
shocking video- ଝିଅକୁ ପ୍ରେମିକ ସହ ଅସଙ୍ଗତ ଅବସ୍ଥାରେ ଦେଖି ପ୍ରେମିକଙ୍କ ଜୀବନ ନେଇଗଲେ ବାପା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପ୍ରେମ ହେଉଛି ଅଢେଇ ଅକ୍ଷର। ପ୍ରେମର ମହତ୍ତ୍ୱ ଖୁବ୍ ଅଧିକ। ତେବେ ଆଜିର ଆଧୁନିକ ଯୁବପିଢ଼ି ମାନେ ପ୍ରେମକୁ ଯେଉଁ ଭଳି ଗ୍ରହଣ କରୁଛନ୍ତି ଏବଂ ପ୍ରେମକୁ ନେଇ ଏପରି କାଣ୍ଡ ରଚାଉଛନ୍ତି ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମର ଶବ୍ଦକୁ କଳଙ୍କିତ କରି ଚାଲିଛି। ପ୍ରେମ ନାରେ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ଆଦି ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ସେମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଖୁବ୍ ହୃଦୟ ବିଦାରକ। ଏଠି ପ୍ରେମ କରିବା ଭାରି ପଡ଼ିଛି ପ୍ରେମିକଙ୍କ ପାଇଁ। ପ୍ରେମ କରି ପ୍ରେମିକାଙ୍କ ବାପାଙ୍କ କ୍ରୋଧର ଶୀକାର ହୋଇଛନ୍ତି ପ୍ରେମିକ।
ଝିଅ ପାଇଁ ଯୁବକଙ୍କୁ ରଡ ଭୂଷି ମାରିଥିବା ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି। ରବିବାର ଦିନ ମିଳିଥିବା ଜଣେ ଯୁବକଙ୍କ ମୃତଦେହ ପଛର ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ। ଝିଅ ପାଇଁ ଯୁବକଙ୍କୁ ରଡ୍ ଭୁଷି ଜୀବନରୁ ମାରିଥିବା କଥା ଏବେ ସ୍ପଷ୍ଟ ହୋଇଛି।
ତେବେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗତ ରବିବାର ଦିନ ଏପରି ଅଘଟଣ ଘଟିଥିବାର ଜଣା ଯାଇଛି। ଗତ ରବିବାର ଦିନ ଓଦଳା ଥାନା ଅନ୍ତର୍ଗତ ବଉଳ ଶାସନ ଗ୍ରାମର ଜୟପୁର ଗ୍ରାମର ଶୁବାଶିଷ ବାରିକଙ୍କ ମୃତ ଦେହ ମିଳିଥିଲା। ଯୁବକଙ୍କ ଜଙ୍ଘରେ ଗୋଟେ ଧାରୁଆ ଅସ୍ତ୍ରରେ କିଏ ଆକ୍ରମଣ କରି ହତ୍ୟା କରିଥିବାର ପୋଲିସ ସନ୍ଧେହ କରିଥିଲା। ଯୁବକଙ୍କ ମୃତ ଦେହ ପାଖରୁ ମିଳିଥିଲା ଗୋଟେ ଗାମୁଛା ଚପଲ ଓ ଗୋଟେ ମୋବାଇଲ।
ତେବେ ଏହି ଘଟଣାର ୩ ଦିନ ପରେ ସାମ୍ନାକୁ ଆସିଛି ଏହାର ସତ। ଶୁବାଷିଶ ପ୍ରେମ କରୁଥିବା ଝିଅର ବାପା ହିଁ ଥିଲା ପ୍ରକୃତ ହତ୍ୟାକାରି।। ମୃତ ଯୁବକ ଶୁବାଶିଷଙ୍କ ମଉଳ ଶାସନ ଗ୍ରାମର ନବୀନ ଆଚାର୍ଯ୍ୟ ଝିଅଙ୍କ ସହିତ ରହିଥିଲା ଅନୈତିକ ସମ୍ପର୍କ।
ତେବେ ହତ୍ୟା କରିବାର କାରଣ ରହିଥିଲା ଗତ ଶନିବାର ରାତିରେ ନବୀନ ଘରକୁ ଫେରୁଥିବା ସମୟରେ ଶୁବାଶିଷ ଓ ତାଙ୍କ ଝିଅକୁ ଅସଙ୍ଗତ ଅବସ୍ଥାରେ ଦେଖିଥିଲେ ନବୀନ। ଏହା ପରେ କ୍ରୋଧରେ ଦୁଇ ଜଣକୁ ମାଡ଼ ମାରି ଥିଲେ ନବୀନ । ଏହା ପରେ ଯୁବକକୁ ଗୋଡ଼ାଇ ନେଇ ଯାଇଥିଲେ। ଯୁବକ ଜଣକ ଘରୁ ଦଉଡ଼ି ଯାଇଥିବା ବେଳେ ନବୀନ ଏକ ରଡରେ ଯୁବକଙ୍କ ଜଙ୍ଘରେ ଭୁଷି ଦେଇଥିଲେ।
ଏହି ଘଟଣା ଶୁବାଷିଶଙ୍କ ତାଟି କବାଟ ପାଖରେ ଘଟିଥିଲା। ଏହା ପରେ ନବୀନ ରକ୍ତାତ ରଡକୁ ଆଣି ଘରେ ଲୁଚାଇ ରଖିଥିଲେ। ଏବଂ ଯୁବକ ଜଣକ ବିଲ ମଧ୍ୟରେ ପଡ଼ି ରହିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଥିଲା। ଏହା ପରେ ପୋଲିସ ନବୀନକୁ ଗିରଫ କରିଛି। ସୂଚନା ମୁତାବକ ପୂର୍ବରୁ ଶୁବାଷିଶ ଓ ନବୀନଙ୍କ ଝିଅଙ୍କ ସମ୍ପର୍କକୁ ନେଇ ବିବାଦ ଲାଗି ରହିଥିଲା ଏବଂ ଶେଷରେ କ୍ରୋଧିତ ହୋଇ ଯୁବକଙ୍କ ଜୀବନ ନେଇଗଲେ ବାପା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।