
ଦୁଃଖରେ ଆମେ ଛାତିକୁ ମାରି, ହାଏ ହାଏ କହୁ । ପୁଅ କି ଝିଅ ଜନ୍ମ ଦେବାକୁ ଠାକୁରଙ୍କୁ ଗୁହାରି କରୁ Iଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ବର୍ତ୍ତମାନ ସମୟରେ କିନ୍ନର ବଳରାମ ରାଉତଙ୍କ ଆତ୍ମହତ୍ୟା ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଘଟଣ ଦେଖିବା ପାଇଁ ମିଲିଥିଲା। କିନ୍ନର ବଳରାମ ରାଉତ ସିଂହଦ୍ଵାର ଗୁମୁଟରୁ ଡେଇଁ ପଡି ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ କରି ଦେଇଛି। ଆତ୍ମହତ୍ୟା କରିଥିବା କିନ୍ନର ଜଣକ ହେଉଛନ୍ତି ପୁରୀ ସଦରଥାନା ଅନ୍ତର୍ଗତ ନୁଆପାଟଣାର ଗଡଇଟା ପୋଖରୀର ବଳରାମ ରାଉତ।
ହଠାତ୍ ଶ୍ରୀ ମନ୍ଦିରର ଗୁମୁଟ ଉପରୁ କିନ୍ନର ବଳରାମ ଡେଇଁ ପଡି ଜିବନ ହାରି ଦେଲେ। ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିବା ବେଳେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କିନ୍ନରଙ୍କ ଏପରି ଚରମ ନିଷ୍ପତି ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।
ତେବେ ଇତି ମଧ୍ୟରେ କିନ୍ନର ବଳରାମଙ୍କ ଶେଷକୃତ୍ୟ ସଂପନ୍ନ କରା ଯାଇଛି। ତେବେ କିନ୍ନର ମାନଙ୍କ ଜୀବନ ଏକ ରହସ୍ୟମୟ ଜିବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆପଣ ମାନେ ଦେଖିଥିବେ କିନ୍ନର ମାନେ ଛାତିରେ ହାତ ବାଡେଇ ହାଏ ହାଏ କହିଥାନ୍ତି। ଏହାର ଅର୍ଥ ଦେଉଛି କିନ୍ନର ମାନେ ଏମିତି କରି ଭଗବାନଙ୍କ ପାଖରେ ନିଜର ଗୁହାରି ଜଣାଇ ଥାନ୍ତି। କିନ୍ନରମାନଙ୍କର ବହୁତ୍ ଗୁଡିଏ ନିୟମ ରହିଛି।
ଜଣେ କିନ୍ନର ମରିବା ପରେ ପ୍ରଥମେ ପ୍ରାର୍ଥନା କରାଯାଏ।୧୦୮ ଦୀପ ୧୫୧ ଦୀପ ନହେଲେ ୨୧ ଟି ଦୀପ ଜାଳି ପ୍ରାର୍ଥନା କରାଯାଏ। ଏହା ପରେ ଛାତିରେ ହାତ ବାଡ଼େଇ ହାଏ ହାଏ କହିଥିଲେ ଏହାର ଅର୍ଥ ହେଉଛି ଯେମିତି ମରି ଯାଇଥିବା କିନ୍ନର ଜଣଙ୍କ ପୁଣି ଥରେ କିନ୍ନର ଜନ୍ମ ନ ପାଇ ଗୋଟେ ପୁଅ ନଚେତ୍ ଝିଅ ଭାବରେ ଜନ୍ମ ଗ୍ରହଣ କରୁ।ତେବେ କିନ୍ନର ବଳରାମଙ୍କ ମୃତ୍ୟୁ ପରେ ସବୁ କିନ୍ନର ମାନେ ତାଙ୍କ ନିୟମ ନିଷ୍ଟା ଅନୁସାରେ ସବୁ କାର୍ଯ୍ୟ ସାରିବା ପରେ ବଳରାମଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଥିଲେ।
ତେବେ କିନ୍ନର ବଳରାମ ରାଉତଙ୍କ ଆତ୍ମହତ୍ୟା କରିବାର ରହସ୍ୟ ଘେରରେ ରହିଛି। କିନ୍ନର ବଳରାମ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ବି ପୁଣି ଶ୍ରୀ ମନ୍ଦିରର ଗୁମୁଟ ଉପରୁ ଡେଇଁ ପଡି ଆତ୍ମହତ୍ୟା ଘଟଣା ମାମଲାର ସଠିକ୍ ତଥ୍ୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ସୂଚନା ମୁତାବକ କିନ୍ନର ବଳରାମଙ୍କ ଭଉଣୀଙ୍କର ବିବାହ ହେବାର ଥିଲା।
ତେବେ ଭଉଣୀଙ୍କ ନିର୍ବନ୍ଧ ଦିନ ଏପରି ଅଘଟଣ ଘଟି ଥିବାର କୁହାଯାଉଛି। ତେବେ ହୁଏତ ଭଉଣୀର ବିବାହ ପାଇଁ କିଛି ମାନସିକ ଚାପରେ ଚାପି ହୋଇ ପଡ଼ିଥିଲେ କିନ୍ନର ବଳରାମ ବୋଲି ଅନୁମାନ କରାଯାଉଛି। ଏବଂ ଜଗନ୍ନାଥଙ୍କ ନିକଟରେ ଜୀବନ ହାରିଲେ ହୁଏତ ସେ ପୁଣି ଥରେ କିନ୍ନର ଜନ୍ମ ପାଇବେ ନାହିଁ ତାହା ଭାବି ସେ ଶ୍ରୀ ମନ୍ଦିରର ଗୁମୁଟ ଉପରୁ ଡେଇଁ ପଡ଼ିଥିବାର ଅନୁମାନ କରାଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।