ସବୁ ସମୟ ଖବର ସାଥିରେ

ଟ୍ୟୁସନସାର୍ ସହ ସମ୍ପର୍କ ରଖିବା ବେଳେ ମା’ କୁ ଅଡ଼ୁଆ କରୁଥିଲା ପୁଅ, ରାଗିଯାଇ ସବୁ ସାରିଦେଲା ମା..

0 25

କୁହାଯାଏ ଯେ ମା ଠାରୁ ବଡ ଆଉ ଏ ସଂସାରରେ କେହି ବି ନାହିଁ। ମା ମମତାମୟୀ ମା ସ୍ନେହମୟୀ ଆଉ ସେହି ମା ଦରକାର୍ ପଡ଼ିଲେ ନିଜ ସନ୍ତାନ ପାଇଁ ମା କାଳୀଙ୍କ ରୂପ ଧାରଣ କରି ପାରେ। କିନ୍ତୁ କଣ ପର ପୁରୁଷର ପ୍ରେମ ପାଇଁ ସେହି ମା ନିଜ ସନ୍ତାନକୁ ହତ୍ୟା ମଧ୍ୟ କରି ପାରେ?
ହଁ ଆଜ୍ଞା ପ୍ରେମ ପାଇଁ ମା ସାଜିଲା ରାକ୍ଷସୀ। ନିଜ ତିନି ବର୍ଷର କଅଁଳ ଛୁଆକୁ କଚାଡି କଚାଡ଼ି ମାରିଲା ମା। ତିନି ବର୍ଷର ପୁଅଟି ମାର ଟିକିଏ ସ୍ନେହ ଛଡା ଆଉ କଣ ବା ଜାଣିଥିବ। ତା ଆଖି ଆଗରେ ତା ମା ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖୁଥିଲା। ସିଏ କିଛି ବୁଝୁ ଅବା ନ ବୁଝୁ ମା ମନରେ ପାପ ଛୁଇଁଲା। କାଳେ ଏ କୁନି ପିଲାଟି କାହା ଆଗରେ ମୁହଁ ଖୋଲିଦେବ ଏବଂ ତା ମାର ଅସଲ ଚେହେରା ଧରା ପଡ଼ିଯିବ। ଆଉ ଶେଷରେ ପ୍ରେମରେ ପାଗେଳି ହୋଇଥିବା ମା ରାକ୍ଷସୀ ପାଲଟି ଯାଇଥିଲା।ଆଉ ଜନ୍ମ ଦେଇଥିବା ପୁଅକୁ କଚାଡ଼ି କଚାଡ଼ି ମାରି ଦେଲା।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ଥାନା ଅନ୍ତର୍ଗତ ମାଟିଆପଡ଼ା ଗାଁରେ। ଦୁହିପଡା ଗାଁର ଜଣେ ମହିଳା ମାଟିଆପଡ଼ା ଗାଁର ସୁକାନ୍ତ ନାଥ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଆଉ ମହିଳାଙ୍କ ୩ ଟି ସନ୍ତାନ ମଧ୍ୟ ଅଛନ୍ତି। ମହିଳା ଜଣଙ୍କ ୩ଟି ସନ୍ତାନର ମା ତା ପରେବି ସିଏ ପଡ଼ିଥିଲେ ପର ପୁରୁଷ ପ୍ରେମରେ। ଆଉ ପ୍ରେମ ହୋଇଥିଲା

ତାଙ୍କ ପିଲାଙ୍କ ଟ୍ୟୁସନ୍ ସାରଙ୍କ ସହିତ। ସ୍ଵାମୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ମହିଳା ଜଣଙ୍କ ଗୁପ୍ତିରା ଗ୍ରାମର ଲକ୍ଷ୍ମୀଧର ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଧିରେ ଧିରେ ଏଇ ପ୍ରେମ୍ ସମ୍ପର୍କ ଏତେ ନିବିଡ ହେଲା ଯେ ଶେଷରେ ମା ସାଜିଲା ରାକ୍ଷସୀ ଆଉ ପ୍ରେମରେ ବାଧକ ସାଜିଥିବା ନିଜ ତିନି ବର୍ଷର ପୁଅକୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ।

ବଡ ପୁଅ ଓ ଝିଅକୁ ଘରେ ଛାଡି ମହିଳା ପ୍ରେମିକକୁ ପାଇବା ପାଇଁ ଚେଷ୍ଟା କରୁଥିଲା। ଆଉ ଏ ପ୍ରେମରେ କଣ୍ଟା ସାଜିଥିବା ତିନି ବର୍ଷର ପୁଅକୁ କଚାଡ଼ି କଚାଡ଼ି ମାରି ପକାଇଲା।ଆଉ କହି ବୁଲିଲା କି ମୋ ପୁଅ ସିଡିରୁ ଖସି ମରି ଯାଇଛି। କିନ୍ତୁ ପୋଲିସଏ ତଦନ୍ତ ପରେ ସତ ସାମ୍ନାକୁ ଆସିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି ହତ୍ୟାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ତେବେ ଦେଖିବାକୁ ବାକି ରହିଲା ଏହି ଅଭିଯୁକ୍ତଙ୍କ ନାରେ କଣ ନିଆ ଯାଉଛି ଦୃଢ଼ କାର୍ଯ୍ୟନୁଷ୍ଠାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।