
ତମ ଘରେ କେତେ ଜଣ ଜର୍ସି ଗାଈ ଅଛନ୍ତି ଆଗେ କୁହ, ତୁମ ମା’ ଭଉଣୀ ଜର୍ସି କଣ ଗାଈ, ତ ତୁମେ କାହିଁକି…’ ସମାଜସେବୀ Madhumita Ratha ଏ ନେଇ କଣ କହୁଛନ୍ତି ଦେଖନ୍ତୁ video
ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଯେଉଁ ଭିଡିଓରେ କି ଜଣେ ବ୍ୟକ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଏକ କମେଡି ଗୀତ ପ୍ରସ୍ତୁତ କରିଥିଲେ ଯେଉଁ ଗୀତଟି ଖୁବ୍ ଭାଇରାଲ ହୋଇଥିଲା। ଆଉ ଯାହାକୁ ନେଇ ତାଙ୍କୁ ବିଭିନ୍ନ ଟ୍ରୋଲର ଶୀକାର ହେବାକୁ ପଡ଼ିଥିଲା।ଏହି ଗୀତକୁ ନେଇ ବହୁ ବାଦ ବିବାଦ ସାମ୍ନାକୁ ଆସିଛି। ଏହାକୁ ନେଇ ମହିଳା ମାନେ ଥାନାରେ କେଶ ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଢେ଼ଙ୍କାନାଳ ଜିଲ୍ଲାର ସମାଜ ସେବୀ ମଧୁସ୍ମିତା ରଥ କଣ ପ୍ରତିକ୍ରିୟା ରଖିଛନ୍ତି ତା ବାବଦରେ ଜାଣିବା।
ତେବେ ସମାଜ ସେବୀ ମଧୁସ୍ମିତା ରଥ କହିଛନ୍ତି କି ଭିଡିଓରେ ଝିଅ ମାନଙ୍କୁ ଯେଉଁ କଥା ସବୁ କୁହା ଯାଉଛି ତାହା ଗୋଟିଏ ଅପସଂସ୍କୃତିକୁ ବୁଝାଉଛି। ସେ କହିଛନ୍ତି କି ତମେ ଜଣେ କବି ନୁହେଁ ଯେ ଯାହା ପାରିବ ଲେଖି ଦେବ। ତେବେ ଏହି ଗୀତରେ ଲେଖା ଅଛି ଢେ଼ଙ୍କାନାଳ ଝିଅ ବିଛୁଆତି, ଗଞ୍ଜେଇ ଟାଣନ୍ତି କୋରାପୁଟ ଝିଅ ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ମଧୁସ୍ମିତା ରଥ ଏବଂ କୋରାପୁଟ ଝିଅ ଗଞ୍ଜେଇ ଟାଣନ୍ତି ବୋଲି ପ୍ରମାଣ ମାଗିଛନ୍ତି।
ତେବେ ମଧୁସ୍ମିତା ରଥଙ୍କ କହିବା ଅନୁଯାୟୀ କମେଡି କର କିଛି କଥା ନାହିଁ କିନ୍ତୁ ଝିଅ ମାନଙ୍କୁ ନେଇ ମିଛ କଥା କହି କମେଡି କରିଲେ ବରଦାସ୍ତ କରାଯିବ ନାହିଁ। ତେବେ ଯିଏ ଏଭଳି ଗୀତ ପ୍ରସ୍ତୁତ କରିଛନ୍ତି ସିଏ ଯଥା ଶୀଘ୍ର ଆସି ଭୁଲ ମାଗନ୍ତୁ। ତେବେ ଯେହେତୁ ସେ ମହିଳା ମାନଙ୍କ ଉପରେ ଏହି ଗୀତ କରିଛନ୍ତି ସେଥିପାଇଁ ସେ ମହିଳା ମାନଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ। ମହିଳା ମାନଙ୍କୁ ଏତେ ଶସ୍ତା ଭାବନ୍ତୁ ନାହିଁ ବୋଲି ସେ କହିଛନ୍ତି।ତେବେ ଏହି ଗୀତରେ ଯେଉଁ ସବୁ ଝିଅ ମାନଙ୍କୁ କ୍ରିଟିଶାଇଜ୍ କରାଯାଇଛି ଗୀତରେ ଦର୍ଶା ଯାଇଛି କି ସବୁ ଜିଲ୍ଲାର ଝିଅ ଖରାପ। ତେବେ କେଉଁ ପ୍ରକାର ଝିଅକୁ ବାହା ହେବ ବୋଲି ପ୍ରଶ୍ନ କରିଛନ୍ତି ସମାଜ ସେବୀ ମଧୁସ୍ମିତା ରଥ ଏବଂ ମହିଳା ମାନଙ୍କୁ ପ୍ରଥମେ ସମ୍ମାନ ଦେବା ଶିଖନ୍ତୁ ବୋଲି କହିଛନ୍ତି।
ଛତରା ଓ କୁଳାଙ୍ଗାର ମାନେ ଏହି ଭଳି ଗୀତ ପ୍ରସ୍ତୁତ କରନ୍ତି ବୋଲି ସେ କହିଛନ୍ତି। ତେବେ ଏହି ପ୍ରକାର ଗୀତ ଯଦି ମାର୍କେଟକୁ ଆସେ ତେବେ ଏପରି ଗୀତ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିଶେଷ ମାଡ ମଧ୍ୟ ଖାଇ ପାରନ୍ତି ବୋଲି ସେ କହିଛନ୍ତି। ତେଣୁ ଏପରି ଗୀତ ପ୍ରସ୍ତୁତ ନକରି ସୁଧୁରି ଯିବା ପାଇଁ କହିଛନ୍ତି ସମାଜ ସେବୀ ମଧୁସ୍ମିତା ରଥ। ନହେଲେ ଝିଅ ମାନଙ୍କ ଠାରୁ ମାଡ ଖାଇବାକୁ ପ୍ରସ୍ତୁତ ରୁହ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।