ସବୁ ସମୟ ଖବର ସାଥିରେ

ବାପା ପାଖରେ ଥିଲେ ମରଣ ବି ହାର ମାନିବ ! ପାଣିରେ ନିଜ ପିଲାଙ୍କୁ ବଞ୍ଚେଇବା ପାଇଁ କିପରି ସଂଘର୍ଷ କରୁଛି ବାପା…ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ..

0 32

ଆମ ପୁରାଣରେ ଏକ କଥା କୁହା ଯାଇଛି ଯେ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ | ଏହାର ଅର୍ଥ ହେଉଛି ବାପା ହେଉଛନ୍ତି ଏକ ଚଳନ୍ତି ଠାକୁର | ବହୁତ ଧର୍ମ ଓ ତପ ପରେ ବାପାଙ୍କୁ ମିଳି ଥାଏ | ତାଙ୍କର ଆଶୀର୍ବାଦରେ ଜଣେ ପିଲା ସବୁକିଛି କରି ପାରେ | ସେ ନିଜର ବାପାଙ୍କ ସାହାରାରେ ସାରା ଜୀବନ ବିନା ଭୟରେ ଅତିବାହିତ କରି ଥାଏ କାରଣ ସେ ଜାଣି ଥାଏ ତାକୁ ଆଗକୁ ଯିବା ପାଇଁ ତ ବାପା ଅଛନ୍ତି | ଯାହାର ବାପା ରହିଥାଏ ସେ କାହାକୁ ମଧ୍ୟ ଡରି ନ ଥାଏ | ଜଣେ ବାପା ତାହାର ଜୀବନକୁ ବାଜି ଲଗାଇ ତାର ପିଲାର ଜୀବନ ବଞ୍ଚାଇଥାଏ |
ବାପା ଏକ ବିଶାଳ ଶବ୍ଦର ପ୍ରତିଶବ୍ଦ | ଭଗବାନଙ୍କ ମଥାରୁ ଖସି ପଡ଼ିଥିବା ଆଶୀର୍ବାଦ ସହିତ ତାଙ୍କୁ ତୁଳନା କରା ଯାଇ ଥାଏ | ସେ ଗୋଟିଏ ବରଗଛ ସଦୃଶ ସେ ପାଖରେ ଥିଲେ ତାଙ୍କର ପିଲା ସବୁଦିନ ଛାଇ ପାଇଥାଏ | ଏବଂ ତ ପାଖରେ ରହିଥାଏ ସାତୋଟି ସିଂହର ବଳ | କାନ ଧରି ଜୀବନ ପଥରେ ଚଳାଇବାକୁ ଶକ୍ତି ଦେଇଥାନ୍ତି ବାପା | ପାଦରେ କେବେ କଣ୍ଟା ଫୋଡିବା ଆଗରୁ ସେ ପାଦ ପକାଇ ଦେଇଥାନ୍ତି | ସେ ଝିଅ ହୋଉ ଅଥବା ପୁଅ ସମସ୍ତଙ୍କର ବାପା ଭାରି ପ୍ରିୟ ହୋଇଥାନ୍ତି |

ମାଆ ସିନା ଦଶ ମାସ ଦଶ ଦିନ ପିଲାକୁ ଗର୍ଭରେ ଧାରଣ କରିଥାଏ କିନ୍ତୁ ପିଲାକୁ ଜୀବନର ରାସ୍ତାରେ ଚଳାଇବାର ପାଥ ଦେଖାଇଥାନ୍ତି ବାପା | ଉପରୁ କଠୋର ହୋଇଥିଲେ ମଧ୍ୟ ମନ ଭିତରେ ତାଙ୍କ ପିଲାଙ୍କ ପାଇଁ ଥାଏ ପ୍ରଗାଢ ଭଲ ପାଇବା ଓ ଆଦର ସ୍ନେହ | ପିଲାର ମଙ୍ଗଳ ପାଇଁ ହସି ହସି ମୃତ୍ୟକୁ ମଧ୍ୟ ଗ୍ରହଣ କରିବାକୁ ପଛାଇ ନ ଥାନ୍ତି ସେ | ଆଜି ଏମିତି ଏକ ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇ ଜଣ ପିଲା ପାଣିର ପ୍ରଖର ସ୍ରୋତରେ ଭାସି ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି | କିନ୍ତୁ ପିଲା ମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ନିଜ ବାପା ନିଜର ଜୀବନକୁ ବାଜି ଲଗାଇ ପିଲା ମାନଙ୍କୁ ନିଜର ଦୁଇ କୋଳରେ ଦୁଇଟି ପିଲାକୁ ଜାବୁଡି ରଖି ପାଣିର ପ୍ରଖର ସ୍ରୋତକୁ ଭାଙ୍ଗି ଚାଲିଛନ୍ତି | ଆପଣ ମଧ୍ୟ ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଦୋହଲି ଯିବ |ଶେଷରେ ସେ ପିଲା ଦୁହିଁଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ପାରିଛନ୍ତି |

ପ୍ରଖର ନଦୀ ସ୍ରୋତରେ ପିଲା ମାନେ ଭାସି ଯାଉଥିବା ବେଳେ ଏହି ବାପା ଜଣଙ୍କ ନିଜ ଜୀବନକୁ ଖାତିର ନ କରି ପିଲା ମାନଙ୍କ ଜୀବନ ବଞ୍ଚାଇ ଛନ୍ତି | ଏହି ଭିଡିଓଟି ବହୁତ ମର୍ମସ୍ପର୍ଶୀ ହୋଇଛି | ଦୀର୍ଘ ସମୟ ଧରି ପାଣିରେ ସଂଘର୍ଷ କଲା ପରେ ନିଜ ପିଲାକୁ ବଞ୍ଚାଇ ପାରିଛନ୍ତି | ମୃତ୍ୟ ମଧ୍ୟ ତାଙ୍କ ପାଖରେ ହାର ମାନିଛି |

ପ୍ରତ୍ୟେକ ସନ୍ତାନ ମାନଙ୍କୁ ନିଜର ବାପା ମାଆଙ୍କୁ ଜୀବନରେ କଷ୍ଟ ନ ଦେଇ ସେମାନଙ୍କୁ ଭଲରେ ରଖିବା ଉଚିତ | ଯେତେ ମନ୍ଦିରରେ ପୂଜା କରି ଯଦି ବାପାମା ଙ୍କୁ ଅବହେଳା କରି ଥିବେ ତାହେଲେ ସେ ପୂଜାର କିଛି ମାନେ ନାହିଁ | ସେମାନେ ହିଁ ସନ୍ତାନ ମାନଙ୍କର ଚଳନ୍ତି ଦେବତା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।