
Malika BhavishyaVani – ସତ ହେବ କି ମାଳିକା ବଚନ, ପୁରୀ ଶ୍ରୀମନ୍ଦିରକୁ ନେଇ ମାଳିକା କଣ କହୁଛି ଦେଖନ୍ତୁ ସମ୍ପୂର୍ଣ ଘଟଣା ……
“ମାଳିକା ବଚନ” ଏହାର ପ୍ରାଧାନ୍ୟ ଆମ ସମାଜରେ ବହୁତ ରହିଛି।ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି। ଆଗାମୀ ଭବିଷ୍ୟତରେ ଯେଉଁ ସବୁ ଘଟଣା ଅଘଟଣ ଘଟିବକୁ ଯାଉଛି ସେ ବାବଦରେ କିଛି ପୂର୍ବ ସୂଚନା ଏହି ମାଳିକାରେ ଲେଖା ଯାଇଛି। ତେବେ ଆଜି ଆମେ ଆପଣଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ବର୍ଣ୍ଣିତ ହୋଇଥିବା ଆଗତ ଭବିଷ୍ୟତ ବିଷୟରେ କହିବୁ। ମାଳିକା ବଚନ ଜଗନ୍ନାଥ ଧାମ ପୁରୀକୁ ନେଇ କଣ ସଂକେତ ଦେଉଛି ସେ ବିଷୟରେ ଜାଣିବା।
ଶ୍ରୀ ମନ୍ଦିରକୁ ନେଇ ଗୋଟିଏ ଗୋଟିଏ ପରେ ଗୋଟିଏ ଅଶୁଭ ଘଟଣା ମାନ ଘଟି ଚାଲିଛି । ଯାହାର ଉଲ୍ଲେଖ ମାଲିକାରେ ମଧ୍ୟ ରହିଛି ।ସତ ହେବ କି ମାଳିକାରେ ଉଲ୍ଲେଖ ଥିବା ଆଗତ ଭବିଷ୍ୟତର ସୂଚନା। ମାଳିକା କହୁଛି କି, ଯେତେବେଳେ ପାପର ଭାର ବଢିଯିବ ସେତେବେଳେ ହିଁ ଆରମ୍ଭ ହେବ ଧ୍ଵଂସ ଲୀଳା ।
ତେବେ ପୁର୍ବରୁ ମଧ୍ୟ ଶ୍ରୀକ୍ଷେତ୍ର ବିଷୟରେ ମାଳିକାରେ ବର୍ଣ୍ଣିତ ଥିବା ସୂଚନା ସତ ହୋଇଛି ଯେମିତି କି ଶ୍ରୀମନ୍ଦିରରୁ ପଥର ଖସିବା କଳ୍ପ ବୃକ୍ଷ ଭାଙ୍ଗିଯିବା ପତିତ ପାବନ ବାନା ବାରମ୍ବାର ଛିଡି ସମୁଦ୍ରରେ ପଡ଼ିବା।
ଏଇ ଏବେ ଏବେ ଯେଉଁ ଭଳି ଭାବରେ ଶ୍ରୀମନ୍ଦିର ଚୁଲି ଭାଙ୍ଗିଯିବା ଏ ସବୁ ଘଟଣା ଏକ ମହାବିପ୍ପତି ଆଡକୁ ଇଙ୍ଗିତ କରୁଛି।ତେବେ ଆଜି ଆମେ ଜାଣିବା ମାଳିକା ବଚନ ପୁରୀ ଶିକ୍ଷେତ୍ର ବାବଦରେ ଆଗତ ଭବିଷ୍ୟତ ସମ୍ପର୍କରେ କଣ ସୂଚନା ଦେଉଛି।
ତେବେ ବର୍ତ୍ତମାନ ଯେଉଁ ବିଚଳିତ କଲା ଭଳି ସଂକେତ ମିଳିଛି ଯାହା ଜଣେ କିନ୍ନରଙ୍କ ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ଆତ୍ମହତ୍ୟା କରିବାର ଘଟଣା କେଉଁ ଦିଗକୁ ଇଙ୍ଗିତ କରୁଛି ସେ ବିଷୟରେ ଆମେ ଜାଣିବା।
ତେବେ ଶ୍ରୀ ମନ୍ଦିରର ଗୁମୁଟ ଉପରୁ ଡେଇଁ ଆତ୍ମହତ୍ୟା କରିବାର କିନ୍ନର ବଳରାମ ରାଉତଙ୍କ ମୃତ୍ୟୁ ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏତିକି ବେଳେ ଖୋଲିଛି ମାଳିକା ବଚନର ବର୍ଣ୍ଣିତ ଥିବା ଆଗତ ଭବିଷ୍ୟତର ସୂଚନା।
ତେବେ ମାଳିକା ବଚନରେ ମହାପୁରୁଷ ରାଜୀବଲୋଚନ ପୁର୍ବରୁ ଲେଖି ଯାଇଥିଲେ କି ଶ୍ରୀ ମନ୍ଦିରର ଭିତର ପରିସରରେ ରକ୍ତପାତ ହେବ। ତେବେ କିନ୍ନରଙ୍କ ମୃତ୍ୟୁ ଘଟଣା ସେଇ ଦିଗକୁ ଇଙ୍ଗିତ କରୁଛି। ଏହା ତ କେବଳ ଆରମ୍ଭ ହୋଇଛି ଶେଷ ସମୟରେ ବହୁତ କିଛି ବିଚଳିତ କଲା ଭଳି ସଂକେତ ମିଳିବ।
ମହାପୁରୁଷ ମାନେ ଲେଖି ଯାଇଥିବା ଗୋଟି ଗୋଟି ତଥ୍ୟ ସତ ହେବାରେ ଲାଗିଛି। ଏକଥା ମଧ୍ୟ ମାଳିକାରେ ବର୍ଣ୍ଣିତ ହୋଇଛି ଯେ ଆଗକୁ ବିଶ୍ଵ ଯୁଦ୍ଧ ହେବା ପାଇଁ ଯାଉଛି। ବିଶ୍ଵର ଗୋଟିଏ ପରେ ଗୋଟିଏ ଦେଶ ମାନଚିତ୍ରରୁ ଲୋପ ପାଇଯିବ।
ସ୍ଥିତି ବହୁତ୍ ଭୟଙ୍କର ହେବ। ଭାରତ ଛାଡ଼ି ବାହାର ଦେଶରେ ରହୁଥିବା ଭାରତୀୟମାନେ ପୋକ ମାଛି ପରି ମରିବେ। ରୋଗ ଯୁଦ୍ଧ ଖାଦ୍ୟର ଅଭାବ ପ୍ରକୃତିର ତାଣ୍ଡବ ଲୀଳାରେ ଲୋକମାନେ ଧୀରେ ଧୀରେ ଲୋପ ପାଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।