
ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ |୪ଟି ରାଶିରେ ଖୁସିରବର୍ଷା,ଗର୍ଭାବତୀ ମହିଳା ମାନେ ଭୁଲରେ ବି କରନ୍ତୁ ନାହିଁ ଏହି କାମ…
ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଅର୍ଥାତ୍ ପବିତ୍ର ଦୀପାବଳୀ ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି। ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ଏବଂ ଲମ୍ବା ସୂର୍ଯ୍ୟ ପରାଗ ହେବ। ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶା ସମେତ ଦେଶର ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ। ତେବେ ଆଜି ଏହି ସୂର୍ଯ୍ୟ ପରାଗର ସମୟ ସୀମା ଗ୍ରାସ ସମୟ ଓ ଗର୍ଭବତୀ ମହିଳା ମାନେ କଣ କରିବେ ଓ କଣ କରିବେ ନାହିଁ, ପାକ ନିଷେଧ ଏବଂ ସୂତକ କାଳ କେତେବେଳେ ଆରମ୍ଭ ହେବ ପରାଗ ସମୟରେ କଣ କରିବେ ଏବଂ କଣ କରିବେ ନାହିଁ ଏବଂ ଏହି ସୂର୍ଯ୍ୟ ପରାଗ କେଉଁ ରାଶି ମାନଙ୍କ ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ସେ ବିଷୟରେ ଜାଣିବା।
ଗ୍ରହଣ ଲାଗିବାର ତିନି ପ୍ରହର ପୂର୍ବରୁ ଏବଂ ପରାଗର ଚାଟି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରା ଯାଇଥାଏ ଏହି ସମୟ ସୀମାକୁ ସୁତକ ସମୟ କୁହାଯାଇଥାଏ। ଏହି ସମୟରେ ଖାଦ୍ୟ ଗ୍ରହଣକୁ ନିଷେଧ କରା ଯାଇଛି।ଏହି ସୂର୍ଯ୍ୟ ପରାଗର ପାକ ନିଷେଧ ବା ହାଣ୍ଡିଛାଡର ସମୟ ସୀମା:-୨୪ ଅକ୍ଟୋବର ସୋମବାର ରାତ୍ରୀ ୯:୨୫ ମିନିଟ୍ ରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨:୩୧ ମିନିଟ୍ ରେ ଶେଷ ହେବା ପାଇଁ ଯାଉଛି।
ସୂର୍ଯ୍ୟ ପରାଗର ଲାଗିବାର ସମୟ ସୀମା:-୨୫ ଅକ୍ଟୋବର ମଙ୍ଗଳବାର ଦିନ ୧୨:୧୧ ମିନିଟ୍ ରେ ଆରମ୍ଭ ହେବ। ସର୍ବାଧିକ ସୂର୍ଯ୍ୟ ପରାଗର ସମୟ ସୀମା ୧: ୨୧ମିନିଟ୍ ରେ। ସର୍ବାଧିକ ଅବଧି ସମୟ ମାତ୍ର ୩୪ ସେକେଣ୍ଡ ରହିଛି। ଏହା ଦିନ ୨:୩୧ ମିନିଟ୍ ରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ମହାକାଶରେ ପ୍ରାୟ ୨ ଘଣ୍ଟା ୧୯ ମିନିଟ୍ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।
ଗର୍ଭବତୀ ମହିଳା ମାନେ କଣ କରିବେ ଓ କଣ କରିବେ ନାହିଁ:-ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଁ ଶୁଭ ନୁହେଁ। ତେଣୁ ସେମାନେ ସୂର୍ଯ୍ୟ ପରାଗ ଦେଖିବା ଉଚିତ୍ ନୁହେଁ ଏମିତିକି ଘରୁ ବାହାରକୁ ମଧ୍ୟ ବହାରାନ୍ତୁ ନାହିଁ।ଏହା ସହିତ ସେମାନେ କିଛି ଜିନିଷ ପତ୍ର କଟାକଟି କି ସିଲେଇ କରିବା ଉଚିତ୍ ନୁହେଁ।
ପରାଗ ସମୟରେ କଣ କରିବେ ଏବଂ କଣ କରିବେ ନାହିଁ:-ଏହି ସମୟରେ ଖାଦ୍ୟ ରୋଷେଇ କରାନ୍ତୁ ନାହିଁ କି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ତେବେ ଯଦି ଅଧିକ ଭୋକ ଲାଗୁଛି ତେବେ ଶୁଖିଲା ଖାଦ୍ୟ ଓ କିଛି ଫଳ ନେଇ ଖାଇ ପାରିବେ। ଶୁଭ କାମ କିଛି କରନ୍ତୁ ନାହିଁ ଏମିତିକି ଠାକୁର୍ ପୂଜା ମଧ୍ୟ ନିଷେଧ କରାଯାଉଛି।
କେଉଁ ରାଶି ମାନଙ୍କ ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ:-ଏହି ସୂର୍ଯ୍ୟ ପରାଗ ମେଷ ରାଶି,ମିଥୁନ ରାଶି, ସିଂହ ରାଶି,ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି, ମକର ରାଶି, କର୍କଟ ରାଶି ଉପରେ ଶୁଭ ପ୍ରଭାବ ରହିଥିବା ବେଳେ ବୃଷ ରାଶି, ତୁଳା ରାଶି, କନ୍ୟା ରାଶି ଏବଂ ମୀନ ରାଶି ଉପରେ କୁ ପ୍ରଭାବ ପଡ଼ିବା ପାଇଁ ଯାଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।