ସବୁ ସମୟ ଖବର ସାଥିରେ

Viral Video :ନୂଆ ବୋହୁର ସଂସାର ଉଜାଡ଼ି ଦେଲା ଏହି ଭାଇରାଲ ଅଡିଓ, ଏମିତି କଣ ଥିଲା ସେହି ଅଡିଓରେ…ଶୁଣନ୍ତୁ ତାଙ୍କ ମୁହଁ ରୁ…. ଦେଖନ୍ତୁ video

0 9

କିଛି ଦିନ ପୂର୍ଵରୁ ଏକ ଘଟଣା ଆପଣ ମାନେ ଦେଖିଥିବେ ଯେ ଜଣେ ଯୁବତୀଙ୍କର ସମ୍ପର୍କୀୟ ମାମୁଙ୍କ ସହିତ ସମ୍ପର୍କ ଥିବାର ଅଡିଓ ଭାଇରଲ ହେବା ପରେ ସ୍ୱାମୀ ଗ୍ରହଣ କରିବାକୁ ନାରାଜ ଥିଲେ | ଆଜକୁ ମାସେ ହେଲାଣି ମହିଳା ଜଣଙ୍କ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

କାନ୍ଥକୁ ବ୍ୟାଗଟିଏ ଡେରି ରହିଥିବା ଦେଖିବାକୁ ମିଳି ଥିବା ବେଳେ ପଛରେ ଗ୍ୟାସ ସହିତ ହାଣ୍ଡି କଢେଇ ଓ ପାଖରେ ମାସକ ପାଇଁ ରାସନ ରହିଛି | ଏବଂ ଏହି ଯୁବତୀ ଜଣଙ୍କ ଶପଥ କରି ଛନ୍ତି ଯେ ସେ କେବଳ ତାଙ୍କର ସିଂଥିରେ ସିନ୍ଦୂର ଦେଇ ଥିବା ତାଙ୍କ ସ୍ୱାମୀଙ୍କ ଘରେ ହିଁ ରହିବେ | ହେଲେ ସ୍ୱାମୀଙ୍କ ଘରେ ତାଲା ପଡି ଅଛି | ଘରର ବହୂ ଏବେ ଘରକୁ ପଶି ପାରୁନି | ମାସେରୁ ଉର୍ଦ୍ଧ ହେବ ଘର ଦାଣ୍ଡରେ ବସିଛି |ପିଣ୍ଡାରେ ବସି ପାଠ ମଧ୍ୟ ପଢୁଛି ଏହି ବୋହୂ |
ଏଭଳି ଘଟଣା ଏବେ ଗଣ ମାଧ୍ୟମରେ ସାଧାରଣ କଥା ପାଲଟି ଗଲାଣି | ଏହି ଯୁବତୀ ଙ୍କର ଏହି ବର୍ଷ ଜୁଲାଇ ସାତ ତାରିଖରେ ସେ ବିବାହ କରି ଥିଲେ | ହେଲେ ବିବାହକୁ ମାସେ ନ ପୁରୁଣୁ ଆରମ୍ଭ ହୋଇ ଯାଇ ଥିଲା ପାରିବାରିକ କଳହ | ଏବଂ ସେ ମାସେରୁ ଉର୍ଦ୍ଧ ହେବ ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି |
ଯୁବତୀ ଜଣଙ୍କ କହିବା କଥା ଅନୁସାରେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ବହୁତ ଦେଇଛନ୍ତି ତାଙ୍କୁ | ୱାସିଂ ମେସିନ ଓ ଡାଇନିଂ ଟେବଲ ଓ ଦଶ ଲକ୍ଷ୍ୟ ଟଙ୍କା ପାଇଁ ତାଙ୍କ ଶାଶୁ ଘର ଲୋକେ

ଦାବି କରି ଥିଲେ | କିନ୍ତୁ ତାଙ୍କର ବାପା ଦୁଇ ଲକ୍ଷ୍ୟ ଟଙ୍କା ଦେବାରୁ ଯୁବତୀଙ୍କୁ ବହୁତ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି | ତାଙ୍କୁ ବୁଲିବାକୁ ଯିବାକୁ କହି ତାଙ୍କ ବାପାଙ୍କ ଘରେ ଛାଡି ଅନ୍ୟ ଏକ ଗାଡ଼ିରେ ପଳେଇ ଆସିଥିଲେ ତାଙ୍କ ସ୍ୱାମୀ | ଯେତେବେଳେ ସେ ଶାଶୁ ଘରକୁ ଆସି ଥିଲେ ସେତେବେଳେ ଘରେ ତାଲା ପଡିବା ସହ ତାଙ୍କ ସ୍ୱାମୀଙ୍କ ଫୋନ ବନ୍ଦ ରହିଥିଲା ଓ ଅନ୍ୟ ସଦସ୍ୟ ମାନେ ଫୋନ ଉଠାଇ ନ ଥିଲେ |
ସେମାନେ ଏ ବିଷୟରେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ମଧ୍ୟ କରି ଥିଲେ ଓ ପୋଲିସ ଘଟଣା ସ୍ଥଳକୁ ଆସି ଦେଖିବା ସହିତ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି କହି ଥିବାର ଯୁବତୀ ଜଣଙ୍କ କହିଛନ୍ତି | ତେଣୁ ସେ ଅଗଷ୍ଟ ୬ ତାରିଖ ଠାରୁ ଆସି ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି |

ଏହି ଦମ୍ପତି ମାନଙ୍କର ଏକ ଫୋନ କଲକୁ ନେଇ ସନ୍ଦେହ ସୃଷ୍ଟି ହୋଇ ଥିଲା | ଏହି ଅଡିଓରେ ଶୁଣିବାକୁ ମିଳି ଥିଲା ଯେ ଏହି ଯୁବତୀ ଜଣଙ୍କ ତାଙ୍କର ସମ୍ପର୍କୀୟ ମାମୁଙ୍କ ସହିତ ଅଶ୍ଳୀଳ କଥା ବାର୍ତା କରୁ ଥିଲେ ଓ ବିବାହ ପୂର୍ବରୁ ତାଙ୍କ ସହିତ ସମ୍ପର୍କରେ ଥିଲେ | କିନ୍ତୁ ଏହି ଅଡିଓ କଲର ସତ୍ୟତା ଏବେ ସ୍ପଷ୍ଟ ହୋଇ ନାହିଁ |ତାଙ୍କ ସ୍ୱାମୀ ମିଛ ଏଡିଟିଂ କରି ତାଙ୍କୁ ସମାଜରେ ବଦନାମ କରିଛନ୍ତି ଓ ଦୋଷୀ ମାନଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ଯୁବତୀ ଜଣଙ୍କ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।