ସବୁ ସମୟ ଖବର ସାଥିରେ

Tik Tok ରେ ଫସିଲେ ଯୁବତୀ ଭିଡ଼ିଓ ହେଲା ଭାଇରାଲ… ଦେଖନ୍ତୁ ଭିଡ଼ିଓ

0 248

ଆଜି କାଲି ର ଯୁବ ପିଢ଼ି ସମସ୍ତେ ପ୍ରାୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଆଉ ଯୁଗ ମଧ୍ୟ ଏଭଳି ହେଲାଣି ଯେ ବିନା ସ୍ମାର୍ଟ ଫୋନ ରେ ଚାଲିବା ମୁସ୍କିଲ | କାରଣ ଏହି ସ୍ମାର୍ଟ ଫୋନ ଅଫିସ କାର୍ଯ୍ୟ ରୁ ଆରମ୍ଭ କରି ପିଲା ଙ୍କ ପାଠ ପଢିବା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରି ଥାଏ | ତେବେ ସ୍ମାର୍ଟ ଫୋନ ଦ୍ୱାରା କିଛି ଏଭଳି ମଧ୍ୟ ଦୃଶ୍ୟ ଆସି ଥାଏ ଯାହା ବହୁତ ଲଜ୍ୟା ଜନକ ମଧ୍ୟ ହୋଇ ଥାଏ |

ଆଜି କାଲି ସମସ୍ତ ଯୁବ ପିଢ଼ି ମୋବାଇଲ ମାଧ୍ୟମ ରେ ରିଲ୍ସ ଭିଡ଼ିଓ କରୁଛନ୍ତି ଆଉ ଭିଡ଼ିଓ ମାଧ୍ୟମ ରେ ଭାଇରାଲ ମଧ୍ୟ ହେଉଛନ୍ତି, କିଏ ଭଲ କୁ ନେଇ ଭାଇରାଲ ହେଉଛନ୍ତି ତ ଆଉ କିଏ ଖରାପ କୁ ନେଇ ଭାଇରାଲ ହେଉଛନ୍ତି | ଏହି ରିଲ୍ସ ଭିଡ଼ିଓ କୁ କରିବା ପାଇଁ କେତେକ ଯୁବ ପିଢ଼ି ଅଛନ୍ତି ଯେଉଁ ମାନେ ସ୍ଥାନ କାଳ ପାତ୍ର କିଛି ଦେଖୁ ନାହାଁନ୍ତି ଯେଉଁଠି ପାରୁଛନ୍ତି ସେହିଠାରେ ଭିଡ଼ିଓ କରୁଛନ୍ତି | ତେବେ ସେଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେବେ |

 

ଏଭଳି ଏକ ରିଲ୍ସ ଭିଡ଼ିଓ କରି ଜଣେ ଯୁବତୀ ଫସି ଯାଇଛନ୍ତି ଯାହାକି ତାଙ୍କୁ ଥାନାର ମଧ୍ୟ ଦ୍ୱାରସ୍ଥ ହେବାକୁ ପଡ଼ିଛି | ସୂଚନା ଅନୁଯାଇ ଏକ ଯୁବତୀ ଯିଏ କି ଶ୍ରୀମନ୍ଦିର ର ବେଢା ଓ ଆନନ୍ଦ ବଜାର ଭୋଜନ କରୁ ଥିବାର ଭିଡ଼ିଓ କରି ନିଜ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି | ପରେ ଯେତେବେଳେ ଭିଡ଼ିଓ ଟି ଲୋକ ଲୋଚନ ସାମ୍ନା କୁ ଆସି ଥିଲା ସେତେବେଳେ ଖୁବ ଉତ୍ତେଜନା ପ୍ରକାଶ ପାଇ ଥିଲା | ସମସ୍ତେ ପ୍ରଶ୍ନ ଉଠାଇ ଥିଲେ ଯେ ଏତେ ନିୟମ ସ୍ୱତେ ଯୁବତୀ ଜଣଙ୍କ ମୋବାଇଲ ଧରି କିପରି ଭିତରକୁ ଯାଇ ପାରିଲେ ଏବଂ କିପରି ଭାବରେ ଭିଡ଼ିଓ କଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲି ଥିଲା |

ତେବେ ପରେ ନିମାପଡା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୋଲିସ ନିକଟରେ ଖବର ପହଞ୍ଚିଲା ପରେ ଯୁବତୀ ଜଣଙ୍କୁ ପଚରାଉଚରା ଆରମ୍ଭ କରି ଥିଲେ | ଏହା ସହିତ ତାଙ୍କ ବିରୋଧ ରେ ସିଂହଦ୍ୱାର ଥାନାରେ 4 ଟି ଆଇନ ରେ ମାମଲା ମଧ୍ୟ ରୁଜୁ ହୋଇଛି ଏବଂ ଏସିପି ଅରୁଣ କୁମାର ଜେନା ଙ୍କ ସୂଚନା ଅନୁଯାଇ ଯୁବତୀ ଙ୍କ ନାମରେ କାର୍ଯ୍ୟନୁଷ୍ଠାନ ପୂର୍ବକ 295 ଏ,30,66 ଆଇ ଟି ଆକ୍ଟ, 30 (କ) ରେ ମାମଲା ରୁଜୁ ହୋଇଛି | ତେବେ ଏତେ ନିୟମ ଥିବା ସ୍ୱତ୍ତେ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିବା ପ୍ରାୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଯାହା ଫଳରେ ଲୋକ ମାନଙ୍କର ଉତ୍ତେଜନା ବଢ଼ିବାରେ ଲାଗି ଥିଲା |