ସବୁ ସମୟ ଖବର ସାଥିରେ

Jyotisha Shastra – ଶ୍ରାବଣ ମାସରେ ଯଦି ଏହି ୫ ପଶୁ ,ପକ୍ଷୀ ଘରକୁ ଆସନ୍ତି ତେବେ ଜାଣି ନିଅନ୍ତୁ, ଆପଣ ହେବାକୁ ଯାଉଛନ୍ତି ମାଲାମାଲ ..

0 12

ଭଗବାନଙ୍କ ଏ ବିଚିତ୍ର ସୃଷ୍ଟିକୁ ଦୁଇ ଗୁଣା ସୁନ୍ଦର କରି ଗଢ଼ିଥାନ୍ତି ଆମ ଚାରିପାଖରେ ଥିବା ଜୀବଜନ୍ତୁ ମାନେ। ଏହି ଜୀବଜନ୍ତୁ ମଧ୍ୟରୁ କିଛି ଏଭଳି ଥାନ୍ତି ଯେଉଁମାନଙ୍କ ସ୍ପର୍ଶରେ ମଣିଷ ଆସିଲେ ମାତ୍ରେ ସେହି ମଣିଷର ଭାଗ୍ୟ ଖୋଲି ଯାଇଥାଏ ଆଉ ସେ ଖୁବ୍ ଭାଗ୍ୟଶାଳୀ ହୋଇଯାଏ। ତେବେ ଏହି ଶ୍ରାବଣ ମାସରେ ଏମିତି କିଛି ପକ୍ଷୀ ରହିଛନ୍ତି ଯେଉଁ ପକ୍ଷୀ ଘରକୁ ଆସିଲେ ବହୁତ ଶୁଭ ହୋଇଥାଏ।

ଏହି ପକ୍ଷୀ ମାନେ କୌଣସି ଖାସ ବ୍ୟକ୍ତିଙ୍କ ଘରକୁ ଆସନ୍ତି। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷତ ଭଗବାନ ଶିବ ଘରକୁ ଆସିବା। ଏବେ ଠାରୁ ଆପଣଙ୍କର ଗରିବିର ଅନ୍ତ ହେବ। ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଯଦି ଏହି ୫ ଟି ପକ୍ଷୀ ଆପଣଙ୍କ ଘରର ଛାତ ଉପରକୁ ଆସି ଦାନା ଖାଏ କିମ୍ବା ପାଣି ପିଏ ତେବେ ଆପଣଙ୍କ ସହିତ କିଛି ଏମିତି ହେବ ଯାହାର କଳ୍ପନା ମଧ୍ୟ ଆପଣ କେବେବି କରିନଥିବେ। ତେବେ ଆସନ୍ତୁ ଜାଣି ନେବା ସେହି ପକ୍ଷୀମାନଙ୍କ ବାବଦରେ।୧.ନୀଳକଣ୍ଠ ପକ୍ଷୀ:-ଶାସ୍ତ୍ର ଅନୁସାରେ ଏହି ପକ୍ଷୀ ସାକ୍ଷାତ ମହାଦେବଙ୍କ ଅବତାର ଅଟେ।ଏହି ପକ୍ଷୀ ଘରକୁ ଆସିଲେ ଦାନା ପାଣି ନିଶ୍ଚୟ ଖାଇବାକୁ ଦିଅନ୍ତୁ ଆଉ ଯଦି ସେ ଦାନା ଗ୍ରହଣ କରେ ତେବେ ବୁଝି ନିଅନ୍ତୁ ଆପଣଙ୍କ ଭାଗ୍ୟ ଉଦୟ ହୋଇଗଲା। ଏହି ପକ୍ଷୀ ଯାହାଙ୍କ ଘରକୁ ଆସିଥାଏ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଏହି ପକ୍ଷୀକୁ କେବେବି ମାରିବେ ନାହିଁ ନଚେତ୍ ପ୍ରଭୁ ଭୋଳା ଶଙ୍କରଙ୍କ କୋପର ସାମ୍ନା କରିବାକୁ ପଡ଼ିବ।
୨.କାଉ:-ଯଦି ଆପଣଙ୍କ ଘରକୁ କାଉ ଆସୁଛି ତେବେ ତାକୁ ନ ଘୁଡ଼ାଇ ତାକୁ ଦାନା ପାଣି ଖାଇବାକୁ ଦିଅନ୍ତୁ। ଏବଂ ଯଦି ସେହି କାଉ ସେହି ଦାନା ପାଣିକୁ ଖାଇଥାଏ ତେବେ ବୁଝି ନିଅନ୍ତୁ ଆପଣଙ୍କ ସହିତ କେବେବି ଖରାପ ହେବନାହିଁ। ଘରେ କେବେବି କାହାର ଅକାଳ ମୃତ୍ୟୁ ହେବନାହିଁ। କାଉକୁ ଦାନା ପାଣି ଖୁଆଇବା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ଟଳିଯାଏ। କାଉର ସେବା କରିବାର ଅର୍ଥ ସ୍ୱୟଂ ଭଗବାନ ଶନିଦେବଙ୍କ ସେବା କରିବା ସହିତ ସମାନ।୩.ଘର ଚଟିଆ:-
ଏହ ପକ୍ଷୀକୁ ସ୍ଵୟଂ ମା ଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ। ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷାତ ମା ଲକ୍ଷ୍ମୀ ଘରକୁ ଆସିବା ସହିତ ସମାନ ଅଟେ। ମାନାଯାଏ ଯେବେ ଏହି ପକ୍ଷୀ ଘରକୁ ଆସି ଦାନା ପାଣି ଖାଇଥାଏ ତେବେ ବୁଝିନିଅନ୍ତୁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଛି। ଏହି ପକ୍ଷୀ ଘରେ ବସା ବାନ୍ଧିବା ବହୁତ ଶୁଭ ହୋଇଥାଏ।୪.ପାରା:-

ଏହି ପକ୍ଷୀକୁ ଶୁଭ ମାନାଯାଏ। ମାନାଯାଏ ଯେଉଁ ଘରେ ପାରା ଆସି ଦାନା ପାଣି ଖାଇଥାଏ ତ ତାଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପକ୍ଷୀ ଘରକୁ ଭଲ ଭାଗ୍ୟ ନେଇ ଆସିଥାନ୍ତି।୫.ପେଚା:-ସକାଳୁ ସକାଳୁ ଘରକୁ ପେଚା ଆସିବା ମଙ୍ଗଳକାରୀ ହୋଇଥାଏ କାରଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ କିନ୍ତୁ ରାତି ସମୟରେ ପେଚା ଆସିବା ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ଉପରେ କରଜର ଭାର ନେଇ ଆସିଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।