
shocking ଭିଡ଼ିଓ – ହୃଦୟ ଜିତିନେଵ ଏହି ହାତୀର ଭିଡିଓ, ନିଜ ଛୁଆକୁ ବଞ୍ଚାଇବା ପାଇଁ ଶେଷରେ କଲା ଏମିତି… ଦେଖନ୍ତୁ Video
ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମା’ । ମା’ ଏଭଳି ସଜ୍ଞା, ଯାହାକୁ ଶବ୍ଦରେ ବଖାଣିହେବନି । ସଂସାରରେ ସବଠାରୁ ନିବିଡ ଏବଂ ପବିତ୍ର ସମ୍ପର୍କ ହେଉଛି ଜଣେ ମା ଓ ସନ୍ତାନର ସମ୍ପର୍କ। ମା ଓ ସନ୍ତାନ ଦୁଇ ଜଣଙ୍କ ମଧ୍ୟରେ ଏମିତି ନିବିଡତା ରହିଛି ଯାହା ସବୁ ସମ୍ପର୍କ ଠାରୁ ସର୍ବୋଚ୍ଚ। ସନ୍ତାନଟିଏ ତା ମନ ତଳେ ଯେତେବି ଦୁଃଖ ଯନ୍ତ୍ରଣା ଲୁଚାଇ ରଖିଥାଉ କେବଳ ମା ହେଉଛି ଏକ ମାତ୍ର ମଣିଷ ଯିଏକି ସନ୍ତାନର ମନ କଥା ସନ୍ତାନ ମୁହଁକୁ ଚାହିଁ ଜାଣି ପାରିଥାଏ।
ମା ଯିଏକି ତ୍ୟାଗ ଓ ତପସ୍ୟାର ପ୍ରତୀକ ଅଟେ। ନିଜେ ଜଳି ତାର ସନ୍ତାନକୁ ଆଲୋକ ଦେଖାଇ ଥାଏ।ସନ୍ତାନର ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ । ତେବେ ମା ଟିଏ ତା ସନ୍ତାନକୁ ରକ୍ଷା କରିବା ପାଇଁ ଯେ କୌଣସି ସ୍ତରକୁ ବି ଯାଇ ପାରେ ଏଥିରେ ସନ୍ଦେହ ନାହିଁ।
ତେବେ ବର୍ତ୍ତମାନ ସମୟ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଦେଖିଲା ପରେ ଆପଣ ବୁଝି ପାରିବେ ଯେ ସନ୍ତାନ ପାଇଁ ଜଣେ ମା କଣ କରିପାରେ। ଛୁଆ ଅସୁବିଧାରେ ପଡିଲେ ଯଦି କେହି ପାଗଳ ହୋଇ ଯାଏ ସେ ହେଉଛି ମା। ତେବେ ଭିଡ଼ିଓ ରେ ଯାହା ଦେଖିବାକୁ ମିଳୁଛି ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।
ମଣିଷ ହେଉ କି ପଶୁ ଛୁଆକୁ ବିପଦ ମୁହଁରୁ ଫେରାଇ ଆଣିବା ପାଇଁ ମା କିଛିବି କରିପାରେ। ଏଭଳି ଏକ ହୃଦୟସ୍ପର୍ଶୀ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓରେ ଦେଖିବାକୁ ମିଳୁଛି ଗୋଟିଏ ହାତୀଟି ଖାଲରେ ପଡ଼ି ଯାଇଥିବା ଛୁଆକୁ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛି। କିନ୍ତୁ ଯେତେ ଚେଷ୍ଟା କରିଲେ ମଧ୍ୟ ସେ ସଫଳ ହୋଇ ପାରୁନି। ଏପରିକି ହାତୀ ଜଙ୍ଗଲ ଅତିକ୍ରମ କରି ରାସ୍ତାକୁ ଚାଲି ଆସିଛି। ଏବଂ ରାସ୍ତାରେ ଆସୁଥିବା ଗାଡ଼ି ଗୁଡ଼ିକୁ ଆକ୍ରମଣ କରିବାରେ ଲାଗିଛି।
ଏବଂ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଦୌଡ଼ି ଚାଲି ଯାଉଛି। ଲୋକ ମାନେ ହାତୀକୁ ଜଙ୍ଗଲରୁ ବାହାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ହାତୀ ଟି ଜଙ୍ଗଲ ଛାଡ଼ି ଯିବାକୁ ରାଜି ନଥିଲା କାହିଁକି ନା ସେ ବନ କର୍ମଚାରୀ ମାନଙ୍କୁ କିଛି ଦେଖାଇବା ପାଇଁ ଚାହୁଁ ଥିଲା।ଏହା ପରେ ଲୋକ ମାନେ ବନ ବିଭାଗ କର୍ମଚାରୀ ମାନଙ୍କୁ ଏକଥା ଜଣାଇଛନ୍ତି।
ଏହା ପରେ ବନ କର୍ମଚାରୀ ଆସି ହାତୀ ପଛେ ପଛେ ଯାଇ ଖାଲରେ ଏକ ହାତୀଛୁଆ ପଡ଼ିଥିବାର ଦେଖିଲେ ଏଥି ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଟି ଖୋଳି ହାତୀକୁ ଉପରକୁ ଆଣିବାରେ ସକ୍ଷମ ହୋଇଥିଲେ। ଏହା ପରେ ମା ହାତୀର ଖୁସି କହିଲେ ନସରେ। ସେ ତା ଛୁଆକୁ ଧରି ଜଙ୍ଗଲ ମଧ୍ୟକୁ ଚାଲିଗଲା। ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଏହି ଭିଡ଼ିଓଟି ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।