ସବୁ ସମୟ ଖବର ସାଥିରେ

ଦେଖନ୍ତୁ Socking ଭିଡ଼ିଓ !ପ୍ରଧାନ ଶିକ୍ଷକଙ୍କ ଉପରେ ସାଂଘାତିକ ଅଭିଯୋଗ, ମାନସିକ ଚାପ ସହିନପାରି ବିଷପାନ କଲେ ଶିକ୍ଷୟିତ୍ରୀ..ଆଉ ତାପରେ ଯାହା ହେଲା..

0 7

ଆଜିକାଲି ଆମ ସମାଜରେ ବହୁତ ଅସାମାଜିକ କାର୍ଯ୍ୟ ଘଟୁଅଛି | ଶିକ୍ଷକ ମାନେ ପିଲାଙ୍କୁ ଭଲ ଶିକ୍ଷା ଦେଇ ପଥ ପ୍ରଦର୍ଶନ କରିଥାନ୍ତି କିନ୍ତୁ ଆଜି ଆମେ ଏମିତି ଏକ ଖବର ବିଷୟରେ ଆପଣଙ୍କୁ ଜ୍ୱାବେଇବୁ ଯାହା ଶୁଣିଲେ ଆପଣ ମଧ୍ୟ ଭାବିବେ ଯେ ପିଲା ମାନେ ଶିକ୍ଷକ ମାନଙ୍କ ଠାରୁ କଣ ଶିକ୍ଷା କରିବେ | ଆସନ୍ତୁ ଜାଣିବା ସେ ବିଷୟରେ |

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ମାନସିକ ଚାପ ସହି ଣା ପାରି ଜଣେ ଶିକ୍ଷୟିତ୍ରୀ ବିଷ ପାନ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି | ଶିକ୍ଷୟିତ୍ରୀ ଜଣକ ଇଂରାଜି ବିଭାଗର ସନ୍ତୋଷୀ ବେହେରା | ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ମାନସିକ ଚାପ ସାହି ନ ପାରି ବିଷ ପାନ କରିଛନ୍ତି | ବିଦ୍ୟାଳୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସ୍ଥିତ ଏକ ମେଡିକାଲକୁ ନିଆଁ ଯାଇଥିଲା | କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଥିଲା |
ତେବେ ଶିକ୍ଷୟିତ୍ରୀ ଜଣକ କାହିଁକି ଏଭଳି କାମ କରିଲେ ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ରଖିଛି | ଶିକ୍ଷୟିତ୍ରୀ ଜଣକ ଗଣ ମାଧ୍ୟମ ଆଗରେ ନିଜ ମନ୍ତବ୍ୟ ରଖି କହିଛନ୍ତି ଯେ ସେ ୬ ବର୍ଷା ହେଲାଣି କଣ୍ଟ୍ରାକଚୁଆଲ ହାଇ ସ୍କୁଲ ଟିଚର ଭାବେ ସେହି ସ୍କୁଲରେ କାର୍ଯ୍ୟରତ ଅଛନ୍ତି | ଏବଂ ଏହି ଘଟଣା ତାଙ୍କ ସହ ବହୁତ ଦିନରୁ ଚାଲି ଆସୁଛି ବୋଲି କହିଛନ୍ତି | ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ଭାବରେ ଚାପ ଦେଉଥିବା ଓ ସ୍ୱାଧୀନ ଭାବରେ କୌଣସି କାମ କରିବାକୁ ଦେଉ ନ ଥିଲେ |

ସେ ଜାନୁଆରୀ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ କୌଣସି ଛୁଟି ପାଇ ନ ଥିବା ଓ ରବିବାରରେ ମଧ୍ୟ ସ୍କୁଲ ଆସିବା ପାଇଁ କହୁଥିଲେ | ଏବଂ ସେ ରବିବାରଟିକୁ ଛୁଟି ଦିନ ବୋଲି ମାନୁ ନ ଥିଲେ | ପ୍ରଧାନ ଶିକ୍ଷକ ଜଣକ ଧମକ ଦେଉଥିଲେ କି ସେ ଉଚ୍ଚ ପଦସ୍ଥ ଅଧିକାରୀ ତେଣୁ ସେ ଯେତେବେଳେ ଚାହିଁବେ ଫୋନ କରି ଡାକି ପାରିବେ ବୋଲି କହୁଥିଲେ |

ଏହି ଘଟଣା ନେଇ ଶିକ୍ଷୟିତ୍ରୀ ଜଣକ ଡ଼ି ଇ ଓ ଙ୍କୁ ଜଣାଇଥିଲେ ଏବଂ ସେ ବୁଝାବୁଝି କରିବେ ବୋଲି କହି ଥିଲେ କିନ୍ତୁ ଏବେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ | ସବୁଦିନ ମାନସିକ ଚାପରେ ରହିବା ଠାରୁ ସେ ମୃତ୍ୟକୁ ଠିକ ବୋଲି ଭାବି ବିଷ ପାନ କରିଛନ୍ତି ବୋଲି କହିଛନ୍ତି |
ହେଲେ ଏ ନେଇ ଚିଲିକା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଫୋନ କରିବାରୁ ସେ କହିଛନ୍ତି କି ଶିକ୍ଷୟିତ୍ରୀ ଜଣକ କାର୍ଯ୍ୟ ଭାର ସମ୍ଭାଳି ନ ପାରି ଏମିତି କରି ଥିବା ନେଇ କହିଛନ୍ତି | ଏବଂ କହିଛନ୍ତି ଯେ ସେ ବେଶୀ କାମ କରିବା ପାଇଁ ଚାହୁଁ ନ ଥିଲେ | ସେ କିଛି ଦିନ ପୂର୍ବରୁ ସେହି ସ୍କୁଲକୁ ଯାଇଥିଲେ କିନ୍ତୁ କୌଣସି ଶିକ୍ଷୟିତ୍ରୀ ତାଙ୍କୁ ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି | ଅ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ନିର୍ଦେଶ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି କହିଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।