ସବୁ ସମୟ ଖବର ସାଥିରେ

ଶୁଣନ୍ତୁ ଭାଇରାଲ Audio Call : ଦିଦି ମୁଁ ତୁମକୁ ଭଲ ପାଏ, ତେଣୁ ମୁଁ ଟିକେ Kiss ଏବଂ Hug କରିଥାନ୍ତି, ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେଉଛି

0 60

ଆଜିର ସମୟରେ ଆମେ ସମସ୍ତେ ଆଧୁନିକ ସମାଜରେ ବସବାସ କରୁଛୁ ।ଏହି ଆଧୁନିକ ସମାଜର ସମସ୍ତ ଲୋକ ଆଧୁନିକତାର ପାହାଚ ଅତିକ୍ରମ କରି ସାରିଲେଣି । ସମସ୍ତେ ଟେକ୍ନୋଲୋଜି ବିଷୟରେ ଅବଗତ ହେଲେଣି ।
ତେବେ ସମାଜର ଲୋକମାନେ ଯେତେ ଶିକ୍ଷିତ ହେଲେ କିମ୍ବା ସମାଜ ଯେତେ ଅଗ୍ରଗତି କଲେ କଣ ହେବ, କିଛି ଲୋକଙ୍କ କୁତ୍ସିତ କଦାକାର ମାନସିକତାରେ ପରିବର୍ତ୍ତନ ନହେବା ସମାଜ ପାଇଁ ଏକ ନିନ୍ଦନୀୟର ବିଷୟ ଅଟେ । ଆଜିର ଦୁନିଆରେ ଲୋକଙ୍କ ଆଚାର ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଯାହା ସମୟେ ସମୟେ ଲଜ୍ଜାରେ ଆମ ମୁହଁକୁ ପୋତି ଦେବାକୁ ବାଧ୍ୟ କରୁଛି ।

ଏହିପରି କିଛି ବାସ୍ତବ ଘଟଣା ସଂସ୍ପର୍ଶରେ ଆସିବା ପରେ ଆମେ ସେହି ଘଟଣାକୁ ସହଜରେ ଗ୍ରହଣ କରିପାରି ନଥାଉ । ସେହିପରି ଘଟଣାକୁ ବାସ୍ତବରେ ଗ୍ରହଣ କରିବା ଏତେ ସହଜ ବି ନୁହେଁ । ସାମାଜିକ ସ୍ତରରେ ଏପରି ନିନ୍ଦନୀୟ ଘଟଣା ଅନ୍ୟ ଦିଗକୁ ଇଙ୍ଗିତ କରିଥାଏ । ବର୍ତ୍ତମାନ ଲୋକମାନେ ଟେକ୍ନୋଲୋଜିର ସଦୁପଯୋଗ ନକରି ଦୁରୁପଯୋଗରେ ବହୁତ ମନ ନିବେଶ କରୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ସେମାନେ ମନରେ ଭୟ ମଧ୍ୟ ରଖି ନ ଥାଆନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକରେ ଦେଖି ବାକୁ ମିଳିଥାଏ।

ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି କୋଭିଡ ଜରୁରୀ କାଳୀନ ନମ୍ବରକୁ କିଛି ଲୋକମାନେ କଲ କରି ମିଛ କଥା କହି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କାରୁଛନ୍ତି ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଦୀର୍ଘ 2 ବର୍ଷ ହେଲା ସାରା ବିଶ୍ୱରେ କରୋନା ତାର ତାଣ୍ଡପ ରୂପ ଦେଖାଉଛି। ଏହି ରୋଗରେ ଲକ୍ଷାଧିକ ଲୋକ ମାନେ ମୃତ୍ୟୁ ବରଣ କରିଛନ୍ତି। ଏହା ଦେଖି ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି ଓ କରୋନା ଭୂତାଣୁକୁ କମାଇବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରିଛନ୍ତି। ଯେମିତିକି ଯଦି କୌଣସି ବ୍ୟକ୍ତି କରୋନା ବିଷୟରେ ଜାଣିବା ପାଇଁ ହେଲେ 104 ନମ୍ବରକୁ କଲ କରି ସାହାଯ୍ୟ ପାଇ ପାରିବେ ବୋଲି ସରକାର ଏଭଳି ଉପାୟ ମଧ୍ୟ ଚିନ୍ତା କରିଛନ୍ତି।

କିନ୍ତୁ ସମାଜରେ ଏଭଳି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ 104 ନମ୍ବରକୁ କଲ କରି ଘର ଭାଙ୍ଗି ଯିବା,ରିଚାର୍ଜ କରିବା ସହିତ ଆଇ ଲଭ ୟୁ କହି ଅଶ୍ଳୀଳ ଭାଷାରେ ଗାଳି ଗୁଳଜ ମଧ୍ୟ କରୁଛନ୍ତି। ଏଭଳି ଭାବରେ ପ୍ରତିଦିନ 30 ହଜାରରୁ ଅଧିକ କଲ ଆସିଥାଏ, ସେଥି ମଧ୍ୟରୁ 700 କଲ ମିଛ ହୋଇଥାଏ। ଏଭଳି ଭାବରେ କାର୍ଯ୍ୟ କରି 104 ନମ୍ବରକୁ ମିଛ କଥା କହି ହଇରାଣ ହରକତ କରୁଛନ୍ତି। ଏହି ଘଟଣାକୁ ନେଇ ପୋଲିସକୁ ଖବର ମଧ୍ୟ ଦିଆ ଯାଇଥିଲା କିନ୍ତୁ ପୋଲିସ କୌଣସି ବି ପଦକ୍ଷେପ ମାନ ନେଉ ନାହାନ୍ତି ।