ସବୁ ସମୟ ଖବର ସାଥିରେ

Breaking News-Supreme Court ଙ୍କ ବଡ ଘୋଷଣା ବାପାଙ୍କ ପୈତୃକ ସମ୍ପତ୍ତି ଉପରେ ପୁଅ ,ଝିଅଙ୍କର ସମାନ ଅଧିକାର ରହିବ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0 10

ସୁପ୍ରିମ କୋର୍ଟଙ୍କ ବଡ ରାୟ। ପୈତୃକ ସଂପତ୍ତିକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ ଘୋଷଣା। ଏଣିକି ପୈତୃକ ସଂପତ୍ତିରେ ସମାନ ଅଧିକାର ପାଇବେ ଝିଅ।ସୁପ୍ରିମ କୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରା ଦେଇଛନ୍ତି। ପୁଅ ଝିଅ ଉଭୟ ସମ୍ମାନ ଆଉ ପୁଅ ପରି ମଧ୍ୟ ଝିଅ ବି ପାଇ ପାରିବ ସମାନ ଅଧିକାର। ତେବେ ଆସନ୍ତୁ କଣ ରହିଛି ମାନ୍ୟବର କୋର୍ଟ ନିର୍ଦ୍ଦେଶ ତା ବାବଦରେ ଜାଣିବା।
ତେବେ ବିବାହିତ ହୋଇ ଥାଆନ୍ତୁ କିମ୍ଵା ଅବିବାହିତ ମହିଳାଙ୍କୁ ତାଙ୍କ ପୈତୃକ ସମ୍ପତିରେ ବରାବର ଅଧିକାର ପାଇବାର ଅଧିକାର ରହିଛି। ଆଇନ୍ କାନୁନ୍ ଅନୁଯାୟୀ କେହି ବି ଝିଅକୁ ନିଜ ପୈତୃକ ସଂପତ୍ତି ରୁ ବର ଦଖଲ କରା ଯାଇ ନପାରେ। ପୁଅର ପୈତୃକ ସଂପତ୍ତି ଉପରେ ଯେତିକି ଅଧିକାର ରହିଛି ଝିଅର ମଧ୍ୟ ସେତିକି ସମାନ ଅଧିକାର ରହିଛି। ଯଦି ବାପା ବଞ୍ଚି ଥିଲା ପୂର୍ବରୁ ପୈତୃକ ସଂପତ୍ତି ବିକ୍ରି କରି ନାହାଁନ୍ତି କି କାହା ନାରେ ଉଲ୍ଲେଖ କରି ନାହାଁନ୍ତି ତେବେ ଭାଇ ଓ ମାଙ୍କ ପରି ସେମାନେ ମଧ୍ୟ ପୈତୃକ ସଂପତ୍ତିରୁ ସମାନ ଭାଗ ପାଇ ପାରିବେ। ଏପରିକି ବିବାହ ପରେ ମଧ୍ୟ ଏହି ଅଧିକାର କାଏମ ରହିବ। ଏହାଛଡା ବିଧବା ବହୁ ବି ଶଶୁର ଘରୁ ଭାଗ ପାଇବାର ହକଦାର ଅଟନ୍ତି।

ତେବେ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବା ପାଇଁ ଯାଉଛୁ।ଏନେଇ ମାନ୍ୟବର କୋର୍ଟ ନିର୍ଦ୍ଦେଶ ରହିଛି କି ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅମାନଙ୍କୁ ସମାନ ଅଧିକାର ମିଳିବ। ତେବେ ଯଦି ଆପଣଙ୍କ ବାପାଙ୍କ ମୃତ୍ୟୁ ୧୯୫୬ ମସିହା ପୂର୍ବରୁ ହୋଇଛି ତେବେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଅବଦୁଲ ଲାଜିର ଏବଂ ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତି ନିଆ ଯାଇଛି। ତେବେ ଏହି ରାୟ ବହୁ ପୂର୍ବରୁ ନିଆ ଯାଇଥିଲେ ବି ଏହାକୁ ସୁପ୍ରିମ କୋର୍ଟ ପୁଣିଥରେ ଦୋହରାଇଛନ୍ତି।
ସୁପ୍ରିମକୋର୍ଟ ଦେଇଥିବା ଶୁଣାଣିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କି, ପୁଅ ଓ ଝିଅ ଉଭୟ ପୈତୃକ ସଂପତ୍ତି ପାଇବାର ହକଦାର ରହିଛି। ଯଦି କେହି ଝିଅ ମାନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ଦେବା ପାଇଁ ବଞ୍ଚିତ କରେ ତେବେ ସେହି ଝିଅ ଚାହିଁଲେ ଏହାକୁ ନେଇ ଆଇନ୍ ର ଆଶ୍ରୟ ନେଇ ପାରିବ। ତେବେ ସବୁଠାରୁ ବଡ଼ କଥା ହେଉଛି ବାପା ଚାହିଁଲେ ବଞ୍ଚି ଥାଉ ଥାଉ ଝିଅ ନାରେ ସବୁ ସମ୍ପତ୍ତି ମଧ୍ୟ ହସ୍ତନ୍ତରିତ କରି ପାରିବେ। ଆଉ ବାପାଙ୍କ ମୃତ୍ୟୁ ପରେ ଏହି ସବୁ ସମ୍ପତ୍ତି ପତ୍ନୀ ଓ ପୁଅ ଝିଅଙ୍କ ମଧ୍ୟରେ ସମାନ ଭାବରେ ଭାଗ ପାଇ ପାରିବେ।