ଜାଣନ୍ତୁ ?Dr Maria imran
କୁହା ଯାଇଥାଏ କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ସର୍ବ ପ୍ରଥମେ ଆମେ ଆମ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଜିର ଆଧୁନିକ ଜୀବନଶୈଳୀ ପାଇଁ ଅଧିକାଂଶ ଲୋକେ ରୋଗାଗ୍ରସ୍ତ ହୋଇ ପଡ଼ୁଛନ୍ତି। ତେବେ ଆଜିର ଦିନରେ ଅଧିକାଂଶ ଲୋକଙ୍କ ପାଖରେ ବ୍ଲଡ଼ ପେସର୍ ବା ରକ୍ତଚାପ ଭଳି ସମସ୍ୟା ଦେଖିବାକୁ ମିଳୁଛି। ଏହି ବ୍ଲଡ଼ ପେସର୍ ପ୍ରତିଟି ଲୋକଙ୍କ ପାଇଁ ଏକ ଶାରିରୀକ ସମସ୍ୟା ଭାବେ ଛିଡା ହୋଇଛି। ତେବେ ରକ୍ତ ଚାପକୁ ଯଦି ପ୍ରାଥମିକ ସ୍ତରରୁ ଅଣଦେଖା କରାଯାଏ ତେବେ ଏହା ଧିରେ ଧିରେ ଘାତକ ଏବଂ ହୃଦଘାତର ବଡ କାରଣ ହୋଇ ପାରେ। ତେବେ ଆମେ ଆଜି ଆପଣ ମାନଙ୍କୁ ଉଚ୍ଚ ରକ୍ତଚାପର କାରଣ ଓ ଏହାର ନିରାକରଣ ବାବଦରେ ଜଣାଇବୁ।
ତେବେ ଉଚ୍ଚ ରକ୍ତଚାପ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଗୋଟିଏ ହେଲା ପ୍ରାଇମେରୀ ହାଇପର୍ ଟେନ୍ସନ୍ ଓ ଅନ୍ୟଟି ହେଉଛି ସେକେଣ୍ଡାରୀ ହାଇପର୍ ଟେନ୍ସନ୍। ତେବେ ଉଚ୍ଚ ରକ୍ତ ଚାପକୁ ଦୁଇ ପ୍ରକାର ମାପଦ୍ଵାରା ମପା ଯାଇଥାଏ ଗୋଟିଏ ହେଉଛି ସିସ୍ଟୋଲିକ ଓ ଅନ୍ୟଟି ଡାୟାସ୍ଟୋଲିକ। ତେବେ ଉଚ୍ଚ ରକ୍ତଚାପ ଶରୀରରେ ବଢ଼ିଲେ ଏହା ହାର୍ଟ ଉପରେ ପ୍ରଭାବ ପକାଇ ଥାଏ। ଏମିତିକି ଏହାର ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ ହାର୍ଟ ଦୁର୍ବଳ ହୋଇ ଯାଇଥାଏ ଏବଂ ହୃଦଘାତ ହେବାର ସମ୍ଭାବନା ରହିଥାଏ। ଏହା ସହିତ ବ୍ରେନ୍ ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ ରହିଥାଏ।
ତେବେ ଅତ୍ୟଧିକ ମାନସିକ ଚିନ୍ତା ଉଚ୍ଚ ରକ୍ତଚାପର ଏକ ବହୁତ୍ ବଡ କାରଣ । ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରିବା ଦ୍ଵାରା ମଧ୍ୟ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜିର ଆଧୁନିକ ଜୀବନଶୈଳୀ ଓ ଆମେ ଯେଉଁ ସବୁ ଜଙ୍କ୍ ଫୁଡ୍ ,ଫାଷ୍ଟ ଫୁଡ୍ ଓ ଅତ୍ୟାଧିକ ତୈଳଯୁକ୍ତ ଖାଦ୍ୟ ଖାଉଛୁ ତାହା ମଧ୍ୟ ରକ୍ତଚାପର ଏକ କାରଣ ହୋଇପାରେ।
ତେବେ ଅଧିକ ଲୁଣ ଖାଇବା ଦ୍ବାରା ଏହି ରୋଗ ବଢ଼ି ଯାଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କୁ ଲୁଣ ଖାଇବା ପାଇଁ ମନା କରା ଯାଇଥାଏ। ତେବେ ଉଚ୍ଚ ରକ୍ତଚାପ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ। କିନ୍ତୁ ଏହା ଯେତେ ବେଳେ ବଢ଼ି ଯାଇଥାଏ ସେତେବେଳେ ମୁଣ୍ଡ ଭାରି ଲାଗିବା ଦୁର୍ବଳ ଲାଗିବା ନାନା ପ୍ରକାର ଚିନ୍ତା ମନକୁ ଆସିବା ଇତ୍ୟାଦି ଲକ୍ଷଣ ଦେଖା ଯାଇଥାଏ। ଏହି ସବୁ ଲକ୍ଷଣ ପ୍ରକାଶ ପାଉଥିଲେ ଏହାକୁ ଅନ ଦେଖା ନ କରି ଡ଼ାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହା ସହିତ ଅଳ୍ପ ଲୁଣ ଖାଇବା ଓଜନ କମ କରିବା, ବ୍ୟାୟାମ କରିବା, ଯୋଗ ଅଭ୍ୟାସ କରିବା ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଏହା କଣ୍ଟ୍ରୋଲ ହୋଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।