
breaking news – ୮ରେ ବାତ୍ୟା, ୧୦ ସୁଦ୍ଧା ଛୁଇଁବ ଉପକୂଳ । ସ୍ପଷ୍ଟ ହେଲା ଚିତ୍ର ।ବାତ୍ୟା କୁ ନେଇ ସତର୍କ କଲା ପାଣିପାଗ ବିଭାଗ ,ଏହି ସବୁ ଜିଲ୍ଲାରେ ତାଣ୍ଡବ ରଚିବା…..
ଆସନ୍ତା ୮ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା। ଆଜି e ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣି ପାଗ ବିଭାଗର ମହା ନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର। ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣ ପୂର୍ବ ବଙ୍ଗପୋସାଗରରେ କେନ୍ଦ୍ରୀଭୂତ ହୋଇପାରେ ବୋଲି କୁହା ଯାଇଛି। ତେବେ ଆସନ୍ତା କାଲିର ସନ୍ଧ୍ୟା ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ।
ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୮ ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାରେ। ଏହି ସମୟରେ ପବନର ବେଗ ୫୦-୬୫ କିଲୋ ମିଟର ରହିପାରେ। ତେବେ ସନ୍ଧ୍ୟା ସମୟରେ ପବନର ବେଗ ପ୍ରଖର ହୋଇ ୬୫-୭୫ ହେବାର ସମ୍ଭାବନା ରହିଛି।
୧୦ ତାରିଖ ବେଳେକୁ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟକୁ ଆସିବାର ସମ୍ଭାବନା ଖୁବ୍ ଅଧିକ ରହିଛି। ତେବେ ଏ ନେଇ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ ସୂଚନା ଦିଆ ଯାଇଛି।
ଏବଂ ମତ୍ସ୍ୟଜିବୀ ମାନଙ୍କ ଯେଉଁ ଘର ରହିଛି ସେମାନଙ୍କୁ କେମିତି ଉପର ସ୍ଥାନକୁ ନିଆଯାଇ ପାରିବ ତାର ବ୍ୟବସ୍ଥା ମଧ୍ୟ ଜାରି ରହିଛି ଏଥି ସହିତ ଚାଷୀ ଭାଇ ମାନଙ୍କୁ ଫସଲ କିପରି ସୁରକ୍ଷିତ ସହିତ ଅମଳ କରିବା ପାଇଁ ସୂଚନା ଦିଆ ଯାଇଛି। ସବୁ ଦୃଷ୍ଟିରୁ ଦେଖିବା ପାଇଁ ଗଲେ ପ୍ରଶାସନ ତରଫରୁ ଯଥା ସମ୍ଭବ ସତର୍କତା ମୂଳକ ପଦକ୍ଷେପ ନିଆ ଯାଇଛି।
ଯଦି ଅଧିକ୍ ବର୍ଷା ହେବା ସହିତ ପବନର ବେଗ ଅଧୀକ ହୁଏ ଜୁଆର ଉଠେ ବିଦ୍ୟୁତ୍ କଟେ ତେବେ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ମଧ୍ୟ ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ଚୁଡ଼ା ଚାଉଳ ମେଡିସିନ ଆଦିକୁ ପ୍ରଶାସନ ପକ୍ଷରୁ ମହଜୁଦ ରଖା ଯାଇଛି।
ଏହାପରେ ମଧ୍ୟ ଯେତେବେଳେ ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇନାହିଁ ତେଣୁ ମତ୍ସ୍ୟଜିବୀ ମାନେ ସେମାନଙ୍କ ଘରେ ରହିଛନ୍ତି। ସେମାନେ ଯେଉଁଠି ବସତି ସ୍ଥାପନ କରିଛନ୍ତି ସେହି ଠାରେ ରହିଛନ୍ତି। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ବାତ୍ୟାର ରୂପ ରେଖ ସ୍ପଷ୍ଟ ହେବ ସେତେବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆ ଯିବ ବୋଲି କୁହାଯାଉଛି।
ତେବେ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇ ନଥିବା ବେଳେ ୭ ତାରିଖରେ ଲଘୁଚାପ ଡିପ୍ରେଶନର ରୂପ ନେଇ ୮ ତାରିଖ ଦିନ ବଙ୍ଗୋପସାଗରରେ ବତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଉଛି। ଏବଂ ୧୦ ତାରିଖ ବେଳକୁ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ ମଧ୍ୟ କରା ଯାଉଅଛି। ତେବେ ବାତ୍ୟାକୁ ନେଇ ପ୍ରଶାସନ ସବୁ କ୍ଷେତ୍ରରୁ ପଦକ୍ଷେପ ଗ୍ରହଣ କରାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।