ସବୁ ସମୟ ଖବର ସାଥିରେ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୈତୃକ ସମ୍ପତ୍ତିରୁ ଭାଗ ନେଇ ପାରିବେ ନାହିଁ ଝିଅ ..ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ ଏବଂ ତୁରନ୍ତ ସେୟାର କରି ଜଣାନ୍ତୁ

0 168

ସୁପ୍ରିମ କୋର୍ଟଙ୍କ ବଡ ରାୟ। ବାପା ମାଙ୍କ ଉପରେ ଅତ୍ୟାଚାର କରୁଥିବା ସନ୍ତାନ ମାନଙ୍କୁ ମିଳିବ ବଡ ଦଣ୍ଡ। ବାପା ମାଙ୍କ ଆଖିରେ ଲୁହ ଦେଇ ଖସି ପାରିବେନି ପୁଅ ବୋହୂ ନାତି ନାତୁଣୀ ଝିଅ ଜ୍ବାଇଁ। ସମସ୍ତଙ୍କୁ ମିଳିବ ଦଣ୍ଡ। ଏଣିକି ବାପା ମାଙ୍କୁ ନିର୍ଯାତନା ହେଉଥିବା ଲୋକେ ହୋଇ ଯାଆନ୍ତୁ ସାବଧାନ ନଚେତ୍ ଆପଣଙ୍କୁ ବି ମିଳିପାରେ ଏହି ବଡ ଦଣ୍ଡ। ତେବେ ଏ ନେଇ ସୁପ୍ରିମ କୋର୍ଟ ଶୁଣାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ତେବେ ଆସନ୍ତୁ ଜାଣିବା ବାପା ମା ଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସୁପ୍ରିମ କୋର୍ଟ କଣ ରାୟ ଶୁଣାଇଛନ୍ତି।
ଅସହାୟ ବୃଦ୍ଧ ବାପା ମାଙ୍କୁ ସୁରକ୍ଷା ଦେବା ପାଇଁ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନେଇଛନ୍ତି ଏହି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି। କାହିଁକି ନା ଆମ ଦେଶର ଏମିତି ଅନେକ ପିତା ମାତା ରହିଛନ୍ତି ଯେଉଁମାନେ କି ତାଙ୍କ ସନ୍ତାନ ଦ୍ଵାରା ଅବହେଳିତ ହେଉଛନ୍ତି। ଆଜିର ଏ ସନ୍ତାନ ମାନେ ବୃଦ୍ଧ ଅବସ୍ଥାରେ ପିତା ମାତାଙ୍କ ସାହାରା ହେବା ବଦଳରେ ସେମାନଙ୍କ ଉପରେ ଅତ୍ୟାଚାର କରି ଚାଲିଛନ୍ତି।

ବାପା ମାଙ୍କ ସେବା କରିବା ତ ଦୂରର କଥା ଦୁଇ ମୁଠା ଖାଇବା ଦେବା ପାଇଁ ମଧ୍ୟ କୁଣ୍ଠା ବୋଧ କରୁଛନ୍ତି। ବାପା ମାଙ୍କୁ ଆଡ ଆଖିରେ ବି ଚାହୁଁ ନାହାଁନ୍ତି। ତେବେ ଏଭଳି ଉଦ୍ଧତ ପିଲା ମାନଙ୍କୁ ବାଟକୁ ଆଣିବା ପାଇଁ ଏବଂ ଅସହାୟ ବାପା ମାଙ୍କୁ ସାହାରା ଦେବା ପାଇଁ ଆମ ଦେଶର ଆଇନ୍ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଅଧିକାର ବରିଷ୍ଠ ନାଗରିକ ମାନଙ୍କୁ ଦିଆ ଯାଇଛି।
ଯେଉଁଥିରେ ଯଦି କେହି ସନ୍ତାନ ତା ବାପା ମାଙ୍କୁ ଅବହେଳା ଓ ଅତ୍ୟାଚାର କରେ ତେବେ ସେମାନେ ପୈତୃକ ସମ୍ପତିରୁ ବେଦଖକଲ ହେବେ ଏବଂ ବାପା ମା ଯଦି ଚାହିଁବେ ତେବେ ସେମାନଙ୍କୁ ଘରୁ ମଧ୍ୟ ବାହାର କରି ଦେଇ ପାରିବେ। ଯଦି କେହି ସନ୍ତାନ ତାଙ୍କ ବାପା ମାଙ୍କୁ ଦୁର୍ବ୍ୟବହାର କରନ୍ତି, ଖାଇବା ପିଇବାରେ ଅବହେଳା କରନ୍ତି ଓ ଚାକର ପରି ବ୍ୟବହାର କରନ୍ତି ତେବେ ବାପା ମା ଚାହିଁଲେ ଏପରି ପୁଅ, ବୋହୂ, ନାତି, ନାତୁଣୀ, ଝିଅ, ଜ୍ବାଇଁ ମାନଙ୍କୁ ନିଜ ଘରୁ ବାହାର କରି ଦେଇ ପାରିବେ। ଏପରିକି ସମ୍ପତିରୁ ମଧ୍ୟ ସେମାନଙ୍କୁ ବେଦଖଲ କରି ପାରିବେ।

ଏହା ସହିତ ଯଦି ପିତା ମାତା ପୂର୍ବରୁ ପିଲା ମାନଙ୍କ ନାଁରେ କିଛି ସମ୍ପତି କରି ଦେଇ ଥାନ୍ତି ତେବେ ସେ ସବୁ ଚାହିଁଲେ ସେମାନେ ଫେରାଇ ଆଣି ପାରିବେ। ତେବେ ଏହା କେବଳ ସେମାନଙ୍କ ଅର୍ଜିତ ଓ ପୈତୃକ ସମ୍ପତ୍ତି ଉପରେ ଲାଗୁ ହେବ ନାହିଁ ବରଂ ବାପା ମାଙ୍କ ନାରେ ଥିବା ଅନ୍ୟାନ୍ୟ ସମ୍ପତ୍ତି ଉପରେ ମଧ୍ୟ ଲାଗୁ ହେଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।