ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡ଼ିଓ : ସମୁଦ୍ରରେ ମଝିରେ ଟଳମଳ ହେଲା ଡଙ୍ଗା, ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

0 8

ପ୍ରାକୃତିକ ସୌନ୍ଦର୍ଯ୍ୟ ଆମକୁ ଯେତିକି ସୁଖ ଓ ଖୁସି ପ୍ରଦାନ କରିଥାଏ ସେମିତି ପ୍ରାକୃତିକ ବିପର୍ଯ୍ୟୟ ଆମକୁ ସେତିକି କ୍ଷତି ଗ୍ରସ୍ତ କରିଥାଏ | ପ୍ରକୃତିର ମାଟି, ପାଣି ପବନ, ଗଛ, ଲତା ଇତ୍ୟାଦିକୁ ନେଇ ଜଣେ ମଣିଷ ଛୋଟରୁ ବାଦ ହୋଇ ଥାଏ |ଶେଷରେ ମଣିଷ ଚାଲିଗଲେ ବି ମାଟିରେ ମିଶିଯାନ୍ତି | ପ୍ରତ୍ୟେକ ମଣିଷ ପ୍ରକୃତି ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ରହିଅଛି |

ପ୍ରକୃତି ଓ ପ୍ରାକୃତିକ ଜିନିଷ ଗୁଡିକ ଠିକ ଥିବା ଅବସ୍ଥାରେ ଆମେ ଉପଭୋଗ କରିଥାଉ ଓ ନିଜର ଚିନ୍ତାରୁ ମୁକ୍ତି ପାଇ ଥାଉ | ପ୍ରକୃତିର କରାଳ ରୂପ ମଧ୍ୟ ଆମ ସମସ୍ତଙ୍କୁ ଅତ୍ୟନ୍ତ ଭୟଭୀତ କରିଥାଏ |ପ୍ରାକୃତିକ ବିପର୍ଯ୍ୟୟ ଯେମିତି ବାତ୍ୟା, ବନ୍ୟା, ସୁନାମି ଇତ୍ୟାଦିକୁ ଆମ ବିଜ୍ଞାନ ମଧ୍ୟ ଅଟକାଇ ପାରି ନାହିଁ | ଏବଂ ଏ ସବୁରେ ମଧ୍ୟ ବହୁତ ଜୀବନ ହାନି ହୋଇ ଥାଏ ଓ ସମୁଦ୍ର ଅଶାନ୍ତ ରୂପ ମଧ୍ୟ ଦେଖିବାକୁ ମିଳିଥାଏ | ଏବେ ଆମ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ପ୍ରବଳ ତର ବର୍ଷା ଲାଗି ରହିଛି | ଯୋଉଁଥି ପାଇଁ ବିଭିନ୍ନ ରାଜ୍ୟରେ ବନ୍ୟାର ପ୍ରକୋପ ଚାଲି ଥିବା ବେଳେ ଅନ୍ୟ କେତେ ରାଜ୍ୟରେ ବନ୍ୟାର ସମ୍ଭାବନା ରହିଅଛି | ଏବେ କେରଳରେ ପ୍ରବଳ ବର୍ଷା ହେଉଅଛି | ଆସନ୍ତୁ ଜାଣିବା ଏକ ସୂଚନା ବିଷୟରେ |

ପ୍ରବଳରୁ ପ୍ରବଳ ତର ବର୍ଷା ସମୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଲୋକ ମାନଙ୍କୁ ଜାରି କରା ଯାଇଥାଏ ଓ ତା ସହିତ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆ ଯାଇଥାଏ | ଅତ୍ୟଧିକ ବର୍ଷା ସମୟରେ ସମୁଦ୍ରରେ ପାଣିର ପରିମାଣ ବଢ଼ି ଯାଇଥାଏ | ଯୋଉଁଥି ପାଇଁ ମାଛ ଧରାଳୀ, କୌଣସି ଜାହାଜ ଗୁଡିକୁ ସମୁଦ୍ର ଭିତରକୁ ଯିବାକୁ ମନା କରା ଯାଇଥାଏ| ଏମିତିକି ଲୋକ ମାନଙ୍କୁ ସମୁଦ୍ର ପାଖକୁ ଯିବାକୁ ମନା କରା ଯାଇଥାଏ |

ଏମିତି ଏକ ଘଟଣା ଘଟିଛି କେରଳର କୋଲମ ଜିଲ୍ଲାରେ ଯାହାକି ଏବେ ଇଣ୍ଟେର୍ନେଟରେ ଖୁବ ଭାଇରଲ ହେବାରେ ଲାଗିଛି | ସମୁଦ୍ରର ଉତ୍ତାଳ ତରଙ୍ଗରେ ଗୋଟିଏ ନୌକା ସଂଘର୍ସ କରୁଛି |କିନ୍ତୁ ହଠାତ ଏକ ଅଘଟଣ ଘଟିଲା | ସମୁଦ୍ରର ଲହଡ଼ିରେ ଡ଼ଙ୍ଗାଟି ସମ୍ପୂର୍ଣ ନଇଁ ପଡୁଛି ଓ ସେଥିରେ ଥିବା ଧୀବର ସମୁଦ୍ରର ଅକାତ ପାଣି ଭିତରକୁ ପଡି ଯାଉଛନ୍ତି |ଯାହାକୁ ଦେଖିଲା ବେଳକୁ ନିଜର ଲୋମ ଟାଙ୍କୁରୀ ଉଠୁଛି |ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଏବେ ଅଶାନ୍ତ ରହୁଛି ଓ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇଥିଲେ ଏହି ଧୀବର ମାନେ |କିନ୍ତୁ ଅଶାନ୍ତ ସାଗର ଭିତରେ ଫସି ଯାଇଥିଲା ଏହି ନୌକାଟି |

ସମୁଦ୍ରର ଅଶାନ୍ତ ଲହଡି ଡ଼ଙ୍ଗାଟିକୁ ଏମିତି ମାଡି ଦଉଛି ଯେ ଏଥିରୁ ଛିଟିକି ପଡିଛନ୍ତି ଧୀବର ଜଣଙ୍କ |ସମାନ ଘଟଣା ଘଟିଥିଲା ଦୁଇଟି ସ୍ଥାନରେ ଗତ କାଲି | ସୌଭାଗ୍ୟ ଜଣକ କଥା ହେଲା ଚାରି ଜଣ ଧୀବରଙ୍କୁ ଉଦ୍ଧାର କରା ଯାଇଛି | ତିନି ଜଣ ପହଁରି ଆସିଥିବା ବେଳେ ଜଣଙ୍କୁ ପଛରେ ଅନ୍ୟ ନାବିକ ମାନେ ଉଦ୍ଧାର କରିଛନ୍ତି | ଏହିଥିରୁ ଆପଣ ଜାଣି ପାରିବେ କି ସମୁଦ୍ର ଅଶାନ୍ତ ଥିବା ବେଳେ ପାଇଁ କାହିଁକି ପାଣିପାଗ ପକ୍ଷରୁ ଯିବାକୁ ମନା କରା ଯାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।