
Beauty Tips – ଶୀତଦିନେ ମୁହଁର ସୁନ୍ଦରତାକୁ( winter skin care ) ଠିକ ରଖିବା ପାଇଁ କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର |
ସାଧାରଣତଃ ଆମ ତ୍ୱଚା ଶୀତଦିନେ ଅଧିକ ଖରାପ ଦେଖା ଯାଇଥାଏ।ଶୀତଦିନେ ତ୍ଵଚା ଶୁଷ୍କ ହୋଇଯାଏ ତ୍ଵଚାରେ ଚମକ କମି ଯାଇଥାଏ। ଶୀତ ଦିନେ ଚର୍ମ ଫାଟିବା ଚର୍ମ କୁଣ୍ଡେଇ ହେବା ଓଠ ଫାଟିବା ଭଳି ବହୁ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ସମସ୍ତେ ଜାଣିବା ପାଇଁ ଚାହିଁଥାନ୍ତି କି କିପରି ଶୀତଦିନ ତ୍ୱଚାର ଯତ୍ନ ନିଆ ଯାଇପାରିବ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ତ୍ଵଚାର ଯତ୍ନ ଖୁବ୍ ଭଲ ଭାବରେ ନେଇ ପାରିବ।
୧.ଶୀତଦିନେ ତ୍ଵଚାରେ ଚମକ ଆଣିବା ପାଇଁ ପ୍ରଥମେ ସ୍କିନ୍କୁ ମଇଶ୍ଚରାଇଜ୍ କରନ୍ତୁ। ଏଥିପାଇଁ ଆପଣ ନଡ଼ିଆ ତେଲକୁ ବ୍ୟବହାର କରି ପାରିବେ। ଅଳ୍ପ ଟିକିଏ ଏଲୋବେରା ଜେଲ୍ରେ ଦୁଇ ତିନି ଡ୍ରପ ନଡ଼ିଆ ତେଲ ମିଶାଇ ତ୍ଵଚାରେ ଲଗାଇ ପାରିବେ। ଏହାଛଡା ଆପଣ ଆଲମଣ୍ଡ ଅଏଲ, ଭିଟାମିନ ଇ ଅଏଲ୍ ଆଦି ଲଗେଇ ପାରିବେ। ତେବେ ଏହି ସବୁ ଆପଣ ଗାଧୋଇବା ପରେ କରନ୍ତୁ।
୨. ଶୀତ ଦିନେ ଆମେ ଅଧିକ ଥଣ୍ଡା କାରଣରୁ କମ୍ ପାଣି ପାଇଥାଉ। ଏମିତି ଜଣେ ଜଣେ ଲୋକ ରହିଛନ୍ତି କି ଆଦୌ ପାଣି ପିଅନ୍ତି ନାହିଁ ଯେଉଁଥି ପାଇଁ ତ୍ଵଚା ଶୁଷ୍କ ମଧ୍ୟ ହୋଇଯାଏ। ତେବେ ଆପଣ ଶୀତ ଦିନେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଅତି କମ୍ ରେ ଦିନକୁ ୧୦-୧୫ ଗ୍ଲାସ୍ ପାଣି ନିହାତି ପିଅନ୍ତୁ।
୩. ଆପଣ ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା, ଫଳ, ସାଲାଡ଼ ଆଦି ନିଶ୍ଚିତ ଏଡ୍ କରାନ୍ତୁ। ଫାଷ୍ଟ ଫୁଡ୍ ଜଙ୍କ ଫୁଡ୍ ଆଦି ଖାଦ୍ୟକୁ ଅଭୋଏଡ୍ କରନ୍ତୁ। କାରଣ ଏସବୁ ଖାଦ୍ୟ ସହଜରେ ହଜମ ହୋଇ ନଥାଏ ଆଉ ଫଳରେ ପେଟ ଗରମ ହୋଇଥାଏ ଆଉ ଯେହେତୁ ଆମେ ଶୀତ ଦିନେ ପାଣି କମ୍ ପିଥାଉ ପେଟ ଅଧିକ ଗରମ ହୋଇ ଏହାର ପ୍ରଭାବ ଆମ ସ୍କିନ୍ ଉପରେ ପଡ଼ିଥାଏ।
୪. ଶୀତ ଦିନେ ଆପଣ ସାବୁନର ବ୍ୟବହାର ନ କରି ଫେସ୍ ୱାସର ବ୍ୟବହାର କରନ୍ତୁ ଏହା ଆପଣଙ୍କ ତ୍ଵଚା ପାଇଁ ଅଧିକ ଭଲ। ସାବୁନ ମେ ବ୍ୟବହାର କରିବା ଦ୍ଵାରା ତ୍ଵଚା ରୁକ୍ଷ ଦେଖା ଯାଇଥାଏ ଯାହା ଆଦୌ ସୁନ୍ଦର୍ ଦେଖା ଯାଇ ନଥାଏ। ତେବେ ଯଦି ଆପଣ ସାବୁନ୍ ଲଗାଉଛନ୍ତି ତେବେ ଗାଧୋଇ ଆସିଲା ପରେ ବଡି ଲୋସନ୍ ଲଗାଇବା ପାଇଁ ଅଦୌ ଭୁଲନ୍ତୁ ନାହିଁ।
୫. ତେବେ ଶୀତ ଦିନେ ଆପଣ ଦେଖିଥିବେ କି କେହି କେହି ଯାଇ ଖରାରେ ବସନ୍ତି ନହେଲେ ନିଆଁ ଲଗାଇ ତା ପାଖରେ ବସନ୍ତି କିନ୍ତୁ ଏହା ମଧ୍ୟ ସ୍କିନ ଉପରେ ପ୍ରଭାବ ପକାଇ ଥାଏ। ତେଣୁ ଆପଣ ଯେତେବେଳେ ବାହାରକୁ ବାହାରୁ ଛନ୍ତି ସନସ୍ କ୍ରିମ ନିହାତି ବ୍ୟବହାର କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।