ସବୁ ସମୟ ଖବର ସାଥିରେ

ବାଇକ୍ Ride ରେ ଯାଉଥିବା ସମୟରେ ହଠାତ୍ ରାସ୍ତା ଉପରକୁ ମାଡି ଆସିଲା ଗାଇ ଆଉ ତାପରେ ଯହା ଘଟିଲା “ଦୁର୍ବଳ ଓ କମଜୋର” ବ୍ୟକ୍ତି ଦେଖନ୍ତୁ ନାହିଁ ଗୋଟିଏ ଦିନରେ ” ୫୦କୋଟିରୁ ” ଅଧିକ ଲୋକ ଦେଖିସାରିଲେନି

0 38

ଆପଣ ମାନେ ଜାଣି ଥିବେ ଯେ ଜୀବନରେ ଅସାବଧାନତା ପାଇଁ କେତେ ଜୀବନ ପ୍ରତ୍ୟେକ ଦିନ ଯାଉ ଅଛି | ନିଜର ଅନ୍ୟ ମନସ୍କ ଓ ଅସାବଧାନତା ଯୋଗୁଁ କେତେବେଳେ କାହାର ଜୀବନ ମଧ୍ୟ ଚାଲି ଯାଉଛି | ପ୍ରତ୍ୟେକ କାର୍ଯ୍ୟରେ ସେଥି ପାଇଁ ବାପା ମାଆ ପିଲାଙ୍କୁ ସାବଧାନତା ସହକାରେ କରିବା ପାଇଁ କହି ଥାନ୍ତି | କାରଣ ଟିକିଏ ଭୁଲ ଜୀବନ ମଧ୍ୟ ନେଇ ଯାଇ ପାରେ | ଅଜାଣତରେ କୌଣସି ଭୁଲ ହୋଇ ଗଲେ ମଧ୍ୟ ଜଣେ ବ୍ୟକ୍ତି ବିପଦ ଗ୍ରସ୍ତ ହୋଇ ଥାଏ |
ଏହା ବିଶେଷ କରି ଆଜି କାଲିର ଯୁବ ପିଢିଙ୍କ ପାଖରେ ପ୍ରବଳ ମାତ୍ରାରେ ଦେଖା ଯାଉଛି କାରଣ କୌଣସି ନିୟମ ନ ମାନି ସେମାନଙ୍କ ମନ ଇଚ୍ଛାରେ ସେମାନେ କାର୍ଯ୍ୟ କରି ଥାନ୍ତି | ପ୍ରତ୍ୟେକ କାର୍ଯ୍ୟ କରିବାର କୌଣସି ଏକ ନିର୍ଦିଷ୍ଟ ନିୟମ ରହି ଥାଏ | ତେଣୁ ଆମକୁ ଏହା ମାନିବାକୁ ପଡି ଥାଏ | ଆଜି ଆମେ ଏମିତି କିଛି ଯୁବକଙ୍କର ଅସାବଧାନତା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉ ଅଛୁ ଯୋଉଁ ଥିରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କ ବୁଲେଟରେ ଯିବା ସମୟରେ କେମିତି ଗାଡି ଚଳାଉଛନ୍ତି |

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଦେଖି ବାକୁ ମିଳିଛି କି ଜଣେ ଯୁବକ ରାସ୍ତାରେ ଯିବା ସମୟର ଏକ ଭିଡିଓ କରିଛନ୍ତି ଏବଂ ଏହି ସମୟରେ ଏକ ବୁଲେଟରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସୁ ଥିବାର ଦେଖା ଯାଉଛି | ମାତ୍ର ସେମାନଙ୍କର ମୁଣ୍ଡରେ କାହାର ହେଲମେଟ ଥିବାର ଦେଖା ଯାଉ ନାହିଁ | ଏହି ଯୁବକ ମାନେ ବହୁତ କ୍ଷିପ୍ର ଭାବେ ଗାଡି ବଙ୍କାଇଛନ୍ତି ଯାହାକି କ୍ୟାମେରାରେ ଭିଡିଓ କରୁ ଥିବା ଯୁବକଙ୍କ ଠାରୁ ଅଳ୍ପକେ ବର୍ତ୍ତି ଯାଇ ଥିଲେ |

ମାତ୍ର କିଛି ସମୟ ପରେ ଏହି ୩ ଜଣ ଯୁବକ ଦ୍ରୁତ ଗତିରେ ଯାଉ ଥିବା ସମୟରେ ଆଗରେ ଆସୁ ଥିବା ଏକ ଗାଈ ସହ ଧକ୍କା ହୋଇ ଗାଡ଼ିରୁ ୩ ଜଣ ଯୁବକ ରାସ୍ତାରେ ପଡି ଯିବାର ରେକର୍ଡ ହୋଇଛି | ସର୍ବ ଶେଷରେ ବସି ଥିବା ଯୁବକ ଜଣଙ୍କ ମୁଣ୍ଡ ରାସ୍ତାରେ ବାଡେଇବାରୁ ଅଳ୍ପକେ ବର୍ତ୍ତି ଯାଇ ଥିବାର ଦେଖିବାକୁ ମିଳୁଛି | ସେମାନଙ୍କର ଅସାବଧାନତାର ଫଳ ସେମାନଙ୍କୁ ମିଳି ଯାଇଛି |

ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ହେଲମେଟ ପାଇଁ କଟକଣା ଜାରି କରା ଯାଉ ଥିଲେ ମଧ୍ୟ ଏହାକୁ ଲୋକ ମାନେ ହାଲକାରେ ନେଇ ଅବହେଳା କରୁ ଛନ୍ତି | ଆଜି କାଲି ଯାନ ବାହନର ବହୁଳ ବ୍ୟବହାର ହେତୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି | ସେଥିପାଇଁ ପ୍ରତ୍ୟେକ ମୁହୁର୍ତରେ ଗାଡ଼ିରେ ହେଲମେଟ ବ୍ୟବହାର ପାଇଁ ସତର୍କ କରା ଯାଉଛି | ଆଜିର ଏହି ଭିଡିଓ ଦେଖିଲେ ଆପଣ ମାନେ ଅନୁଭବ କରି ପାରିବେ କି ସତରେ ହେଲମେଟ ଆମ ପାଇଁ ବହୁତ ଜରୁରୀ ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।