
ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ – ବୋହୂ ଯଦି ଭିନେ କରିବାକୁ ଚେଷ୍ଟା କରେ ପୁଅ ଦେଇପାରିବେ ଛାଡ଼ପତ୍ର, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ
ଅନେକ ସମୟରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଆପଣ ଶୁଣିବାକୁ ପାଉଥିବେ, ଯାହା ଚକିତ କରିବା ଭଳି ହୋଇଥାଏ। ଏହା ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ନିଷ୍ପତ୍ତି ନିଆ ଯାଇଥାଏ। ତେବେ ସେହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏବେ କୋର୍ଟ ଏକ ରାୟ ଦେଇଛନ୍ତି, ଯାହା ଏବେ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ନିଷ୍ପତ୍ତି। ଏବେ ଆଉ ବିବାହିତ ପୁଅ ଅଲଗା ହୋଇଗଲେ ଯେଉଁ ଦୁଃଖ ମିଳିଥାଏ ତାହା ବାପା ମାଆ ଙ୍କୁ ସହିବାକୁ ପଡ଼ିବ ନାହିଁ। ଯଦି କୌଣସି ମତ୍ତେ ବୋହୂ ବିବାହିତ ପୁଅ ଅର୍ଥାତ୍ ତାର ସ୍ୱାମୀକୁ ତାର ଶାଶୁ ଶଶୁର, ଅର୍ଥାତ୍ ପୁଅର ବୃଦ୍ଧ,ଅସହାୟ ବାପା ମାଆ ଙ୍କ ଠାରୁ ପୁଅକୁ ଅଲଗା କରିବାକୁ ଚେଷ୍ଟା କରିବ, ତେବେ ପୁଅ ତାକୁ ଛାଡ଼ପତ୍ର ଦେଇ ପାରିବ।
ଏହାଦ୍ବାରା ଉକ୍ତ ସ୍ବାମୀଙ୍କ ବିରୋଧରେ କୌଣସି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନିଆ ଯିବ ନାହିଁ। ନିଜ ବାପା ମାଆ ଙ୍କ ସହାୟତା ପାଇଁ, ସୁରକ୍ଷା ପାଇଁ ପୁଅ ଏଭଳି ପଦକ୍ଷେପ ଗ୍ରହଣ କରି ପାରିବ। ଏପରି ଏକ ଐତିହାସିକ ରାୟ ଏବେ ଦେଇଛନ୍ତି ସୁପ୍ରିମକୋର୍ଟ। ଆଉ ବୋହୂ ନିଜ ସ୍ୱାମୀଙ୍କୁ ତାଙ୍କର ବାପା ମାଆ ଙ୍କ ପାଖରୁ ଅଲଗା କରିବା ପାଇଁ ଚେଷ୍ଟା କରି ପାରିବ ନାହିଁ। ଯାହା ଅନେକ ସମୟରେ ଘଟୁଥିବା ର ଦେଖିବାକୁ ମିଳିଥାଏ। ତେଣୁ ଏବେ ଏପରି ଭାବରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆସିବା ପରେ ବୋହୂ ମାନେ ଏବଂ ପୁଅ ମାନେ ଏ ବିଷୟରେ ବିଚାର କରିବା ର ଆବଶ୍ୟକତା ରହିଛି।
ତେବେ ଆପଣଙ୍କୁ କହି ରଖୁଛୁ କେତେ ଗୁଡିଏ ମାମଲା କୁ ବିଚାର କରି, ବୃଦ୍ଧ ବାପା ମାଆଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି, ସେମାନଙ୍କ ସୁବିଧା ପାଇଁ, ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏପରି ଏକ ରାୟ ଶୁଣାଇଛନ୍ତି। ଗତ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ଜାଣିଛନ୍ତି ଅନେକ ସମୟରେ ପୁଅ ବାପା ମାଆ ଙ୍କୁ ତାଙ୍କର ଅସୁବିଧା ସମୟରେ, ବୃଦ୍ଧା ଅବସ୍ଥା ରେ ଛାଡି ଦେଇଥାଏ। ଫଳରେ ସେମାନେ ଅସହାୟ, ବେସାହାରା ହୋଇ ଯାଇଥାନ୍ତି। ଏଥିପାଇଁ ପୁଅ ଦାୟି ରହିଥିବା ବେଳେ ଅନେକାଂଶରେ ଏଥିପାଇଁ ବୋହୂ ତାର ସ୍ୱାମୀଙ୍କୁ ପ୍ରବତାଇବା ର ଅଭିଯୋଗ ଆସିଥାଏ।
ସେମାନେ ବୃଦ୍ଧ, ଅସହାୟ ବାପା ମାଆ ଙ୍କୁ ଏପରି ଅବସ୍ଥାରେ ଛାଡି ଦେଇଥାନ୍ତି ଯେତେବେଳ ସେମାନଂକୁ ପୁଅ ବୋହୂ ର ଆବଶ୍ୟକତା ରହିଥାଏ। କିନ୍ତୁ ଏବେ ପୁଅ ଆଉ ସେମିତି କରି ପାରିବନି କିମ୍ୱା ବୋହୂ ମଧ୍ୟ ବାପା ମାଆ ଙ୍କ ଠାରୁ ଅଲଗା ହୋଇଯିବା ପାଇଁ, ଭିନେ ହେବା ପାଇଁ ସ୍ୱାମୀକୁ ପ୍ରବତାଇ ପାରିବ ନାହିଁ। ଯଦି ଏମିତି କରିବାକୁ ବି ସେ ଚେଷ୍ଟା କରେ ତେବେ ବିବାହିତ ପୁଅ, ଅର୍ଥାତ୍ ତାର ସ୍ବାମୀ ତାକୁ ଛାଡ଼ପତ୍ର ଦେଇ ପାରିବ। ବାସ୍ତବରେ ଏଭଳି ପଦକ୍ଷେପ ବୃଦ୍ଧ, ଅସହାୟ ବାପା ମାଆ ଙ୍କ ସୁରକ୍ଷା ପାଇଁ ସ୍ୱାଗତଯୋଗ୍ୟ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।