ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡ଼ିଓ : ଏବେ ଏବେ ଆସିଲା ବଡ ଖବର… ଚିଲିକାରେ ବୁଡ଼ିଲା ଡଙ୍ଗା… ଦେଖନ୍ତୁ ମହିଳା ମାନଙ୍କର ଅବସ୍ଥା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 348

ଚିଲିକାରେ ବୁଡିଲା ଯାତ୍ରୀବାହୀ ଡଙ୍ଗା। କାଳବୈଶାଖୀ ଦେଖାଇଛି ତାର ତାଣ୍ଡବ। ଗୁରୁବାର ଅପରାହ୍ନ ୪ ଟା ସମୟରେ ଚିଲିକାରେ ଘଟି ଯାଇଛି ଏଭଳି ଅଘଟଣ। ପର୍ଯ୍ୟଟକ ମାନେ ଅପରାହ୍ନ ୪ ସମୟରେ ଚିଲିକାରେ ଥିବା ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ କାଳ ବୈଶାଖୀ ପ୍ରଭାବ ଦେଖିବା ପାଇଁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଡଙ୍ଗାରେ ପାଣି ପସି ଯାଇଥିଲା। ଏହା ପରେ ଡଙ୍ଗା ଓଲଟି ଯାଇଥିଲା।

ତେବେ ଡଙ୍ଗାରେ ୧୧ ଜଣ ଯାତ୍ରୀ ରହିଥିଲେ ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଯାତ୍ରୀ ବାହୀ ଡଙ୍ଗା ବାଲୁଗାଁରୁ କାଳିଜାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହା ପରେ କାଳିଜାଇ ପୀଠ ଦର୍ଶନ ସାରି ଫେରିବା ସମୟରେ ଘଟି ଯାଇଛି ଏଭଳି ଅଘଟଣ।

ହଠାତ୍ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନର ବେଗ ବଢିଥିଲା ଏହା ପରେ ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ଯାହା ଦ୍ୱାରା ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଡଙ୍ଗାଟି ଓଲଟିବା ସମୟରେ କିଛି ଲୋକେ ଜୀବନ ବିକଳରେ ଡଙ୍ଗାରୁ ପାଣିକୁ ଡେଇଁ ପଡ଼ିଥିଲେ। କିଛି ଲୋକେ ଡଙ୍ଗା ଓଲଟିବା ପରେ ମଧ୍ୟ ପାଣିକୁ ଡେଇଁ ଥିଲେ। ତେବେ ସୂଚନା ମୁତାବକ ୧୧ ଜଣ ଯାତ୍ରୀ ମଧ୍ୟରୁ ୮ ଜଣ ଯାତ୍ରୀ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ବାକି ୩ ଜଣ ସେହି ସ୍ଥାନୀୟ ଅଞ୍ଚଳର ରହିଥିଲେ ଯେଉଁମାନେ ପ୍ରତିଦିନ ବାଲୁଗାଁରୁ କାଳିଜାଇ ପୀଠ ଅଭିମୁଖେ ଯାତ୍ରା କରିଥାନ୍ତି ସେଠାରେ ସେମାନଙ୍କର ଦୋକାନ ରହିଛି। ଦୋକାନ କାମ ସାରି ସେମାନେ ସନ୍ଧ୍ୟା ସମୟରେ ସେଇ ଘାଟ ଡଙ୍ଗାରେ ଫେରିଥାନ୍ତି। ତେବେ ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ପୋଲିସ ମତ୍ସ୍ୟଜୀବୀଙ୍କ ସହାୟତାରେ ଉଦ୍ଧାର କରା ଯାଇଛି।

ଉଦ୍ଧାର କରା ଯାଇଥିବା ସମସ୍ତ ଯାତ୍ରୀମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବାଲୁଗାଁ ମେଡିକାଲ ଡାକ୍ତରଙ୍କ ଠାରୁ ପ୍ରକାଶ। ତେବେ ଏ ପର୍ଯ୍ୟନ୍ତ ଜଣେ ଯାତ୍ରୀର ଖବର ମିଳି ପାରି ନାହିଁ।

ଯାତ୍ରୀ ଜଣକ ହେଉଛନ୍ତି ସେହି ସ୍ଥାନୀୟ ଅଞ୍ଚଳର ଜଣେ ଦୋକାନୀ। ଯିଏକି ସେଠାକୁ ସବୁଦିନ ଯିବା ଆସିବା କରିଥାନ୍ତି। ପ୍ରଖର ସୁଅରେ ଭାସି ଯାଇଥିବାରୁ ତାଙ୍କର କୈାଣସି ପତା ମିଳି ପାରିନାହିଁ। ତାଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଚେଷ୍ଟା ଜାରି ରଖିଛି।

ତେବେ ଦୁର୍ଘଟଣା କେତେବେଳେ ଆସିବ ତାହା କାହାକୁ ବି ଜଣା ନାହିଁ। ଖୁସିର ମାହୋଲ ଚାଲିଥିବା ସମୟରେ ବେଳେବେଳେ ଏମିତି କିଛି ଦୁର୍ଘଟଣା ଘଟି ଯାଇଥାଏ ଯାହା ହୃଦୟକୁ ବହୁତ୍ କଷ୍ଟ ଦେବା ସହ ମନକୁ ଖୁବ୍ ବିଚଳିତ କରି ଦେଇଥାଏ। ଆମ ସମାଜରେ ପ୍ରତ୍ୟେକ ଦିନ ଏମିତି କିଛି ଘଟଣା ଦୁର୍ଘଟଣା ଘଟି ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।