ସବୁ ସମୟ ଖବର ସାଥିରେ

ଶୁଣନ୍ତୁ VIRAL ଭିଡିଓ ! 2008ରୁ ତତେ ଭଲ ପାଇ ଭୁଲ କଲି ,ମୋ ଭଲ ପାଇବାର ଭଲ ପାଉଣା ପାଇଲି ” 2ମିନିଟ୍ 2ସେକେଣ୍ଡ ର ଭିଡିଓ

0 48

ବନ୍ଧୁଗଣ ଆପଣ ମାନେ ଆମ ଓଲିଉଡ ର ବିବାଦୀୟ ଦମ୍ପତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟାଦର୍ଶନୀ ଙ୍କ ବିଷୟରେ ଜାଣିଥିବେ ନିଶ୍ଚିତ। ତେବେ ସିନେମା ଦୁନିଆଁ ରେ ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ କିନ୍ତୁ ବିବାହ ର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା।

ଯାହାକୁ ନେଇ ଅଭିନେତ୍ରୀ ବର୍ଷା କୋଟ ରେ ମାମଲା ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ର ବିବାଦ କୁ ନେଇ କୌଣସି ସିଦ୍ଧାନ୍ତ ଆସି ନଥିଲେ ମଧ୍ୟ ଦିନ କୁ ଦିନ ଭିନ୍ନ ଭିନ୍ନ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି।

ତେବେ କିଛି ଦିନ ତଳେ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ରେ ପୁରା ୩୦ ମିନିଟ ର ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁ ଥିରେ ସେ ବର୍ଷା ଙ୍କର ନାମ ଉଲ୍ଲେଖ ନକରି ବର୍ଷା ଙ୍କର ବିଷୟରେ ଆଉ ତାଙ୍କର ଭଲ ପାଇବା ବିଷୟ ରେ କହିଥିଲେ। ତେବେ ଏହି ଭିଡ଼ିଓ ଟିରେ ବର୍ଷା କିଛି ମତ ଦେଇ ନାହାନ୍ତି କିନ୍ତୁ ତାଙ୍କର ଜଣେ ଫେନ ଟୁଇଟ କରି ଏହିପରି ଭାବରେ ଲେଖିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ନିଜ ଟୁଇଟ ମାଧ୍ୟମ ରେ ସେ ଅନୁଭବ ଙ୍କୁ ଗାଳି ଦେବା ସହ ବର୍ଷା ଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି।

ତେବେ ଜଣେଇଦେଉଛୁ ଯେ କିଛିଦିନ ତଳେ ଅନୁଭବ ଏକ ଭିଡ଼ିଓ ରେ କହିଥିଲେ କି “ପ୍ରେମ କରି ଭୁଲ କଲି, ମୋ ଜୀବନ ରେ ମୁଁ ଅନେକ କିଛି କରିଛି ଆଉ ବହୁତ କିଛି ହାସଲ ମଧ୍ୟ କରିଛି କିନ୍ତୁ ନିଜର ଜୀବନ ସାଥି ବାଛିବା ରେ ମୁଁ ଭୁଲ କରିଛି। ଯାହାକୁ ୨୦୦୮ ରୁ ଭଲ ପାଇଥିଲି ତାଙ୍କ ଛଡା ମୁଁ କାହାକୁ ଆଖି ଉଠାଇ ଦେଖେ ବି ନାହିଁ କିନ୍ତୁ ଆଜି ମୋ ପ୍ରେମ ଓ ଭଲପାଇବା କୋର୍ଟ କଚେରୀ ରେ ଶେଷ ହୋଇଗଲା। ଜଣେ ଝିଅ ଯାହା କହେ କଣ ସବୁକିଛି ସତ ହୋଇଥାଏ କି”।ତେବେ ଅନୁଭବ ଙ୍କର ଏହି ଭିଡ଼ିଓ ର କଡା ଉତ୍ତର ଦେଇଛନ୍ତି ଶୁଶ୍ରୀ ନାମକ ଜଣେ ଯୁବତୀ।

ତେବେ ସେ ଅନୁଭବ ଙ୍କର ନାମ ନନେଇ କହିଛନ୍ତି କି, “ମିଥ୍ୟାବାଦୀ ଓ ପାପି ଙ୍କର କଥା କୁ ବିଶ୍ଵାସ କରିବେ ନାହିଁ, ଜଣେ ନାରୀ ଙ୍କୁ ଅସଂମାନ କରିବା ସହ ତାଙ୍କ ଜୀବନ ନଷ୍ଟ କରିବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମିଥ୍ୟା କାହାଣୀ ଜଣାଉଛନ୍ତି। କିନ୍ତୁ ବର୍ଷା ତୁମେ ବିଜୟନୀ ଆଉ ସବୁଦିନ ଆମ ସମସ୍ତ ଙ୍କର ମୁଁହ ରେ ହସ ଫୁଟେଇ ଆସିଛ, ତୁମେ ତୁମ ଲଢେଇରେ ନିଶ୍ଚିତ ଭାବରେ ସଫଳ ହେବ”।ତେବେ ଫେନ ଙ୍କର ଏହି ଟୁଇଟ କୁ ଲାଇକ କରିଛନ୍ତି ବର୍ଷା ନିଜେ ଯାହାକି ବର୍ତ୍ତମାନ ଚାରିଆଡ଼େ ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।