ସବୁ ସମୟ ଖବର ସାଥିରେ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୈତୃକ ସମ୍ପତ୍ତିରୁ ଭାଗ ନେଇ ପାରିବେ ନାହିଁ ଝିଅ ..ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ ଏବଂ ସେୟାର କରନ୍ତୁ

0 379

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ପୈତୃକ ସମ୍ପତ୍ତିରୁ ଭାଗ ।ତେବେ ବାପା ମାଆଙ୍କୁ ନିଜ ସାନ୍ତାନ ହଇରାଣ ହରକତ କରୁଥିବାର ଦୃଶ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି। ଛୋଟ ବେଳୁ କୋଳେଇ କାଖେଇ ଭଲ ଶିକ୍ଷା ଦେଇ ମଣିଷ କରୁଥିବା ବାପା ମାଆ ମାନଙ୍କୁ ବିବାହ ପରେ ପିଲା ଭୁଲି ଯାଉଥିବାର ନଜର ରହିଛି । ଆପଣ ଦେଖିଥିବେ କେଉଁଠି ବାପା ମାଆଙ୍କୁ ପିଲା ମାନେ ଖାଇବାକୁ ଦେଉନାହାନ୍ତି ତୋ ଆଉ କେଉଁଠି ବାପା ମାଆଙ୍କୁ ଗରୁଗାଇ ଭଳି ମାଡ଼ ମରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବାପା ମାଆ ଅର୍ଜିଥିବା ସମ୍ପତ୍ତିକୁ ନେଇ ନିଜେ ଅଏସ ଆରାମରେ ରହିଛନ୍ତି। କିନ୍ତୁ ପିତାମାତା ନିଜର ସମ୍ପତି ଅର୍ଜନ କରିବା ପାଇଁ ସାରା ଜୀବନ ଝାଳ ବୁହାଇ ସଞ୍ଚିତ କରି ରଖିଥାନ୍ତି, ହେଲେ ସେମାନଙ୍କୁ ଥରେ ପଚାରନ୍ତି ନାହିଁ ।

ଦିନକୁ ଦିନ ବାପା-ମାଆଙ୍କ ଉପରେ ପିଲାମାନେ ଯେପରି ଭାବରେ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଦାୟିତ୍ୱ ନେଉନାହାନ୍ତି ଭଳି ମାମଲା ଅଧିକରୁ ଅଧିକ ସାମ୍ନାକୁ ଆସିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏମିତି ନିଷ୍ପତ୍ତି ନେଇଛନ୍ତି । ସରଳ ଭାଷାରେ କହିଲେ, ଏଣିକି ଯେଉଁ ସନ୍ତାନମାନେ ନିଜ ବାପା-ମାଆଙ୍କ ଦାୟିତ୍ୱ ସଠିକ୍‌ ଭାବରେ ନେବେନି ସେମାନେ ପୈତୃକ ସମ୍ପତ୍ତିରେ ଭାଗ ପାଇବେନି ବୋଲି କୋର୍ଟ ସିଧାସଳଖ କହିଛନ୍ତି। ସୁପ୍ରିମକୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।

 

ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ନରଖେ ଅର୍ଥାତ୍‌ ସେମାନଙ୍କ କଥା ନବୁଝେ, ତେବେ ସେମାନେ ବାପା-ମାଆଙ୍କ ସମ୍ପତ୍ତି କିମ୍ବା କୌଣସି ଜାଗାବାଡ଼ି ନେଇପାରିବେ ନାହିଁ। କୋର୍ଟ କହିଛନ୍ତି ଯେ, ଆଜିର ସମାଜରେ ଝିଅଙ୍କୁ 20 ବର୍ଷ ହେଲେ ସେମାନେ ନିଜ ଇଚ୍ଛା ମୁତାବକ କାମ କରୁଛନ୍ତି। ଏବଂ ନିଜର ଜୀବନସାଥୀ ମଧ୍ୟ ବାଛୁଛନ୍ତି। ଯଦି ସେମାନେ ନିଜ ଇଚ୍ଚାରେ କାମ କରୁଛନ୍ତି ଆଉ ବାପା-ମାଆଙ୍କୁ ପଚାରୁନାହାନ୍ତି ତେବେ ସମ୍ପତ୍ତି ବେଳେ ବାପା-ମାଆଙ୍କଠାରୁ ଆଶା କରିବା ଠିକ୍‌ ନୁହେଁ। ତେଣୁ ସମ୍ପର୍କ ନଥିଲେ ସମ୍ପତ୍ତି ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

 


ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି। ଏହାସହ ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ନରଖେ ତେବେ ବାପା-ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ଆଉ ଛାଡପତ୍ର ମାମଲା ବିଚାର କରି ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ କହିବା ସହିତ 10 ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହି ରାଶି ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ । ତେବେ ଦାୟର ହୋଇଥିବା ମାମଲା ଅନୁସାରେ, ବର୍ତ୍ତମାନ ମାମଲା ଦାୟର କରିଥିବା ଝିଅର ବୟସ ଏବେ 20। ଭବିଷ୍ୟତର ରାସ୍ତା ବାଛିବା ପାଇଁ ତାର ଅଧିକାର ଅଛି । ହେଲେ ସମ୍ପର୍କ ନରଖିଲେ ସମ୍ପତ୍ତି ମିଳିବନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।