
viral news – ବିବାହର ୨ ଦିନ ପୂର୍ବରୁ ଟଙ୍କା ସୁନାଗହଣା ଲୁଟିନେଇ ପ୍ରଥମ ପ୍ରେମିକ ସହ ଛୁ ମାରିଲା କନ୍ୟା,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି କାଲି ଦୁନିଆରେ ଠକାମୀ ଏକ ବଡ ପ୍ରସଙ୍ଗ ପାଲଟି ଗଲାଣି ଏଠି ପ୍ରତି ମୁହୂର୍ତ୍ତରେ କିଏ ନା କିଏ କାହାକୁ ଠକି ଚାଲିଛି। ପ୍ରଥମେ ମନରେ ବିଶ୍ୱାସ ଜନ୍ମେଇ ପଛରେ ଛୁରୀ ମାରିବା ଲୋକେ ଏଠି ବହୁତ୍ ଅଧିକ। ବିବାହର ପ୍ରତିଶ୍ରୁତି ଦେଇ ଠକାମୀର ଶିକାର ହେବା ଘଟଣା ଖୁବ୍ ଅଧିକ ଦେଖିବା ପାଇଁ ମିଳୁଛି।
ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବାବଦରେ ଜଣାଇବାକୁ ଯାଉଛୁ ଯାହାକୁ ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲଗିବ। ଆମ ସମାଜରେ ଆମ ଚାରି ପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟି ଯାଏ ଯାହା ଖୁବ୍ ଚକିତ କରିଥାଏ।
ବାହା ବେଦୀ ଉପରୁ ବର ଉଠିଯିବା, ବାହାଘର ଅଧରୁ ଭାଙ୍ଗି ଯିବା କିଛି ନୂଆ କଥା ନୁହେଁ। ତେବେ ବର୍ତ୍ତମାନର ଆସିଥିବା ଖବରଟି ଟିକେ ଅଲଗା। ଏଠାରେ ବିବାହର ଦୁଇ ଦିନ ପୂର୍ବରୁ ବର ଘରୁ ଟଙ୍କା ସୁନାଗହଣା ନେଇ ଛୁ ମାରି ଚାଲି ଯାଇଛି କନ୍ୟା।
ଏଭଳି ଘଟଣା ଘଟିଛି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରାଳବ ରୋଡ ପାଖରେ ଘଟିଯାଇଛି ଏଭଳି ଘଟଣା।ବାହାଘରର ସବୁ ପ୍ରସ୍ତୁତି ସରି ଥିଲା। ବନ୍ଧୁ ବାନ୍ଧବ ମାନଙ୍କୁ କାର୍ଡ ମଧ୍ୟ ଦିଆ ସରିଥିଲା । ତାରିଖ ଧାର୍ଯ୍ୟ ମଧ୍ୟ ସରିଥିଲା। ହସ ଖୁସିର ମହାଲ ତିଆରି ହୋଇସାରିଛି। ବାହାଘର ପାଇଁ ସଜବାଜ ଚାଲିଥିବା ବେଳେ ବାହାଘରର ଦୁଇ ଦିନ ପୂର୍ବରୁ କନ୍ୟା ଟଙ୍କା ସୁନା ଗହଣା ନେଇ ଫେରାର ହୋଇଯିବା ଭଳି ଏକ ବଡ ଅଭିଯୋଗ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ ବରଘର ପକ୍ଷ ଦୀର୍ଘ ୪ ବର୍ଷ ଧରି ସେଠାରେ ଘର ଭଡ଼ା ନେଇ ରହିଥିଲେ। କନ୍ୟା ଘର ପକ୍ଷ ଗଲା ୮ ମାସ ହେବ ସେଠାରେ ତାଙ୍କର ତଳ ଘରେ ଘରଭଡ଼ା ନେ଼ଇ ରହୁଥିଲେ। ଇତି ମଧ୍ୟରେ ଦୁଇ ପରିବାର ମଧ୍ୟରେ ଏକ ସୁ ସମ୍ପର୍କ ଗଢ଼ି ଉଠିଥିଲା। ବିଶ୍ୱାସ ମଧ୍ୟ ଆସି ଯାଇଥିଲା।ଏହାପରେ କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା।
ତେବେ ଏହି ଏପ୍ରିଲ ୨୮ ତାରିଖରେ ବାହାଘର ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୨୬ ତାରିଖ ଦିନ କନ୍ୟାଙ୍କ ସହିତ କନ୍ୟା ପରିବାରର ସମସ୍ତେ ଫେରାର ହୋଇ ଯାଇଛନ୍ତି। କେବଳ ଏତିକି ନୁହେଁ ଯେହେତୁ କନ୍ୟା ଘରର ଲୋକେ ଗରିବ ଶ୍ରେଣୀର ଥିଲେ ସେମାନେ ବିବାହ ପାଇଁ ବର ଘର ପକ୍ଷରୁ ୧ ଲକ୍ଷ ଟଙ୍କାର କ୍ୟାସ ମଧ୍ୟ ନେଇଥିଲେ।
ତେବେ ବିବାହର ଦୁଇ ଦିନ ପୂର୍ବରୁ ସେମାନେ ବନ୍ଧୁଘରକୁ ନିମନ୍ତ୍ରଣ ପାଇଁ ବାହାରି ଯାଇଥିଲେ ଏଥି ସହିତ ବରଘର ପକ୍ଷ କନ୍ୟା ପାଇଁ ତିଆରି କରିଥିବା ସୁନା ଗହଣା ମଧ୍ୟ ସାଥିରେ ନେଇ ଯାଇଥିଲେ। ତେବେ ସେମାନେ ଆଉ ଫେରିନଥିବା ସୂଚନା ମିଳୁଛି। ତେବେ ଏଥିନିମନ୍ତେ ବର ପକ୍ଷ ଥାନାରେ ଅଭିଯୋଗ କରିବା ସହ ଏସପିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।