ସବୁ ସମୟ ଖବର ସାଥିରେ

ରୋଷେଇ ଟିପ୍ସ- ଥରେମାତ୍ର ବଳକା ଭାତରୁ ଏମିତିକା ସ୍ନାକକ୍ସ ତିଆରିକରି ଖାଇଦେଖନ୍ତୁ ବାରମ୍ବାର ତିଆରି କରିବାକୁ ଇଚ୍ଛା କରିବେ,ହାତ ଚାଟି ଚାଟି ଖାଇବେ ! ମହିଳା ମାନେ ଥରୁଟିଏ ଦେଖନ୍ତୁ video ..

0 7

ଆଜି ଆମେ ଆପଣଙ୍କୁ ବଳକା ଭାତରୁ ସ୍ନାକକ୍ସ କିପରି ପ୍ରସ୍ତୁତ କରାଯାଏ ତାହା ଜଣାଇବୁ। ଆପଣ ଏହାକୁ ଘରେ ଥରେ ଟ୍ରାଇ କରନ୍ତୁ ବାରମ୍ବାର ଏମିତି କରି ଖାଇବାକୁ ପସନ୍ଦ କରିବେ। ଏହା ବାନାଇବା ଖୁବ୍ ସହଜ ଏବଂ ଖୁବ୍ ସ୍ଵାଦିଷ୍ଟ ମଧ୍ୟ। ଯେହେତୁ ଆମେ ଏହା ଭାତରୁ ପ୍ରସ୍ତୁତ କରୁଛ ଏହା ଖୁବ୍ ହେଲ୍ଦି ମଧ୍ୟ। ତେବେ ଆପଣ ମାନେ ଏହାକୁ ନିଶ୍ଚିତ ଭାବେ ଟ୍ରାଇ କରନ୍ତୁ। ତେବେ ଆସନ୍ତୁ ଏହି ବଳକା ଭାତରୁ ସ୍ନାକକ୍ସ ବନାଇବା ପାଇଁ ଆବଶ୍ୟକୀୟ ଉପକରଣ ଏବଂ ଏହାର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକୀୟ ଉପକରଣ:-ଭାତ, ସୁଜି, ଭୁଡସୁଙ୍ଗା ପତ୍ର, ଧନିଆ ପତ୍ର, ଅଦା, ପିଆଜ, କଞ୍ଚାଲଙ୍କା, ଜୀରା, ଲୁଣ ଏବଂ ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଏକ କପ୍ ଭାତ ନିଅନ୍ତୁ। ଏବେ ଏହି ଭାତକୁ ଭଲ ଭାବରେ ଗ୍ରାଇଡିଙ୍ଗି କରି ନିଅନ୍ତୁ ଯେମିତି ଏହା ପୁରା ଚିକଣ ରହିବ। ତେବେ ଭାତକୁ ଗ୍ରାଇଡିଙ୍ଗି କରିବା ସମୟରେ ଏଥିରେ ଆଦୌ ପାଣି ଏଡ୍ କରିବେ ନାହିଁ। ଏବେ ଏହି ଭାତରେ ଅଧା କପ୍ ରୁ ଟିକେ କମ୍ ସୁଝି ଦିଅନ୍ତୁ। ଏବେ ଏଥିରେ କଟା ହୋଇଥିବା ଧନିଆ ପତ୍ର, କଟା କଞ୍ଚ ଲଙ୍କା, କଟା ପିଆଜ ଦିଅନ୍ତୁ ଆପଣକୁ ଯଦି ଅଦା ପସନ୍ଦ ଅଦା ମଧ୍ୟ ଆପଣ ଦେଇ ପାରିବେ। ସ୍ଵାଦ ଅନୁସାରେ ଲୁଣ ଏଥିରେ ଏଡ୍ କରନ୍ତୁ। ଏବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଭୁଡସୁୁଙ୍ଗା ପତ୍ର ରହିଛି ତେବେ ଆପଣ ଭୁଡ଼ସୁଙ୍ଗା ପତ୍ର ମଧ୍ୟ ଏଡ୍ କରି ପାରିବେ। ଏବେ ଏହାକୁ ଭଲ ଭାବରେ ଚକଟି ନିଅନ୍ତୁ।

ଏହା ପରେ ଆପଣ ଗ୍ୟାସ ଅନ କରି ଏକ କଢେଇ ବସାନ୍ତୁ। ଏଥିରେ ରିଫାଇନ ତେଲ ଦେଇ ଗରମ କରାନ୍ତୁ। ତେଲ ଯେତେ ବେଳେ ଭଲ ଭାବରେ ଗରମ ହୋଇଯିବ ସେତେବେଳେ ଏହାକୁ ହାତରେ ନେଇ ବରାର ସେପ୍ ଦେଇ ତେଲରେ ପକାନ୍ତୁ। ଧ୍ୟାନ ରଖିବେ ତେଲ ଯେମିତି ଭଲ ଭାବରେ ଗରମ ହୋଇଥିବ ନ ହେଲେ ବରା ଭାଙ୍ଗି ଯାଇ ପାରେ। ଏବେ ଏହାକୁ ଗୋଲ୍ଡେନ୍ କଲର ହେବାପରେ ତାକୁ ଏକ ପ୍ଲେଟକୁ କାଢି ନେବେ ।

ଏହା ଉପରେ କିଛି କଟା ପିଆଜ ଓ କଟା ଧନିଆ ପତ୍ର ପକାଇ ରଖିବେ।ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବଳକା ଭାତରୁ ଗରମ ଗରମ ବରା। ଏହାକୁ ଆପଣ ଚଟନି ସାଙ୍ଗରେ ଖାଇ ଏହାର ମଜା ନିଅନ୍ତୁ। ଆପଣ ମଧ୍ୟ ବଳକା ଭାତକୁ ନ ଫୋପାଡି ଏହି ସହଜ ଏବଂ ସ୍ଵାଦିଷ୍ଟ ରେସିପିଟି ପ୍ରସ୍ତୁତ କରନ୍ତୁ। ଆଶା କରୁଛୁ ଆପଣଙ୍କୁ ଏହି ରେସିପି ନିଶ୍ଚିତ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।