ସବୁ ସମୟ ଖବର ସାଥିରେ

ଉଚ୍ଚ ରକ୍ତ ଚାପକୁ ( High Blood presor ) କେମିତି ନିୟନ୍ତ୍ରଣ କରିବେ ଜIଣନ୍ତୁ ! Dr. Sudha Ekambaram

0 204

ଆମର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ଆମର ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରିଥାଉ ଯାହା ଫଳରେ ବହୁତ କମ ବୟସରୁ ହିଁ ଆମେ ରୋଗ ଗ୍ରସ୍ତ ହୋଇ ଯାଉଛୁ | ବିଶେଷ କରି ଅଧିକାଂଶ ଲୋକଙ୍କ ପାଖରେ ଡାଇବେଟିସ, ବ୍ଲଡ଼ ପ୍ରେସର, ଥାଇରୋଏଡ଼ ଇତ୍ୟାଦି ରୋଗ ଗୁଡିକ ବହୁଳ ମାତ୍ରାରେ ଦେଖା ଯାଉଛି | ଆଜି ଆମେ ଆପଣଙ୍କୁ ଉଚ୍ଚ ରକ୍ତ ଚାପର କାରଣ ଓ ନିରାକରଣ ବିଷୟରେ ବତାଇବୁ |ମଣିଷ ଶରୀରରେ ବିଶେଷ କରି ଦୁଇ ପ୍ରକାର ଚାପ ଦେଖାଯାଏ | ଗୋଟିଏ ହେଲା ସିସଟୋଲିକ ଚାପ ଓ ଅନ୍ୟଟି ହେଲା ଡ଼ାୟାଷ୍ଟୋଲିକ ଚାପ | ଏହି ଦୁଇଟି ମଧ୍ୟରୁ କୌଣସିଟିର ପରିମାଣ ବଢିଗଲେ ଆମେ ତାହାକୁ ରକ୍ତ ଚାପ ବୋଲି କହିଥାଉ |

ଭାରତରେ ପ୍ରାୟ ତିନି ଜଣରୁ ଜଣଙ୍କୁ ଉଚ୍ଚ ରକ୍ତଚାପ ଥିବା ଦେଖାଯାଏ । ରକ୍ତଚାପ ୧୨୦ ରୁ ଉର୍ଦ୍ଧ୍ଵ ରହିଲେ ଏହାକୁ ଉଚ୍ଚ ରକ୍ତଚାପ ବୋଲି କୁହାଯାଏ । କିନ୍ତୁ ଯେତେବେଳେ ରକ୍ତଚାପ ୯୦ରୁ ଉର୍ଦ୍ଧ୍ଵ ରହୁଥିବ ସେତେବେଳଠୁ ସତର୍କ ହୋଇଯିବା ଆବଶ୍ୟକ ରହିଛି । ସାରା ଦୁନିଆର ୧୧ ପ୍ରତିଶତ ଉଚ୍ଚ ରକ୍ତଚାପ ରୋଗୀ କେବଳ ଭାରତରେ ଦେଖାଯାନ୍ତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୫୦ରୁ ୭୦ ପ୍ରତିଶତ ଲୋକ ତାଙ୍କ ଦେହରେ ଉଚ୍ଚ ରକ୍ତଚାପ ରହିଛି ବୋଲି ଜାଣି ନଥାନ୍ତି ।ଉଚ୍ଚ ରକ୍ତଚାପ ଥିଲେ ଚିକିତ୍ସା ପଦ୍ଧତିରେ ରହିବା ନିହାତି ଆବଶ୍ୟକ । ଅନେକ ଲୋକଙ୍କ ବୟସ ବଢିବ ହେତୁ କିମ୍ବା ବଂଶଗତ କାରଣରୁ ଏହି ସମସ୍ଯା ଦେଖା ଦେଇଥାଏ । କିନ୍ତୁ ଏହା ବ୍ଯତୀତ ଅନିୟମିତ ଜୀବନଶୈଳୀ, ଅଧିକ ମାତ୍ରାରେ ମାଦକ ଦ୍ରବ୍ୟ ସେବନ, ଧୂମ୍ରପାନ, ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ଯ ଖାଇବା, ମେଦ ବହୁଳତା ଓ ବ୍ୟାୟାମ ନ କରିବା ଅଧି ଯୋଗୁଁ ଉଚ୍ଚ ରକ୍ତଚାପ ସମସ୍ଯା ଦେଖା ଦେଇଥାଏ ।ଉଚ୍ଚ ରକ୍ତ ଚାପର କାରଣ :-

ଯଦି ଆପଣ ସର୍ବଦା ଅତ୍ୟଧିକ ଚିନ୍ତା ଏବଂ ବିଷାଦ ଗ୍ରସ୍ତ ରହୁଛନ୍ତି ତାହେଲେ ଏହା ଏକ ମୁଖ୍ୟ କାରଣ ଅଟେ ରକ୍ତଚାପ ପାଇଁ | ଅଧିକ ଲୁଣ ଖାଇବା ବା କୌଣସି ଲୁଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତ ଚାପ ବଢିଥାଏ | ତେଣୁ ଉଚ ରକ୍ତଚାପ ରୋଗୀଙ୍କୁ ଲୁଣ ଖାଇବାକୁ ମନା କରାଯାଏ | ଏହା ବ୍ଯତୀତ ଆଉ କିଛି ରୋଗ ଥିଲେ ମଧ୍ୟ ରକ୍ତଚାପ ବଢିଥାଏ |ଏହି ସବୁ କାରଣ ବା ଅଭ୍ଯାସକୁ ପରିବର୍ତ୍ତନ କରିବା ଦ୍ଵାରା ଆପଣ ଉଚ୍ଚ ରକ୍ତଚାପ ସମସ୍ଯାକୁ ଅନେକ ମାତ୍ରାରେ ରୋକିପାରିବେ ବା କମ୍ କରିପାରିବେ |ଉଚ୍ଚ ରକ୍ତଚାପ ଥିଲେ ଯେ ପର୍ଯ୍ୟନ୍ତ ଆପଣଙ୍କ ଶରୀର ସହ୍ୟ କରିପାରୁଛି ସେ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ମାତ୍ରାରେ ହୋଇ ଯାଇ ଥାଏ ସେତେବେଳେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ |ଉଚ୍ଚ ରକ୍ତଚାପର ଲକ୍ଷଣ ଗୁଡିକ ହେଲା :-1. ମୁଣ୍ଡ ଯନ୍ତ୍ରଣା ହେବା ଓ ଭାରି ଲାଗିବା
2.ଦୁର୍ବଳ ଲାଗିବା
3. ମୁଣ୍ଡ ବୁଲାଇବା ଓ ଅନ୍ଧାର ଦେଖାଯିବା
4. ଅତ୍ୟଧିକ ଗରମ ଲାଗିବା

ଏହି ସବୁ ଲକ୍ଷଣ ଯଦି ଆପଣଙ୍କ ଠାରେ ଦେଖା ଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ମେଡ଼ିସିନ ଖାଆନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।